ଏନ୍ଏଲ୍ୟୁ କୁଟୁମ୍ବ ପ୍ରକଳ୍ପ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ
#କଟକ(ଏନ୍.ଏମ୍.): ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର କୁଟୁମ୍ବ ପ୍ରକଳ୍ପ ପକ୍ଷରୁ ପୋଷ୍ୟଗ୍ରହଣ କମ୍ୟୁନିଟି ବାଲ୍ମିକୀନଗର ମୁଣ୍ଡାସାହିଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ପ୍ରୋ ବୋନୋ କ୍ଲବ୍ ପକ୍ଷରୁ ଛାତ୍ରଛାତ୍ରୀ ଓ ଅଧ୍ୟାପକ,ଅଧ୍ୟାପିକାମାନେ ମୁଣ୍ଡାସାହି ବାସିନ୍ଦାମାନଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଜନମଙ୍ଗଳ ଯୋଜନା ବାବଦରେ ବୁଝାଇଥିଲେ । ବିଶେଷକରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ସୁଦକ୍ଷା ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା ଆଦି ସମ୍ପର୍କରେ ଲୋକମାନଙ୍କୁ କ୍ଲବ ସଦସ୍ୟମାନେ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ପ୍ରୋ ବୋନୋ କ୍ଲବ୍ ସଦସ୍ୟ ପ୍ରଫେସର ସୂର୍ଯ୍ୟସ୍ମିତା ପରିଡା ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭବେଶ ଶତପଥୀ, ଦୀପ୍ଶିଖା, ଅଭିପ୍ସା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ବାଲ୍ମିକୀନଗର ମୁଣ୍ଡାସାହିର ଯମୁନା ମୁର୍ମୁ, ସାର ବିନ୍ଧାଣୀ, ଟିକି ଦାସ, ବିଶ୍ୱବିଦ୍ୟାଳୟ ଆଇନ ସହାୟତା କେନ୍ଦ୍ରର ସ୍ୱତନ୍ତ୍ର ଅଧିକାରୀ ଦୁର୍ବାଦଳ ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।