ଓଡ଼ିଶାକୁ ଫେରିଲା କରୋନା: ଗତ ୨୪ ଘଣ୍ଟାରେ ଜଣେ କରୋନା ପଜିଟିଭ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ

ଓଡ଼ିଶାକୁ ଫେରିଲା କରୋନା: ଗତ ୨୪ ଘଣ୍ଟାରେ ଜଣେ କରୋନା ପଜିଟିଭ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ

ଓଡ଼ିଶାକୁ ଫେରିଲା କରୋନା: ଗତ ୨୪ ଘଣ୍ଟାରେ ଜଣେ କରୋନା ପଜିଟିଭ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ


#ଭୁବନେଶ୍ୱର(ଏନ୍‌.ଏମ୍‌.): ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗତ ୩ ତାରିଖରେ ଶେଷ ଥର ପାଇଁ ଓଡ଼ିଶାରେ ଜଣେ ପଜିଟିଭ ଚିହ୍ନଟ ହୋଇଥିଲେ । ପରେ ୨୦ ଦିନର ବ୍ୟବଧାନ ପରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟ ପାଇଁ ଚିନ୍ତାର କାରଣ ହୋଇଛି । କରୋନା କଟକଣା ଯୋଗୁଁ ବହୁ ଅନୁଷ୍ଠାନ ବୁଡ଼ି ଯାଇଥିବାବେଳେ ବହୁ ଜନସାଧାରଣ ଜୀବିକା ହରାଇଛନ୍ତି । ତେବେ ଦୁଇବର୍ଷ ସଂଘର୍ଷ ପରେ ଟିକେ ଅଣ୍ଟା ସଳଖିବା ବେଳେକୁ ପୁଣି କରୋନା ଆକ୍ରାନ୍ତ ଚିହ୍ନଟ ହେବା ନେଇ ଜନସାଧାରଣ ଭୟଭୀତ ହୋଇ ପଡ଼ିଛନ୍ତି । ଅନ୍ୟପକ୍ଷରେ ମହାମାରୀ କରୋନା ଦେଶରେ ପୁଣି ଚିନ୍ତା ବଢ଼ାଇଛି । ଦେଶରେ ଗତ ୨୪ ଘଣ୍ଟାରେ ୭୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଆଉ ୪ ଜଣ ସଂକ୍ରମିତଙ୍କ ମୃତ୍ୟୁ ମଧ୍ୟ ଘଟିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି କୋଭିଡ ରିପୋର୍ଟରେ ଏହା ପ୍ରକାଶ ପାଇଛି । ଜେଏନ-୧ ସବ୍ ଭାରିଆଣ୍ଟ ଚିନ୍ତା ବଢାଇ ଥିବାବେଳେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ନୂଆ ସଂକ୍ରମିତଙ୍କୁ ମିଶାଇଲେ ବର୍ତ୍ତମାନ କୋଭିଡ ସକ୍ରିୟ ମାମଲା ୩,୪୨୦ରେ ପହଞ୍ଚିଛି ।
ତେବେ ଦେଶରେ ଗୋଟିଏ ଦିନରେ ୭୫୨ କୋଭିଡ ମାମଲା ଚିହ୍ନଟ ହୋଇଛି, ଯାହା ମେ’ ୨୧ ପରଠାରୁ ଅର୍ଥାତ୍ ସାତ ମାସ ମଧ୍ୟରେ ସର୍ବାଧିକ । ଏଥିସହ ୪ ଜଣ ସଂକ୍ରମିତଙ୍କ ମୃତ୍ୟୁ ମଧ୍ୟ ଘଟିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି କୋଭିଡ ରିପୋର୍ଟ ପ୍ରକାଶ ପାଇଛି । ଜେଏନ-୧ ସବ୍ ଭାରିଆଣ୍ଟ ଚିନ୍ତା ବଢାଇ ଥିବାବେଳେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ନୂଆ ସଂକ୍ରମିତଙ୍କୁ ମିଶାଇଲେ ବର୍ତ୍ତମାନ କୋଭିଡ ସକ୍ରିୟ ମାମଲା ୩,୪୨୦ରେ ପହଞ୍ଚିଛି । କୋଭିଡରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ କେରଳରୁ ୨ଜଣ ଏବଂ ରାଜସ୍ଥାନ ଏବଂ କର୍ଣ୍ଣାଟକରୁ ଜଣେ ଲେଖାଏଁ ଅଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ୧୭ ଟି ରାଜ୍ୟରେ କୋଭିଡର ସକ୍ରିୟ ମାମଲା ରହିଛି । ନୂଆ ସଂକ୍ରମିତଙ୍କ ମଧ୍ୟରୁ କେରଳରେ ସର୍ବାଧିକ ୨୬୬ ଜଣ ଥିବାବେଳେ କର୍ଣ୍ଣାଟକରେ (୭୦), ମହାରାଷ୍ଟ୍ର (୧୫), ତାମିଲନାଡୁ (୧୩) ଏବଂ ଗୁଜୁରାଟରେ ୧୨ ରୋଗୀ ଅଛନ୍ତି । ନୂଆ ମୃତ୍ୟୁକୁ ମିଶାଇଲେ ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୫,୩୩,୩୩୨ରେ ପହଞ୍ଚିଛି । ସେହିପରି ୪ କୋଟି ୪୪ ଲକ୍ଷ ୭୦ ହଜାର ୮୮୭ ଜଣ ଲୋକ କରୋନାରୁ ସୁସ୍ଥ ହୋଇ ସାରିଲେଣି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନାକୁ ମହାମାରୀ ତାଲିକାରୁ ହଟାଇ ଦେଇଛି । ଅଧିକାଂଶ ଲୋକକଙ୍କର ଟୀକାକରଣ ମଧ୍ୟ ସରିଛି । ତେଣୁ ଭୟଭୀତ ନ ହୋଇ ସାଧାରଣ ଥଣ୍ଡା-ଜ୍ୱର ଥିଲେ ସତର୍କ ରହିବା ସହ ମାସ୍କ ବ୍ୟବହାର ଏବଂ ହାତ ସଫା ରଖିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ