ଓଡ଼ିଶାରେ ଆରମ୍ଭ ହେଲା ୫ଜି ସେବା: ୧ଶହ ୪ଜି ଟାୱାରର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଓଡ଼ିଶାରେ ଆରମ୍ଭ ହେଲା ୫ଜି ସେବା: ୧ଶହ ୪ଜି ଟାୱାରର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଓଡ଼ିଶାରେ ଆରମ୍ଭ ହେଲା ୫ଜି ସେବା: ୧ଶହ ୪ଜି ଟାୱାରର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

News by B.Mishra (BBSR)

#ଭୁବନେଶ୍ୱର (ଏନ୍‌.ଏମ୍‌.): ଡିଜିଟାଲ ସେବାରେ ଏକ ଯୁଗାନ୍ତକାରୀ ପଦକ୍ଷେପ ସ୍ୱରୂପ ଓଡ଼ିଶାରେ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଫାଇଭ୍‌-ଜି ସେବା । ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି । ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍ ଏହି ସେବା ଯୋଗାଇବେ । ୫ଜି ସେବା ପ୍ରଥମେ କଟକ ଓ ଭୁବନେଶ୍ୱର ସହ ଅନ୍ୟ କିଛି ସହରରେ ଆରମ୍ଭ ହୋଇଛି । ପରେ ଅନ୍ୟ ସହର ଓ ଗ୍ରାମାଞ୍ଚଳରେ ଏହି ସେବା ଉପଲବ୍ଧ ହେବ । ଏଣିକି ୪-ଜି ତୁଳନାରେ ୧୦ ଗୁଣା ଅଧିକ ସ୍ପିଡ୍ ହେବ ଇଣ୍ଟରନେଟ୍ । ଧୀରେ ଧୀରେ ଅନ୍ୟ ସହର ସହ ଗ୍ରାମାଞ୍ଚଳରେ ଏହି ସୁବିଧା ଯୋଗାଇ ଦିଆଯିବ । ୫-ଜି ସେବା ଲାଗୁ ହେଲେ ଶିକ୍ଷା, ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବ । କେବଳ ସହରାଞ୍ଚଳ ନୁହେଁ, ରାଜ୍ୟର ଉପାନ୍ତ ତଥା ଅପହଞ୍ଚ ଅଞ୍ଚଳରେ ମଧ୍ୟ ଏହି ସେବାକୁ ପହଞ୍ଚାଇବାକୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ୫-ଜି ପାଇଁ କେବଳ ଓଡ଼ିଶାରେ ସମୁଦାୟ ୫ ହଜାର ଟାୱାର ନିର୍ମାଣ ହେବ । ୨ ବର୍ଷ ଭିତରେ ସାରା ଓଡ଼ିଶାରେ ପହଞ୍ଚିବ ୫-ଜି ସେବା । ୨୦୨୪ ଅଗଷ୍ଟ ୧୫ତାରିଖ ସୁଦ୍ଧା ରାଜ୍ୟର ସବୁ ଜାଗାରେ ଟାୱାର ଲାଗିବ । ପ୍ରାଥମିକ ପର୍ଯ୍ୟାୟରେ ଶହେଟି ଟାୱାରର ଶୁଭାରମ୍ଭ କରାଯାଇଛି । ଏହି ଟାୱାର ଗୁଡ଼ିକ କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନୂଆଗଡ଼ା, ରାୟଗଡ଼ା ଜିଲ୍ଲାରେ ସ୍ଥାପିତ ହୋଇଛି । ଖୁବ୍ ଶୀଘ୍ର ରାଜ୍ୟର ଅନ୍ୟ ଜିଲ୍ଲାରେ ମଧ୍ୟ ଏହି ସେବା ଉପଲବ୍ଧ ହେବ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ବୈଷ୍ଣବ । ଓଡ଼ିଶାବାସୀଙ୍କୁ ବିଶ୍ୱସ୍ତରୀୟ ମୋବାଇଲ ସେବା ଯୋଗାଇ ଦେବାକୁ ଏପରି ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି । ଏହାଦ୍ୱାରା ଡିଜିଟାଲ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସି ପାରିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି । ସେ ପୁଣି କହିଛନ୍ତି, ଫାଇବର କେବୁଲ ବିଛାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୧ଶହ କୋଟି ଟଙ୍କା ଦେଇଛନ୍ତି । ଓଡ଼ିଶାର ପ୍ରତି ଗାଁ ଓ ସ୍କୁଲକୁ ହାଇସ୍ପିଡ କେବୁଲ ପହଞ୍ଚିବ । ଏହାଛଡ଼ା ଓଡ଼ିଶାର ଭୁବନେଶ୍ୱର, ରାଉରକେଲା, ବ୍ରହ୍ମପୁର, ବାଲେଶ୍ୱର, ଅନୁଗୁଳ, କୋରାପୁଟ, ଜୟପୁର ଓ ସମ୍ବଲପୁରରେ ସଫ୍ଟୱେୟାର ଟେକ୍ନୋଲୋଜି ପାର୍କ ପ୍ରତିଷ୍ଠା କରାଯିବ । ଚଳିତ ବର୍ଷ ଡିସେମ୍ବର ୩୧ ସୁଦ୍ଧା ସବୁ ଟେକ୍ନୋଲୋଜି ପାର୍କ କାର୍ଯ୍ୟକ୍ଷମ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି, ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀ ୫, ୬୦୦ କୋଟିର ଟେଲିକମ୍ ପ୍ୟାକେଜ୍ ମଞ୍ଜୁର କରିଛନ୍ତି । ଓଡ଼ିଶାର ୭ ହଜାର ଗାଁକୁ ମୋବାଇଲ ସେବା ସଂଯୋଗ ହେବ । ଓଡ଼ିଶାରେ ୫-ଜି ଲ୍ୟାବ୍ ହେବା ପାଇଁ ଏମଓୟୁ ସ୍ୱାକ୍ଷର ହୋଇଛି ବୋଲି ସେ କହିଛନ୍ତି । ୫-ଜି ଦର ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ୪-ଜି ଦର ସହ ୫-ଜି ଦର ପାଖାପାଖି ସମାନ ରହିବ । ସାରା ଦେଶରେ ୫-ଜି ଲାଗୁ ପାଇଁ ଅଢ଼େଇରୁ ୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ୫-ଜି ପାଇଁ ୯୦ ହଜାର ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ମୋଦିଙ୍କ ଉଦ୍ୟମରେ ଓଡ଼ିଶାରେ ନୂଆ ଯୁବର ଆରମ୍ଭ ହେଲା ବୋଲି ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂଆ ଭାରତ, ନୂଆ ଓଡ଼ିଶା, ପୂର୍ବଦୋୟର କଳ୍ପନା ତୃଣମୂଳସ୍ତରରେ ସାକାର ହେଉଛି । ଇଣ୍ଟରନେଟ କେବଳ ଗେମିଂ ନୁହେଁ ବରଂ ଶିକ୍ଷା ଜ୍ଞାନ, ନବସୃଜନ ଏବଂ ବ୍ୟବସାୟ ପାଇଁ ମଧ୍ୟ ଅତ୍ୟନ୍ତ ଜରୁରୀ । ଏଥି ସହିତ ବିଶ୍ୱର ଅତ୍ୟାଧୁନିକ ପ୍ରଣାଳୀ ଓଡ଼ିଶାର ଗାଁରେ ପହଞ୍ଚିବ । ବାଙ୍ଗାଲୋର, ହାଇଦ୍ରାବାଦ ଓଗୁଡ଼ଗାଓଁକୁ ଯେଭଳି ଓଡ଼ିଆ ପିଲାମାନେ ନଯାଇ ଏଠାରେ କାର୍ଯ୍ୟକରିବେ ସେ ଭଳି ବ୍ୟବସ୍ଥା ତିଆରି କରିବାକୁ ପଡ଼ିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ