କଟକରେ ଅଖିଳ ଭାରତୀୟ କନ୍‌ଷ୍ଟ୍ରକ୍‌ସନ୍ ମଜଦୁର ମହାସଂଘର ସର୍ବଭାରତୀୟ ସମ୍ମିଳନୀ ମାର୍ଚ୍ଚ ୫ରୁ

କଟକରେ ଅଖିଳ ଭାରତୀୟ କନ୍‌ଷ୍ଟ୍ରକ୍‌ସନ୍ ମଜଦୁର ମହାସଂଘର ସର୍ବଭାରତୀୟ ସମ୍ମିଳନୀ ମାର୍ଚ୍ଚ ୫ରୁ

କଟକରେ ଅଖିଳ ଭାରତୀୟ କନ୍‌ଷ୍ଟ୍ରକ୍‌ସନ୍ ମଜଦୁର ମହାସଂଘର ସର୍ବଭାରତୀୟ ସମ୍ମିଳନୀ ମାର୍ଚ୍ଚ ୫ରୁ


#କଟକ(ଏନ୍‌.ଏମ୍‌.): ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଖିଳ ଭାରତୀୟ କନ୍‌ଷ୍ଟ୍ରକ୍‌ସନ୍ ମଜଦୁର ମହାସଂଘ, ଓଡ଼ିଶା ଶାଖା ପକ୍ଷରୁ ଆସନ୍ତା ୨୦୨୨ ମାର୍ଚ୍ଚ ୫ ଓ ୬ ଦୁଇଦିନ ବ୍ୟାପୀ ନିର୍ମାଣ ଶ୍ରମିକମାନଙ୍କର ସର୍ବଭାରତୀୟ ସମ୍ମିଳନୀ କଟକ ବାରବାଟୀ ଷ୍ଟାଡ଼ିୟମ ଠାରେ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି । ଏହି ସର୍ବଭାରତୀୟ ସମ୍ମିଳନୀରେ ଭାରତର ବିଭିନ୍ନ ରାଜ୍ୟରୁ ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବାବେଳେ ନିର୍ମାଣ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବ । ସମଗ୍ର ଦେଶରେ ନିର୍ମାଣ ଶ୍ରମିକମାନଙ୍କ ପାଇଁ ଏକପ୍ରକାର ଆଇନ ପ୍ରଚଳନ, ସାମାଜିକ ସୁରକ୍ଷା, ନିର୍ମାଣ ଶ୍ରମିକମାନଙ୍କୁ ରାଜନୈତିକ ଊର୍ଦ୍ଧ୍ୱରେ ରଖି କେବଳ ସରକାରୀ କାର୍ଯ୍ୟକ୍ରମ ଶ୍ରମ ବିଭାଗର ନିର୍ଦ୍ଦେଶକ୍ରମେ କାର୍ଯ୍ୟ କରିବା, ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ସହିତ ଶ୍ରମିକ କଲ୍ୟାଣ ବୋର୍ଡ଼ରେ ଶ୍ରମ ସଂଗଠନର ପ୍ରତିନିଧିମାନଙ୍କୁ ପ୍ରତିନିଧିତ୍ୱ କରିବାପାଇଁ ସୁଯୋଗ ଦେବା ଇତ୍ୟାଦି ସମ୍ମିଳନୀରେ ପ୍ରସ୍ତାବ ଆଗତ କରାଯିବ ନିଷ୍ପତ୍ତି ନିଆଯାଇଛି । ଭାରତୀୟ ମଜଦୁର ସଂଘର ଅଖିଳ ଭାରତୀୟ ସଂଗଠନ ସମ୍ପାଦକ ବି. ସୁରେନ୍ଦ୍ରନ୍ ସମ୍ମିଳନୀକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହାବ୍ୟତୀତ ସଂଗଠନର ବିଭିନ୍ନ ରାଜ୍ୟ ଓ ସର୍ବଭାରତୀୟ କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ।
ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ପାନ୍ଥନିବାସଠାରେ ଅଖିଳ ଭାରତୀୟ କନ୍‌ଷ୍ଟ୍ରକ୍‌ସନ୍ ମଜଦୁର ମହାସଂଘର ସହପ୍ରଭାରୀ ତଥା କେନ୍ଦ୍ର ସରକାରଙ୍କର କନ୍‌ଷ୍ଟ୍ରକ୍‌ସନ୍ ଆଡ଼୍‌ଭାଇଜରି କମିଟିର ସଦସ୍ୟ ଜୟନ୍ତ ଦେଶପାଣ୍ଡେ ଏକ ସାମ୍ବାଦିକ ସମ୍ମିଳନୀରେ ଅଖିଳ ଭାରତୀୟ କନ୍‌ଷ୍ଟ୍ରକ୍‌ସନ୍ ମଜଦୁର ମହାସଂଘର ସର୍ବଭାରତୀୟ ସମ୍ମିଳନୀ ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅଖିଳ ଭାରତୀୟ କନ୍‌ଷ୍ଟ୍ରକ୍‌ସନ୍ ମଜଦୁର ମହାସଂଘର ସର୍ବଭାରତୀୟ ସଂଗଠନ ସମ୍ପାଦକ ତଥା ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘ ସାଧାରଣ ସମ୍ପାଦକ ବସନ୍ତ କୁମାର ସାହୁ, କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ବିରଞ୍ôଚ ନାରାୟଣ ପଣ୍ଡା, ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘର ରାଜ୍ୟ ସଭାପତି ଅରୁଣ କୁମାର ଲେଙ୍କା, ଉପସଭାପତି ଚପଳା ନାୟକ, ଅକ୍ଷୟ କୁମାର ଦାସ, ଡକ୍ଟର ମହାନ୍ତ, ସମ୍ପାଦିକା ବୀଣାପାଣି ବେହେରା, ସମ୍ପାଦକ ପ୍ରଶାନ୍ତ କୁମାର ତ୍ରିପାଠୀ, କୋଷାଧ୍ୟକ୍ଷା ସୁନନ୍ଦା ନାଥ, କଟକ ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ଭୂୟାଁ, କଟକ ଜିଲ୍ଲା ଅସଂଗଠିତ ମଜଦୁର ସଂଘ ସାଧାରଣ ସମ୍ପାଦକ ଭାଗୀରଥି ବେହେରା, ବିଲ୍‌ଡିଙ୍ଗ୍ କନ୍‌ଷ୍ଟ୍ରକ୍‌ସନ୍ ୱାର୍କରସ୍ ୟୁନିୟନର ସାଧାରଣ ସମ୍ପାଦକ ବୈକୁଣ୍ଠ ବିହାରୀ ନାୟକ, କଟକ ଜିଲ୍ଲା ସଭାପତି ଗୌରାଙ୍ଗ ଚରଣ ରଥା, ଉପସଭାପତି ପୁଷ୍ପଲତା ମହାନ୍ତି, ମମତା ସାମଲ, ବ୍ଲଡବ୍ୟାଙ୍କ ଏମ୍ପ୍ଲଇଜ ୟୁନିୟନ ସାଧାରଣ ସମ୍ପାଦକ ରବିନାରାୟଣ ସାହୁ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି