ଓଡିଶା ଫେସନ ଭିଲ୍ଲା ତରଫରୁ ରଜ ରାଜକୁମାରୀ ପ୍ରତିଯୋଗିତା

ଓଡିଶା ଫେସନ ଭିଲ୍ଲା ତରଫରୁ ରଜ ରାଜକୁମାରୀ ପ୍ରତିଯୋଗିତା

ଓଡିଶା ଫେସନ ଭିଲ୍ଲା ତରଫରୁ ରଜ ରାଜକୁମାରୀ ପ୍ରତିଯୋଗିତା

News by Smruti Ranjan Tripathy (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡିଶାର ପୁରାତନ ତଥା ବୃହତ୍ ଫେସନ୍ ମଡେଲ ପ୍ରଶିକ୍ଷଣ ସଂସ୍ଥା, ଓଡିଶା ଫେସନ ଭିଲ୍ଲା ତରଫରୁ ୨୦୨୩ ରଜ ଉତ୍ସବ ଉପଲକ୍ଷେ ରାଜକୁମାରୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଓଡିଶାର ବିଭିନ୍ନ ପ୍ରାନ୍ତରୁ ବହୁ ଯୁବତୀ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଅନ୍‌ଲାଇନ୍ ଏବଂ ଅଫ୍‌ଲାଇନ୍ ପ୍ରତିଯୋଗିତା ଦ୍ୱାରା ବଛା ଯାଇଥିଲା ୧୫ ପ୍ରତିଯୋଗୀଙ୍କୁ । ଭୁବନେଶ୍ୱରର ଏକ ହୋଟେଲ୍‌ରେ ଏହି ପ୍ରତିଯୋଗିତାର ଫାଇନାଲ୍ ପରୀକ୍ଷିତ ହୋଇଥିଲା । ମିସେସ୍ ଇଣ୍ଡିଆର ବିଜେତା ପୁନମ୍ ପାଠକ ଏବଂ କୃଷ୍ଣପ୍ରୀୟା ତ୍ରିପାଠୀ ଏହି ପ୍ରତିଯୋଗୀଙ୍କ ମାନ ନିର୍ଣ୍ଣୟ କରିଥିଲେ । ଏହି ପ୍ରତିଯୋଗୀତାରେ ଡେଲାଙ୍ଗ, ପୁରୀର ଅଭିଲିପ୍‌ସା ବିଜେତା ହୋଇଥିଲା ବେଳେ କେଉଁଝର, ଆନନ୍ଦପୁରର ଝିଅ ମାମିନା ଦାସ ଉପବିଜେତା ହୋଇଥିଲେ । ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାର ବିଜେତାମାନେ ନିକଟ ଭବିଷ୍ୟତରେ ନ୍ୟାସନାଲ୍ ଲେବଲ୍ ମଡେଲ୍ ପ୍ରତିଯୋଗିତାରେ ଭାଗ ନେବେ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ