ଏସିଆ କପ୍ : ଭାରତୀୟ ଯୁବ ବାହିନୀ ପାଇଁ ପରୀକ୍ଷା, ୧୦ ଖେଳାଳୀ କରିବେ ପଦାର୍ପଣ

ଏସିଆ କପ୍ : ଭାରତୀୟ ଯୁବ ବାହିନୀ ପାଇଁ ପରୀକ୍ଷା, ୧୦ ଖେଳାଳୀ କରିବେ ପଦାର୍ପଣ

ଏସିଆ କପ୍ : ଭାରତୀୟ ଯୁବ ବାହିନୀ ପାଇଁ ପରୀକ୍ଷା, ୧୦ ଖେଳାଳୀ କରିବେ ପଦାର୍ପଣ


ଜାକର୍ତା (ଏଜେନ୍ସି): ଓଡ଼ିଶାର ଭେଟେରାନ ହକି ଷ୍ଟାର ବିରେନ୍ଦ୍ର ଲାକ୍ରାଙ୍କ ନେତୃତ୍ୱରେ ଆସନ୍ତା କାଲିଠାରୁ ଯୁବ ଭାରତୀୟ ଦଳ ଏସିଆ କପ୍ ଅଭିଯାନ ଆରମ୍ଭ କରିବ । ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଭାରତ ତା’ର ପ୍ରଥମ ମ୍ୟାଚ ଖେଳିବ । ଏହି ଭାରତୀୟ ଦଳରେ ୧୦ଜଣ ସଦସ୍ୟ ପ୍ରଥମ ଥର ଲାଗି ସିନିୟର ଦଳରେ ସ୍ଥାନ ପାଇ ଆନ୍ତର୍ଜାତୀୟ କ୍ୟାରିଅର ଆରମ୍ଭ କରିବେ । ତେବେ ଆଗକୁ ଭାରତୀୟ ଦଳର ବ୍ୟସ୍ତବହୁଳ ସିଜନ ରହିଥିବାରୁ ଭାରତ ତା’ର ବେଞ୍ଚ ଷ୍ଟ୍ରେନ୍ଥ ପରୀକ୍ଷା କରିବାର ଏହି ଟୁର୍ଣ୍ଣାମେଣ୍ଟ ବେଶ ସହାୟକ ହେବ । ଆଗକୁ ବର୍ମଂହାମ୍ କମନୱେଲ୍ଥ ଗେମ୍ ଓ ଭୁବନେଶ୍ୱର ବିଶ୍ୱକପ୍ ହକି ପ୍ରତିଯୋଗିତା ରହିଥିବାବେଳେ ଏହି ଟୁର୍ଣ୍ଣାମେଣ୍ଟ ଭାରତୀୟ ଯୁବ ଖେଳାଳୀଙ୍କ ପାଇଁ ଏହି ଟୁର୍ଣ୍ଣାମେଣ୍ଟ ବଡ଼ ଚ୍ୟାଲେଞ୍ଜ ରହିବ । ସେହିପରି ଏହି ମ୍ୟାଚରେ ପାକିସ୍ତାନ ଦଳରେ ଏକାଧିକ ନୂଆ ମୁହଁ ଦେଖିବାକୁ ମିଳିବ । ଆସନ୍ତା ୨୦୨୩ ବିଶ୍ୱକପ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବା ଲାଗି ପାକିସ୍ତାନ ପାଇଁ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟ ସୁଯୋଗ ହେବ । କାରଣ ଏହି ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ୩ଟି ଦଳ ବିଶ୍ୱକପ୍ ଲାଗି ସିଧା ସଳଖ ଯୋଗ୍ୟତା ଅର୍ଜନ କରିବେ । ଏସିଆ କପ୍ ଇତିହାସ ପରଖିଲେ ଉଭୟ ଭାରତ ଓ ପାକିସ୍ତାନ ୩ଥର ଲେଖା ଏହି ଏହି ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ ହୋଇଛନ୍ତି । ତେବେ ଭାରତ ଗତ ୨୦୧୭ ଏସିଆ କପରେ ମାଲେସିଆକୁ ପରାସ୍ତ କରି ଚାମ୍ପିଅନ ହୋଇଥିଲା । ପୂର୍ବତନ ଷ୍ଟାର ସର୍ଦାର ସିଂ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରହିଥିବାବେଳେ ଟୋକିଓ ଅଲିମ୍ପିକର କାଂଶ୍ୟ ପଦକ ବିଜେତା ରୁପିନ୍ଦର ସିଂ ଦଳର ନେତୃତ୍ୱ ନେବାର ଥିଲା । ମାତ୍ର ଅବସର ନେଇ ପୁଣି ପଡ଼ିଆକୁ ଫେରି ଥିବା ରୁପିନ୍ଦର ରିଷ୍ଟ ଇଞ୍ଜୁରୀ ପାଇଁ ଶେଷ ମୁହୂର୍ତ୍ତରେ ଦଳରୁ ବାଦ ପଡ଼ିଥିଲେ ।

Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ