ଐତିହାସିକ ଅଳକା ଆଶ୍ରମ ଉପରେ ଆଧାରିତ ଡାକଟିକଟ ରାଜ୍ୟପାଳଙ୍କ ଦ୍ବାରା ଉନ୍ମୋଚିତ

ଐତିହାସିକ ଅଳକା ଆଶ୍ରମ ଉପରେ ଆଧାରିତ ଡାକଟିକଟ ରାଜ୍ୟପାଳଙ୍କ ଦ୍ବାରା ଉନ୍ମୋଚିତ

ଐତିହାସିକ ଅଳକା ଆଶ୍ରମ ଉପରେ ଆଧାରିତ ଡାକଟିକଟ ରାଜ୍ୟପାଳଙ୍କ ଦ୍ବାରା ଉନ୍ମୋଚିତ

News by B.R.Mishra (BBSR)

ଭୁବନେଶ୍ବର(ଏନ‌୍.ଏମ‌୍.): ଐତିହାସିକ ଅଳକା ଆଶ୍ରମ ଉପରେ ଆଧାରିତ ଏକ ‘ମୋ ଡାକ ଟିକେଟ’ ମହାମହିମ ରାଜ୍ୟପାଳଙ୍କ ଦ୍ବାରା ଉନ୍ମୋଚିତ ହୋଇଯାଇଛି| ରାଜଭବନ ପରିସରରେ ଅଳକା ଆଶ୍ରମ ଶତବାର୍ଷିକୀ କମିଟିର ଅଧ୍ୟକ୍ଷ ସଂଗ୍ରାମ କେଶରୀ ମହାପାତ୍ର, ଆବାହକ ସମ୍ପାଦକ ଦେବେନ୍ଦ୍ର ନାଥ ରାଉତ, ସଂଯୋଜକ ନଗେନ୍ଦ୍ର ନାଥ ସ୍ବାଇଁ, ସୋମନାଥ ପରିଡା, ଡାକ ଟିକଟର ଶିଳ୍ପୀ ଲାଲ ସଂଗ୍ରାମ କେଶରୀ ରାୟ ଏହି ଅବସରରେ ଉପସ୍ଥିତ ଥିଲେ| ଅସହଯୋଗ ଆନ୍ଦୋଳନର ପୃଷ୍ଠଭୂମିରେ ନିର୍ମିତ ଓ ଆଇନ ଅମାନ୍ଯ ଆନ୍ଦୋଳନରେ ସାରା ଓଡ଼ିଶାରେ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତ ଛାଡ ଆନ୍ଦୋଳନ ସମୟରେ ଇଂରେଜ ସରକାରଙ୍କ ଦ୍ବାରା ବେଆଇନ ଘୋଷିତ ହୋଇଥିବା ଅଳକା ଆଶ୍ରମର ବର୍ଷବ୍ଯାପୀ ଶତାବ୍ଦୀ ସମାରୋହ ଚଳିତ ବର୍ଷ ପାଳନ କରାଯାଉଛି| ଏହି ଡାକ ଟିକେଟର ଉନ୍ମୋଚିତ ପୂର୍ବରୁ ଜୟଦେବ ଭବନ ପରିସରରେ ଏକ ପ୍ରସ୍ତୁତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି| ଶ୍ରୀ ରାଉତଙ୍କ ଆବାହକତ୍ଵରେ ଓ ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଏହି ଶତବାର୍ଷିକୀ ସମାରୋହକୁ ଅତ୍ୟନ୍ତ ସ୍ମରଣୀୟ ଭାବରେ କରିବା ପାଇଁ ତାଙ୍କର ମତ ରଖିଥିଲେ| ସେମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଜ୍ଯୋତିଷ ଚନ୍ଦ୍ର ଦାସ, ପ୍ରଶାସକ ସୂର୍ଯ୍ୟ ରଞ୍ଜନ ମହାନ୍ତି, ଗବେଷକ ମହେନ୍ଦ୍ର କୁମାର ଆଚାର୍ଯ୍ୟ, ରବି ନାରାୟଣ ଷଡଙ୍ଗୀ, ଆଲୋକ ରଞ୍ଜନ ଦାସ, ପ୍ରଶାନ୍ତ ଦାସ, ପ୍ରବୋଧ ପଟ୍ଟନାୟକ, ହେମନ୍ତ ରଥ, ଚୌଧୁରୀ ବରଦା ପ୍ରସନ୍ନ ଦାସ, ପ୍ରଣବ କୁମାର ଦେ, ସୁବୋଧ ଚନ୍ଦ୍ର ନାୟକ, ଡକ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ, ହେମନ୍ତ କୁମାର ନାୟକ, ଡକ୍ଟର ଲଲିତ କୁମାର ଲେଙ୍କା, ଡକ୍ଟର ସୁଶୀଲ କୁମାର ପଟ୍ଟନାୟକ ପ୍ରମୁଖ ତାଙ୍କର ମତାମତ ରଖିଥିଲେ| ଶ୍ରୀ ପଞ୍ଚମୀ ୨୦୨୨ ରୁ ଆରମ୍ଭ ହୋଇଥିବା ଏହି ସମାରୋହ ୨୦୨୩ ମସିହା ଶ୍ରୀ ପଞ୍ଚମୀ ଅବସରରେ ଉଦଯାପିତ ହେବ| ଏହାର ସମାବର୍ତ୍ତନ ଉତ୍ସବ ଦେଶର ତଥା ରାଜ୍ୟର ଅନେକ ବିଶିଷ୍ଟ ବ୍ଯକ୍ତିତ୍ବଙ୍କ ସମେତ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରର ଗାନ୍ଧୀ ଅନୁଗାମୀଙ୍କ ଭବ୍ୟ ଉପସ୍ଥିତିରେ ଅନୁଷ୍ଠିତ ହେବ ବୋଲି ଆବାହକ ଶ୍ରୀ ରାଉତ ପ୍ରକାଶ କରିଛନ୍ତି|

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ