ଓଡ଼ିଶାର ପ୍ରଥମ ବିଶ୍ୱଶାନ୍ତି ସାହିତ୍ୟ କର୍ମଶାଳା ଉଦଯାପିତ

ଓଡ଼ିଶାର ପ୍ରଥମ ବିଶ୍ୱଶାନ୍ତି ସାହିତ୍ୟ କର୍ମଶାଳା ଉଦଯାପିତ

News by Smrutiranjan Tripathy (Cuttack)

କଟକ(ଏନ୍‌.ଏମ୍‌.): ଓଡ଼ିଶାର ପ୍ରଥମ ବାଲିଯାତ୍ରା ବିଶ୍ୱଶାନ୍ତି ସାହିତ୍ୟ କର୍ମଶାଳା ଉଦଯାପିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ଡ. ପ୍ରମୋଦ କୁମାର ମହାପାତ୍ର ଯୋଗଦେଇ ବିଶ୍ୱ ଶାନ୍ତି ପାଇଁ ବିଜ୍ଞାନ ଏବଂ ସାହିତ୍ୟର ସହଭାଗିତା ଆବଶ୍ୟକ ବୋଲି ମତ ଦେଇଥିଲେ । ମୁଖ୍ୟବକ୍ତା ଡ. ଲକ୍ଷ୍ମଣ ସାହୁ ବିଶ୍ୱଶାନ୍ତି ପରିବେଶ ଏବଂ ଆଧ୍ୟାତ୍ମିକ ଧର୍ମଗ୍ରନ୍ଥର ପ୍ରତିଫଳିତ ସ୍ୱରୂପ ବୋଲି କହିଥିଲେ । ଏହି ଅବସରରେ ସମ୍ମାନିତ ବିଶ୍ୱଶାନ୍ତି ପ୍ରବକ୍ତା ପଣ୍ଡିତ ନୀଳକଣ୍ଠ ରାଉତ, ଡାକ୍ତର ଆଲୋକ ସାହୁ, ହେମନ୍ତ କୁମାର ଜେନା, ବିଶ୍ୱଜିତ୍ ସୂର୍ଯ୍ୟବଂଶୀ, ହୀରେନ୍ଦ୍ର ସିଂହଦେବ, ଦୀପାୟନ ପଟ୍ଟନାୟକ, ଶ୍ରଦ୍ଧାଞ୍ଜଳି ରାୟ, କବି ତୋଫାନ ଜେନା ପ୍ରମୁଖ ଉପସ୍ଥିତ ରହି ଆମ ବାଲିଯାତ୍ରା ଆମ ସଂସ୍କୃତି ଏବଂ ବିଶ୍ୱ ଶାନ୍ତି ସମ୍ପର୍କରେ ଆଲୋକପାତ କରିଥିଲେ । ବିଶ୍ୱ ଶାନ୍ତି ସମଷ୍ଟିଗତ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଡକ୍ଟର ଭୁବନା ନନ୍ଦ ସାହୁ ଏବଂ ଡକ୍ଟର ଏକାଦଶୀ ପ୍ରଧାନଙ୍କୁ ଉତ୍କଳ ସାଧବଚକ୍ର ସମ୍ମାନ ପ୍ରଦାନ କରାଯାଇଥିଲା । ଶ୍ରଦ୍ଧାଞ୍ଜଳି ରାୟ ଏବଂ ମିଲନ ସାହୁଙ୍କୁ ସାଧବ ସେବା ଚକ୍ର ସମ୍ମାନ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ବିରେନ୍ଦ୍ର ଜେନା, ଚିତ୍ତରଞ୍ଜନ ମହାନ୍ତି, ସାଗର କୁମାର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ । ବାଲିଯାତ୍ରା ଆମ ସଂସ୍କୃତି ସମ୍ପର୍କରେ କବିତା ପାଠ କରାଯାଇଥିଲା । ସମସ୍ତେ ବିଶ୍ୱଶାନ୍ତି ବାର୍ତ୍ତା ଓଡ଼ିଆ ଭାଷାରେ ଲେଖିଥିଲେ । ଡକ୍ଟର ସଂଗ୍ରାମ କେଶରୀ ସାମନ୍ତରାୟଙ୍କ ସଭାପତିତ୍ୱ ଆୟୋଜିତ କର୍ମଶାଳାରେ ବିଶ୍ୱଜିତ୍ ସୂର୍ଯ୍ୟବଂଶୀ ଧନ୍ୟବାଦ୍ ଦେଇଥିଲେ ।

Leave a Reply

Your email address will not be published. Required fields are marked *