ଓକିଲାତିନାମାରେ ଶହେ ଟଙ୍କାର କର୍ପସ୍‌ଫଣ୍ଡ୍ ଷ୍ଟାମ୍ପକୁ ହାଇକୋର୍ଟ ବାର ଆସୋସିଏସନର ବିରୋଧ

ଓକିଲାତିନାମାରେ ଶହେ ଟଙ୍କାର କର୍ପସ୍‌ଫଣ୍ଡ୍ ଷ୍ଟାମ୍ପକୁ ହାଇକୋର୍ଟ ବାର ଆସୋସିଏସନର ବିରୋଧ

ଓକିଲାତିନାମାରେ ଶହେ ଟଙ୍କାର କର୍ପସ୍‌ଫଣ୍ଡ୍ ଷ୍ଟାମ୍ପକୁ ହାଇକୋର୍ଟ ବାର ଆସୋସିଏସନର ବିରୋଧ

News by Smrutiranjan Tripathy (Cuttack)

କଟକ(ଏନ୍‌.ଏମ୍‌.): ସମସ୍ତ ଓକିଲାତିନାମାରେ ୧୦୦ ଟଙ୍କାର ଆଡଭୋକେଟ୍‌ସ ୱେଲଫେୟାର କର୍ପସ୍ ଫଣ୍ଡ୍ ଷ୍ଟାମ୍ପ ସଂଲଗ୍ନ କରାଯିବ ବୋଲି ରାଜ୍ୟ ବାର୍ କାଉନ୍‌ସିଲ୍ ନେଇଥିବା ନିଷ୍ପତ୍ତିକୁ ହାଇକୋର୍ଟ ବାର ଆସୋସିଏସନ୍ ସମେତ କଟକର ସମସ୍ତ ବାର ଏହାକୁ ବିରୋଧ କରିଛନ୍ତି । ହାଇକୋର୍ଟ ବାର ଆସୋସିଏନ୍‌ର ପକ୍ଷରୁ ଆଜି ଏନେଇ ଅନୁଷ୍ଠିତ ବୈଠକରେ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥି ସହିତ ରାଜ୍ୟର ସମସ୍ତ ବାର୍‌ଗୁଡିକୁ ଏସଂକ୍ରାନ୍ତରେ ଅବଗତ କରାଯାଇଛି । ବାର୍‌କାଉନ୍‌ସିଲ୍ ବା ରାଜ୍ୟ ଆଇନଜୀବୀ ପରିଷଦର ନିର୍ବାଚନ କରାଯାଉନଥିବାରୁ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା । ଏହାଛଡା ବାର୍‌କାଉନ୍‌ସିଲ୍‌କୁ ଚଳାଉଥିବା ଏକ ମଧ୍ୟବର୍ତ୍ତୀକାଳୀନ କମିଟି ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ବିଧି ସମ୍ମତ ନୁହେଁ ବୋଲି ଦର୍ଶାଇ ଓକିଲାତି ନାମାରେ ୧୦୦ ଟଙ୍କିଆ ଷ୍ଟମ୍ପ୍ ଲଗାଇବାକୁ ବିରୋଧ କରାଯାଇଛି । ସୂଚନାଯୋଗ୍ୟ ଅଦାଲତ, ଟ୍ରିବ୍ୟୁନାଲ୍ ବା କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରାଯିବାକୁ ଥିବା ସମସ୍ତ ଓକିଲାତିନାମା ଓ ମେମୋ ଅଫ୍ ଆପିୟରାନ୍ସରେ ଏପରି ଷ୍ଟାମ୍ପ ଜୁନ୍ ୧୮ରୁ ବାଧ୍ୟତାମୂଳକ କରାଯାଇଛି । ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଆଡଭୋକେଟ୍‌ସ ୱେଲଫେୟାର କର୍ପସ୍ ଫଣ୍ଡ୍ ନିୟମାବଳୀ,୨୦୨୦ ଅନୁସାରେ ଏପରି ଷ୍ଟାମ୍ପ ଓକିଲାତନାମା ବା ଆପିୟରାନ୍‌ସ ମେମୋରେ ଦେବାକୁ ପଡ଼ିବ । ଏ ନେଇ ରାଜ୍ୟ ଆଇନଜୀବୀ ପରିଷଦ ତରଫରୁ ରାଜ୍ୟର ସମସ୍ତ ବାର୍ ଆସୋସିଏସନ୍‌କୁ ଅବଗତ କରାଯାଇଥିଲା । ଷ୍ଟାମ୍ପ ବିନା କୌଣସି ଓକିଲାତିନାମା ଅଦାଲତରେ ଦାଖଲ କରାଯାଇ ପାରିବ ନାହିଁ ବୋଲି ବାର୍‌କାଉନ୍‌ସିଲ ପକ୍ଷରୁ ଅବଗତ କରାଯାଇଥିଲା । ଓକିଲାତିନାମାରେ ଆଡଭୋକେଟ୍‌ସ ୱେଲଫେୟାର କର୍ପସ୍ ଫଣ୍ଡ୍ ଷ୍ଟାମ୍ପ ସଂଲଗ୍ନ ବାଧ୍ୟତାମୂଳକ ପ୍ରସଂଗକୁ ଅତୀତରେ ହାଇକୋର୍ଟ ବାର୍ ଆସୋସିଏସନ୍ ସହିତ ରାଜ୍ୟର କେତେକ ବାର୍ ପକ୍ଷରୁ ମଧ୍ୟ ବିରୋଧ କରାଯାଇଥିଲା । ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ୱେଲଫେୟାର କର୍ପସ୍ ଫଣ୍ଡ୍ ନିୟମାବଳୀ, ୨୦୨୦କୁ ପ୍ରତ୍ୟାହାର ପାଇଁ ମଧ୍ୟ ଦାବି କରାଯାଇଥିଲା । ଏହାପରେ ଓକିଲାତିନାମାରେ ଏପରି ଷ୍ଟାମ୍ପ ବାଧ୍ୟତାମୂଳକ ନିୟମ ଅତୀତରେ ସ୍ଥିଗିତ ରଖାଯାଇଥିଲା । ଏବେ ବାର୍ କାଉନସିଲର ଏହି ନିଷ୍ପତ୍ତିକୁ ବିରୋଧ କରାଯିବା ସହିତ ୧୦୦ଟଙ୍କିଆ ଷ୍ଟାମ୍ପ ନଲଗାଇବା ପାଇଁ ହାଇକୋର୍ଟ ବାର ଆସୋସିଏସନ୍ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଜି ଏହି ବୈଠକରେ ହାଇକୋର୍ଟବାର୍ ଆସୋସିଏସନ୍‌ର ସଭାପତି କାଳିପ୍ରସନ୍ନ ମିଶ୍ର, ସମ୍ପାଦକ ଆଲୋକ ପ୍ରସାଦ ନନ୍ଦଙ୍କ ସମେତ କଟକବାର୍ ଆସୋସିଏସନ, କ୍ରମିନାଲ୍‌କୋର୍ଟ ବାର୍ ଆସୋସିଏସନ,ବୋର୍ଡ ଅଫ୍ ରେଭିନ୍ୟୁ ବାର ଆସୋସିଏସନ,ଏମ୍‌.ଭି ଲୟାରର୍ସ ବାର ଆସୋସିଏସନର କର୍ମକର୍ତ୍ତାମାନଙ୍କ ସହିତ ଆଇନଜୀବୀ କ୍ଷୀରୋଦ କୁମାର ରାଉତ, ଉଦିତ ଜେନା, ଦେବୀପ୍ରସାଦ ମହାନ୍ତି, ଅକ୍ଷୟ ପତି ପ୍ରମୁଖ ବହୁ ଆଇନଜୀବୀ ଉପସ୍ଥିତ ଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ