ଏସସିବିରେ କାର୍ଯ୍ୟକ୍ଷମ ହେଲା ବ୍ଲାକ ଫଙ୍ଗସ ୱାର୍ଡ : ୩୦ ଶଯ୍ୟା ପ୍ରସ୍ତୁତ ୩ ସନ୍ଦିଗ୍ଧ ଚିକିତ୍ସିତ

ଏସସିବିରେ କାର୍ଯ୍ୟକ୍ଷମ ହେଲା ବ୍ଲାକ ଫଙ୍ଗସ ୱାର୍ଡ : ୩୦ ଶଯ୍ୟା ପ୍ରସ୍ତୁତ ୩ ସନ୍ଦିଗ୍ଧ ଚିକିତ୍ସିତ

ଏସସିବିରେ କାର୍ଯ୍ୟକ୍ଷମ ହେଲା ବ୍ଲାକ ଫଙ୍ଗସ ୱାର୍ଡ : ୩୦ ଶଯ୍ୟା ପ୍ରସ୍ତୁତ ୩ ସନ୍ଦିଗ୍ଧ ଚିକିତ୍ସିତ
କଟକ (ଏନ୍.ଏମ୍.) : କଟକ ବଡ଼ମେଡ଼ିକାଲ (ଏସସିବି)ରେ ଆଜିଠାରୁ ସ୍ୱତନ୍ତ୍ର ବ୍ଲାକ ଫଙ୍ଗସ ୱାର୍ଡ କାର୍ଯ୍ୟକ୍ଷମ ହୋଇଛି । ଇଏନଟି ବିଭାଗରେ ଉକ୍ତ ୱାର୍ଡକୁ କାର୍ଯ୍ୟକ୍ଷମ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଆକ୍ରାନ୍ତ ଲାଗି ୩୦ଟି ଶଯ୍ୟା ପ୍ରସ୍ତୁତ ହୋଇଛି । ବର୍ତ୍ତମାନ ୩ଜଣ ସନ୍ଦିଗ୍ଧ ଉକ୍ତ ୱାର୍ଡରେ ଚିକିତ୍ସିତ ହେଉଛନ୍ତି । ରୋଗୀଙ୍କ ସଂଖ୍ୟା ବଢିଲେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ ବୋଲି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି ।
ରୋଗୀଙ୍କ ଚିକିତ୍ସା ଲାଗି ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ଏଥିରେ ଇଏନଟି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ସୁବ୍ରତ ବେହେରା, ଚକ୍ଷୁ ବିଭାଗର ଆସୋସିଏଟ ପ୍ରଫେସର ଡାକ୍ତର ସୁରେଶ ସ୍ୱାଇଁ, ଭେଷଜ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଆଦିତ୍ୟ ନାରାୟଣ ରହିଛନ୍ତି । ବ୍ଲାକ ଫଙ୍ଗସରେ ସଂକ୍ରମିତ ହୋଇଥିବା ଏବଂ କରୋନା ପଜିଟିଭ ରୋଗୀଙ୍କୁ କୋଭିଡ ୱାର୍ଡ-୨ର ୪ର୍ଥ ମହଲାରେ ରଖାଯାଇ ଚିିକତ୍ସା କରାଯିବ । ସେହିପରି ଇଏନଟି ବିଭାଗରେ ବ୍ଲାକ ଫଙ୍ଗସ ରୋଗୀଙ୍କ ଲାଗି ୩୦ଟି ଶଯ୍ୟା ସଂରକ୍ଷିତ କରି ରଖାଯାଇଛି । ତେବେ ଯେଉଁମାନେ ବ୍ଳାକ ଫଙ୍ଗସରେ ଚିହ୍ନଟ ହେବେ ସେମାନେ କୋଭିଡ-୨ର ୪ର୍ଥ ମହଲାରେ ଚିକିତ୍ସିତ ହେବେ । ଅନ୍ୟପକ୍ଷରେ ଯେଉଁ ମାନେ ସନ୍ଦିଗ୍ଧ ଥିବେ ସେମାନଙ୍କୁ ଇଏନଟି ବିଭାଗରେ ଚିକିତ୍ସା କରାଯିବ । ଗୁରୁତର ରୋଗୀଙ୍କ ଅସ୍ତ୍ରୋପଚାର ଲାଗି ଇଏନଟି ଓ ଚକ୍ଷୁ ବିଭାଗରେ ଗୃହକୁ ବ୍ୟବହାର କରାଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସନ୍ଦିଗ୍ଧ ମାନଙ୍କୁ ଆସିଷ୍ଟାଣ୍ଟ ପ୍ରଫେସରସ୍ତରର ଡାକ୍ତର ଚିକିତ୍ସା କରିବେ । ଚକ୍ଷୁ, ଇଏନଟି ଓ ଚର୍ମ ବିଭାଗର ପ୍ରଫେସର ଚିକିତ୍ସା କରିବା ସହିତ ପ୍ରତିଦିନ ରୋଗୀଙ୍କ ଚିକିତ୍ସା ସମ୍ବନ୍ଧୀୟ ରିପୋର୍ଟ ପ୍ରସ୍ତୁତ କରାଯିବ । ଉକ୍ତ ରିର୍ପୋଟକୁ ମ୍ୟାନେଜମେଣ୍ଟ ଟିମକୁ ହ୍ୱାଟ୍ସଆପରେ ପ୍ରଦାନ କରିବେ । ଏସସିବିକୁ ବହି ର୍ବିଭାଗ ଓ ଆନ୍ତଃ ର୍ବିଭାଗର ଚିକିତ୍ସା ଲାଗି ଆସୁଥିବା ବ୍ଲାକ ଫଙ୍ଗସର ରୋଗୀଙ୍କ ପଞ୍ଜିକରଣ ସମସ୍ତ ତଥ୍ୟ ରେଜିଷ୍ଟର ଡକୁ୍ୟମେଣ୍ଟ ଗୁଡିକ ପ୍ରତିଦିନ ସିଡିଏମଓ କାର୍ଯ୍ୟାଳୟକୁ ପଠାଇବା ଲାଗି ନିଦେ୍ର୍ଦଶ ହୋଇଛି ।
ସୂଚନାଯୋଗ୍ୟ ଯେ, ଏସସିବିରେ ବର୍ତ୍ତମାନ ୩ଜଣ ସନ୍ଦିଗ୍ଧ ବ୍ଲାକ ଫଙ୍ଗସ ରୋଗୀଙ୍କ ଚିକିତ୍ସା ଜାରି ରହିଥିବାବେଳେ ସମସ୍ତଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ଲାଗି ପଠାଯାଇଛି । ତେବେ ସେମାନଙ୍କ ନମୂନା ରିପୋର୍ଟ ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ । ରିପୋର୍ଟ ହସ୍ତଗତ ହେବା ପରେ ୩ଜଣ ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ଅଛନ୍ତି କି ନାହିଁ ତାହା ସ୍ପଷ୍ଟ ହେବ । ୩ଜଣ ସନ୍ଦିଗ୍ଧଙ୍କ ମଧ୍ୟରୁ ୨ଜଣ ମହିଳା ଥିବାବେଳେ ଜଣେ ପୁରୁଷ ଅଛନ୍ତି । ଏହି ସନ୍ଦିଗ୍ଧ ମାନଙ୍କ ମଧ୍ୟରୁ ଜଣଙ୍କୁ ଆଇସିୟୁରେ ରଖାଯାଇଥିବା ବେଳେ ଅନ୍ୟ ୨ଜଣଙ୍କୁ ସାଧାରଣ ଶଯ୍ୟାରେ ରଖାଯାଇଛି । ଏସସିବି କୋଭିଡ ୱାର୍ଡରେ ଚିକିତ୍ସା ହେଉଥିବା ଅନ୍ୟ ୨ଜଣ ସଂକ୍ରମିତ ନିକଟରେ ବ୍ଲାକ ଫଙ୍ଗସ ଲକ୍ଷଣ ଦେଖିବାକୁ ମିଳିଛି । ସମସ୍ତଙ୍କ ନମୂନା ସଂଗ୍ରହ କରାଯଇ ପରୀକ୍ଷା ଲାଗି ପଠାଯାଇଛି । ରିପୋର୍ଟ ଏପର୍ପ୍ୟନ୍ତ ହସ୍ତଗତ ହୋଇନଥିବା ଏସସିବି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ