ଏସଟିଏଫ କବଜାରେ କଶ୍ମୀରର ସନ୍ଦିଗ୍ଧ ଆତଙ୍କବାଦୀ, ଯାଜପୁରରୁ ଧରା ପଡ଼ିଲା

ଏସଟିଏଫ କବଜାରେ କଶ୍ମୀରର ସନ୍ଦିଗ୍ଧ ଆତଙ୍କବାଦୀ, ଯାଜପୁରରୁ ଧରା ପଡ଼ିଲା

ଏସଟିଏଫ କବଜାରେ କଶ୍ମୀରର ସନ୍ଦିଗ୍ଧ ଆତଙ୍କବାଦୀ, ଯାଜପୁରରୁ ଧରା ପଡ଼ିଲା


ଯାଜପୁର(ଏନ୍‌.ଏମ୍‌.): କ୍ରାଇମବ୍ରାଞ୍ଚ ଏସଟିଫ୍ କବଜାରେ ସନ୍ଦିଗ୍ଧ କାଶ୍ମୀର ଯୁବକ । ଦେଶ ବିରୋଧୀ ତତ୍ତ୍ୱ, ଠକେଇ, ଜାଲିଆତି ଏବଂ ଛଦ୍ମବେଶୀ ଯୁବକକୁ ଯାଜପୁର ଧର୍ମଶାଳାରୁ ଧରିଛି କ୍ରାଇମବ୍ରାଞ୍ଚ । ତାକୁ ଏବେ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟକୁ ଆଣି ପଚରାଉଚରା କରାଯାଉଛି । ଗିରଫ ଯୁବକର ନାଁ ସଇଦ ଇଶାନ ବୁଖାରୀ ଓ ତା’ଘର ଖୁପୱାଡାରେ । ଛଦ୍ମ ପରିଚୟରେ ୨୦୧୮ରୁ ଓଡ଼ିଶାରେ ରହୁଥିଲା ଇଶାନ ବୁଖାରୀ । ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତର ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇ ବିବାହ କରିଥିଲା । ତା’ର ପତ୍ନୀଙ୍କ ସଂଖ୍ୟା ୭ରୁ ଅଧିକ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । କଶ୍ମୀର, ୟୁପି, ମହାରାଷ୍ଟ୍ର, ପଞ୍ଜାବ ସମେତ ବିଭିନ୍ନ ରାଜ୍ୟର ଯୁବତୀଙ୍କୁ ସେ ପ୍ରେମ ବିବାହ କରିଥିଲେ । ଏହାବାଦ ବିଭିନ୍ନ ୱେବସାଇଟ୍ ଓ ଆପରେ ମଧ୍ୟ ସେ ଯୁବତୀଙ୍କ ସହ ସମ୍ପର୍କ ରଖିଥିଲା ।
ଏସଟିଏଫ ଦ୍ୱାରା ଗିରଫ ଯୁବକଙ୍କୁ ନେଇ ପ୍ରେସମିଟରେ କ୍ରାଇମବ୍ରାଞ୍ଚ ଆଇଜି ଜୟ ନାରାୟଣ ପଙ୍କଜ ସୂଚନା ଦେଇଛି । ଏନେଇ ସେ କହିଲେ, ବୁଖାରୀ ବହୁତ ବଡ଼ ଠକ ଥିଲା, ତା’ର ଆତଙ୍କୀ ଲିଙ୍କ୍ ନେଇ ଯାଞ୍ଚ ଚାଲିଛି । ୭ ଦିନ ପାଇଁ ରିମାଣ୍ଡରେ ନେଇ ପଚରାଉଚରା କରିବୁ । କଶ୍ମୀର ଓ ପଞ୍ଜାବ ପୁଲିସ ସହ ବି ଯୋଗାଯୋଗରେ ଅଛୁ । ୨୦୧୮ରୁ ଓଡ଼ିଶାରେ ରହୁଥିଲା ବୁଖାରୀ, ନିଜକୁ ଡାକ୍ତର କହୁଥିଲା । ପିଏମଓ ଅଧିକାରୀ ଓ ଏନଆଇଏ ଅଧିକାରୀଙ୍କ ନିକଟତମ ବି କହୁଥିଲା । ୬/୭ ବିବାହ କରିଥିବା ସୂଚନା ମିଳିଛି, ଅଧିକ ବି କରି ଥାଇପାରେ । ସନ୍ଦିଗ୍ଧ ଯୁବକ ନିକଟରୁ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ଜାଲ୍ ଡକ୍ୟୁମେଣ୍ଟ ଜବତ ହୋଇଛି । ଜବତ ଡକ୍ୟୁମେଣ୍ଟ ମଧ୍ୟରେ ବିଦେଶୀ ମେଡିକାଲ ଡିଗ୍ରୀ ସାର୍ଟିଫିକେଟ୍‌, କିଛି ସାଧା କାଗଜରେ ଦସ୍ତଖତ ଥିବା ଡକ୍ୟୁମେଣ୍ଟ, ଆଫିଡେଭିଟ୍‌, ପରିଚୟ ପତ୍ର ଓ ବଣ୍ଡ ରହିଛି । ଇଶାନ ବୁଖାରୀ କଶ୍ମୀର ବାସିନ୍ଦା ହୋଇଥିବା ବେଳେ ସେଠାରେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସଂଶ୍ଳିଷ୍ଟ ଥିଲେ । ଏହାପରେ ଗିରଫଦାରୀ ଭୟରେ ସେଠାରୁ ଫେରାର ହୋଇ ସେ ଗତ ୫ ବର୍ଷ ହେବ ଓଡ଼ିଶାରେ ରହୁଥିଲେ । ବୋଲି ବରିଷ୍ଠ କ୍ରାଇମବ୍ରାଞ୍ଚ ଆଇଜି ସୂଚନା ଦେଇଛନ୍ତି । ଏଥିସହ ଇଶାନ ବୁଖାରୀ କେରଳର କିଛି ସନ୍ଦିଗ୍ଧ ଓ ପାକିସ୍ତାନୀଙ୍କ ସହ ବି ଯୋଗାଯୋଗରେ ଥିଲା । ଠକେଇ ମାମଲାରେ କଶ୍ମୀର ପୁଲିସର ୱାଣ୍ଟେଡ୍ ତାଲିକାରେ ଥିଲା । ତା’ ବିରୋଧରେ ଅଧିକ ତଥ୍ୟ, ପ୍ରମାଣ ଯୋଗାଡ଼ କରିବାକୁ କଶ୍ମୀର ଓ ପଞ୍ଜାବ ପୁଲିସ୍ ସହ ଜାତୀୟ ଗୁଇନ୍ଦା ସଂସ୍ଥା ସହ ଯୋଗାଯୋଗରେ ଥିବା ନେଇ ମଧ୍ୟ କ୍ରାଇମବ୍ରାଞ୍ଚ ଆଇଜି ସୂଚନା ଦେଇଛନ୍ତି ।

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ