ଓଡ଼ିଶା କେମିଷ୍ଟ ଆଣ୍ଡ ଡ୍ରଗ ଆସୋସିଏସନର ନିଷ୍ପତ୍ତି : ରାଜ୍ୟ ବାହାରୁ ମେଡିସିନ କିଣା ଉପରେ ଲାଗିବ କଟକଣା ;

ଓଡ଼ିଶା କେମିଷ୍ଟ ଆଣ୍ଡ ଡ୍ରଗ ଆସୋସିଏସନର ନିଷ୍ପତ୍ତି : ରାଜ୍ୟ ବାହାରୁ ମେଡିସିନ କିଣା ଉପରେ ଲାଗିବ କଟକଣା ;

ଓଡ଼ିଶା କେମିଷ୍ଟ ଆଣ୍ଡ ଡ୍ରଗ ଆସୋସିଏସନର ନିଷ୍ପତ୍ତି
ରାଜ୍ୟ ବାହାରୁ ମେଡିସିନ କିଣା ଉପରେ ଲାଗିବ କଟକଣା ,

News by Padmalochan Mishra (Cuttack)

କଟକ(ଏନ୍‌.ଏମ୍‌.): ଏଣିକି ରାଜ୍ୟ ବାହାରୁ ମେଡ଼ିସିନ କିଣା ଉପରେ କଟକଣା ଲଗାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ବାହାରର କିଛି ଅସାଧୁ ବ୍ୟବସାୟୀ ଅଧିକ ଅର୍ଥ ପାଇବା ଆଶାରେ ନକଲି ଔଷଧ ପ୍ରସ୍ତୁତ କରି ଲୋକଙ୍କ ଜୀବନ ସହ ଖେଳିବା ଆରମ୍ଭ କରିଛନ୍ତି । ଫଳରେ ଜୀବନ ରକ୍ଷା ନିମନ୍ତେ ସେବନ କରାଯାଉଥିବା ଔଷଧ ପ୍ରାଣଘାତୀ ହେଉଛି । ନିକଟରେ କଟକ ସମେତ ଏକାଧିକ ଅଞ୍ଚଳରୁ ଟେଲମା ୪୦ ନକଲି ମେଡିସିନ୍ ମିଳିବା ପରେ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଏହି ଘଟଣା ପରେ କଠୋର ହୋଇଛି ଓଡିଶା କେମିଷ୍ଟ ଆଣ୍ଡ ଡ୍ରଗ୍ ଆସୋସିଏସନ୍ । ଏଣିକି ଓଡ଼ିଶା ବାହାରୁ ମେଡିସିନ କିଣା ଉପରେ କଟକଣା ଲଗାଇବା ପାଇଁ ସଂଘ ନିଷ୍ପତ୍ତି ନେଇଛି । ସିଆଣ୍ଡଏଫ ଏବଂ ସୁପର ଷ୍ଟକିଷ୍ଟ ବିନା ବାହାର ରାଜ୍ୟରୁ ଯେ, କୌଣସି ଫାର୍ମରୁ ଯେକେହି ଔଷଧ କିଣିଲେ, ସେମାନଙ୍କୁ ସଂଘ ପକ୍ଷରୁ ବହିଷ୍କାର କରିବାକୁ ନିଷ୍ପତ୍ତି ନିଆଯାଇଛି । ଔଷଧ କାରବାର ଉପରେ ସ୍ୱଚ୍ଛତା ଆଣିବାକୁ ସଂଘ ଏହି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ଏନେଇ ଉତ୍କଳ କେମିଷ୍ଟ ଆସୋସିଏସନର ଜେନେରାଲ ସେକ୍ରେଟାରୀ ପ୍ରଶାନ୍ତ ମହାପାତ୍ର କହିଛନ୍ତି, ରାଜ୍ୟ ବାହାରୁ ମାଲ୍ ଆଣିବୁନି କି ବିକିବୁ ନାହିଁ । କେବଳ ଅନୁମୋଦନପ୍ରାପ୍ତ ଷ୍ଟକିଷ୍ଟ ଓ ସିଆଣ୍ଡଏଫ ଦ୍ୱାରା କାରବାର ହେବ । ଯାହାଦ୍ୱାରା କି ପ୍ରାୟ ୯୫ ପ୍ରତିଶତ ନକଲି ମେଡିସିନ ଚାଲାଣକୁ ରୋକା ଯାଇପାରିବ । ଏଥିସହ ସେ କହିଛନ୍ତି, ରାଜ୍ୟ ବାହାରୁ ଭଲ ମେଡିସିନ ସାଙ୍ଗକୁ ନକଲି ବି ଆସୁଛି । ଏପରି କ୍ଷେତ୍ରରେ ଉତ୍ପାଦନକାରୀ-ସି ଆଣ୍ଡ ଏଫ -ଷ୍ଟକିଷ୍ଟ ଚ୍ୟାନେଲରେ ଆସୁଥିବା ମେଡିସିନ ଶତ ପ୍ରତିଶତ ଠିକ୍ । ତେଣୁ କେବଳ ଏହି ଚ୍ୟାନେଲରେ ଓଡ଼ିଶାରେ ମେଡିସିନ ବିକ୍ରି ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଯେଉଁମାନେ ଏଥିରେ ରାଜି ନ ହେବେ ଏନେଇ ଡ୍ରଗ୍ କଣ୍ଟ୍ରୋଲରଙ୍କୁ ଅବଗତ କରିବୁ । ସେମାନଙ୍କ ଠାରୁ କିଛି ବି ମାଲ୍ କିଣାବିକା ହେବନି । ସୂଚନା ଥାଉକି, କିଛିଦିନ ତଳେ କଟକର ଏକାଧିକ ଅଞ୍ଚଳରୁ ଟେଲମା ୪୦ ନକଲି ମେଡିସିନ୍ ଜବତ ହୋଇଥିଲା । ପ୍ରତିଷ୍ଠିତ ଔଷଧ ଉତ୍ପାଦନ କମ୍ପାନୀ ଗ୍ଲେନମାର୍କର ଟେଲମା ୪୦, ଟେଲମା ଏ.ଏମ ଓ ଟେଲମା ଏଚ. ଭଳି ତିନିଟି ଔଷଧକୁ ନକଲି କରି ବିକ୍ରି କରୁଥିବା ଜଣା ପଡ଼ିଥିଲା । ଏନେଇ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁଲିସ । ଏହି ଘଟଣାରେ ଦୁଇ ଡିଷ୍ଟ୍ରିବ୍ୟୁଟର କଟକ ଜାଉଁଳିଆପଟିର ପୂଜା ଏଣ୍ଟରପ୍ରାଇଜର୍ସ ଓ ଭି. ଆର ଏଜେନ୍ସିର ସମ୍ପୃକ୍ତି ପଦାକୁ ଆସିଥିଲା । ଏହି ଦୁଇ ସଂସ୍ଥା ରାଜ୍ୟ ବାହାରୁ ନକଲି ଔଷଧ ଆଣି ଶହେରୁ ଅଧିକ ଦୋକାନ ଜରିଆରେ କାରବାର କରିଆସୁଥିବା ତଦନ୍ତରୁ ଜଣାପଡ଼ିଥିଲା । ପରେ ଓଡ଼ିଶା ଡ୍ରଗ କଣ୍ଟ୍ରେଲ ବିଭାଗ ରାଜ୍ୟ ଭିତରେ କାରବାର ହୋଇଥିବା ୩୦ଲକ୍ଷ ଟଙ୍କାର ନକଲି ଔଷଧକୁ ବଜାରରୁ ଜବତ କରିଥିଲା । ଏହା ବ୍ୟତୀତ ଦୁଇଟି ପର୍ଯ୍ୟାୟରେ ଗିରଫ ଅଭିଯୁକ୍ତଙ୍କ ବିଭିନ୍ନ ବ୍ୟାଙ୍କରେ ଥିବା ମୋଟ ୪୦ ଲକ୍ଷ ଟଙ୍କାକୁ ଜବତ କରିଥିଲା ପୁଲିସ । ଏହାପରେ ଅଧିକ ତଦନ୍ତ ନିମନ୍ତେ ପୁରୀଘାଟ ଥାନା ପୁଲିସର ୪ ଜଣିଆ ଟିମ୍ ରାଜ୍ୟ ବାହାରକୁ ଯାଇଥିଲା । ତେଣୁ ରାଜ୍ୟରେ ନକଲି ଔଷଧ କାରବାରକୁ ସମ୍ପୂର୍ଣ୍ଣ ରୋକିବା ନିମନ୍ତେ ସଂଘ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି ।

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ