ଖୋଲିଲା ହୀରାକୁଦ ଡ୍ୟାମ୍ ୫ଟି ଗେଟ୍‌, ନିଷ୍କାସିତ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଖୋଲିଲା ହୀରାକୁଦ ଡ୍ୟାମ୍ ୫ଟି ଗେଟ୍‌, ନିଷ୍କାସିତ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଖୋଲିଲା ହୀରାକୁଦ ଡ୍ୟାମ୍ ୫ଟି ଗେଟ୍‌, ନିଷ୍କାସିତ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ


#ସମ୍ବଲପୁର(ଏନ୍‌.ଏମ୍‌.): ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଥିବାବେଳେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଆଜି ଜଳଭଣ୍ଡାରର ଗେଟ ଖୋଲାଯାଇ ମହାନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଛି । ଡ୍ୟାମରେ ପୂଜାର୍ଚ୍ଚନା ପରେ ପୂର୍ବାହ୍ନ ୯ଘଟିକାରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା । ତା’ପରେ ପର୍ଯ୍ୟାୟକ୍ରମେ ଆଉ ୪ଟି ଗେଟ୍ ଖୋଲାଯାଇଥିଲା । ତେବେ ପୂର୍ବ ଘୋଷଣା ଅନୁଯାୟୀ ହୀରାକୁଦ ଡ୍ୟାମର ୫ଟି ଗେଟ୍ ଦ୍ୱାରା ନିଷ୍କାସିତ ହେଉଛି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ହୀରାକୁଦ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ଏବେ ଏହାର ଜଳପତ୍ତନ ୬୧୪.୮୭ ଫୁଟ ରହିଛି । ଜୁଲାଇ ୩୧ ତାରିଖ ସୁଦ୍ଧା ଜଳଭଣ୍ଡାରର ଜଳପତ୍ତନ ୬୦୫ ଫୁଟ୍ ରଖିବାକୁ ନିଷ୍ପତ୍ତି ହୋଇଛି । ତେବେ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରୁ ୩ ଦିନ ତଳେ ଗେଟ୍ ଖୋଲିବାକୁ ଡ୍ୟାମ୍ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ । ଏନେଇ ଆବଶ୍ୟକ ପ୍ରସ୍ତୁତ କରାଯାଇଥିଲା । ଗେଟ୍ ଖୋଲିବା ନେଇ ହୀରାକୁଦ ଡ୍ୟାମ ତଳମୁଣ୍ଡରେ ରହୁଥିବା ଲୋକଙ୍କୁ ଅବଗତ କରାଯାଇଥିଲା । ସମ୍ବଲପୁର, ହୀରାକୁଦ ଓ ବୁର୍ଲାରେ ମାଇକ ଯୋଗେ ପ୍ରଚାର କରାଯାଇଥିଲା । ଗେଟ୍ ଖୋଲାଯାଉଥିବାରୁ ତଳମୁଣ୍ଡରେ ମହାନଦୀ ତଥା ଏହାର ଶାଖା ନଦୀଗୁଡ଼ିକୁ ପ୍ରବେଶ ନକରିବାକୁ ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ଲୋକଙ୍କୁ ସତର୍କ କରାଇଥିଲେ । ବନ୍ୟଜଳ ଆସିବା ଦ୍ୱାରା ମହାନଦୀ ଓ ଶାଖା ନଦୀ ଏବେ ଫୁଲି ଉଠିଥିବା ଦେଖିବାକୁ ମିଳିଛି ।

Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ