ଏସସିବି କାର୍ଡିଓଲୋଜି ଆଇସିୟୁରେ ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତ

ଏସସିବି କାର୍ଡିଓଲୋଜି ଆଇସିୟୁରେ ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତ

ଏସସିବି କାର୍ଡିଓଲୋଜି ଆଇସିୟୁରେ ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଆଇସିୟୁରେ ଭର୍ତ୍ତି ହୋଇଛିନ୍ତି ଗ୍ୟାଙ୍ଗଷ୍ଟର୍ ସୁଶାନ୍ତ ଧଳସାମନ୍ତ । କଟକ ଏସସିବି କାର୍ଡିଓଲୋଜି ଆଇସିୟୁରେ ସୁଶାନ୍ତ ଧଳସାମନ୍ତ ଭର୍ତ୍ତି ହୋଇଥିବା ନେଇ ଜୋନ-୨ ଏସିପି ଅମିତାଭ ମହାପାତ୍ର ସୂଚନା ଦେଇଛନ୍ତି । ସୁଶାନ୍ତ ଧଳସାମନ୍ତ ଏସସିବିରେ ଭର୍ତ୍ତି ହେବା ପରେ ସୁରକ୍ଷା ବ୍ୟବସ୍ଥା ନେଇ ଜୋନ-୨ ଏସିପି କହିଛନ୍ତି ଯେ, ସୁଶାନ୍ତ ଧଳସାମନ୍ତ ପାଇଁ ଏସସିବିରେ ୨୪ ଘଣ୍ଟିଆ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । କୋର୍ଟଙ୍କ ବିନା ଅନୁମତିରେ ସୁଶାନ୍ତଙ୍କୁ କେହି ଭେଟିପାରିବେ ନାହିଁ । ବାହାର ଖାଦ୍ୟ ଦିଆଯିବ ନାହିଁ । କେବଳ ମେଡିକାଲ ଖାଦ୍ୟ ଖାଇବେ । ଏସିପି ଏବଂ ଆଇଆଇସି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବେ । ସୂଚନାଯୋଗ୍ୟ, ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତ ଗତକାଲି ବୁର୍ଲା ଭୀମସାରରୁ କଟକ ଏସସିବି ସ୍ଥାନାନ୍ତର ହୋଇଥିଲେ । ଗତ ୧୭ ତାରିଖରେ ବଲାଙ୍ଗିର ଜେଲରୁ ସୁଶାନ୍ତ ଧଳସାମନ୍ତଙ୍କୁ ଅଣାଯାଇଥିଲା ଭୀମସାର । ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭୀମସାରରୁ ଲାଇଫ ସପୋର୍ଟ ସିଷ୍ଟମ ଆମ୍ବୁଲାନ୍ସ ଯୋଗେ କଟକ ଅଣାଯାଇଥିଲା । ସୁଶାନ୍ତ ଧଳସାମନ୍ତଙ୍କୁ ହାର୍ଟଆଟାକ ସହ ଉଚ୍ଚ ରକ୍ତଚାପର ସମସ୍ୟା ରହିଛି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଏସିପି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ