ଉପଖଣ୍ଡସ୍ତରୀୟ କୃଷି ଓ ଯନ୍ତ୍ରପାତି ମେଳା ଉଦଯାପିତ
#ଆଠଗଡ଼(ଏନ୍.ଏମ୍.): କଟକ ଜିଲ୍ଲା ଆଠଗଡ଼ କୃଷି ଓ କୃଷକର ବିକାଶ ପାଇଁ ଆଠଗଡ଼ ମହୋତ୍ସବ ପଡିଆ ଠାରେ ଏକ ଉପଖଣ୍ଡ ସ୍ତରୀୟ କୃଷି ଓ ଯନ୍ତ୍ରପାତି ମେଳା ଆୟୋଜନ କରାଯାଇଥିଲା । ଏହି ମେଳାରେ ପ୍ରଶାନ୍ତ କୁମାର ତରାଇ ଉପଜିଲ୍ଲାପାଳ, ଆଠଗଡ଼ ସଭାପତିତ୍ୱ କରିଥିଲେ, ମେଳାର ଉଦ୍ଦେଶ୍ୟ କୃଷକମାନେ ବୈଷୟିକ ଜ୍ଞାନକୌଶଳ ଜରିଆରେ ଅଧିକ ଉତ୍ପାଦନ କରିପାରିବେ, ଏହି ମେଳାର ଉଦଯାପନି ଦିବସରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ, ଓଡିଶା ସରକାର ମୁଖ୍ୟ ଅତୀଥି ଓ କୃଷି ଯନ୍ତ୍ରପାତି ମେଳାରେ ଯୋଗ ଦେଇ କୃଷକ ମାନଙ୍କର ସାମଗ୍ରିକ ବିକାଶ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପ୍ରୟାସ ବୋଲି ମତବ୍ୟକ୍ତ କରିଥିଲେ ।
କୃଷି ସହିତ ଜଡିତ ମତ୍ସ୍ୟ, ପ୍ରାଣୀ ସମ୍ପଦ, ଉଦ୍ୟାନ କୃଷି ଓ କୃଷି ଚାରୋଟି ବିଭାଗ ଜିଲ୍ଲା ଓ ଉପଖଣ୍ଡ ସ୍ତରରେ ଚାଷୀମାନଙ୍କ ପାଇଁ କାର୍ଯ୍ୟକାରୀ କରାଯାଉଥିବା ଯୋଜନା ପହଞ୍ଚାଯାଇ ପାରିଲେ ଏହି ମେଳାର ଆୟୋଜନ ସଫଳ ହୋଇପାରିବ । ୧୦ ବର୍ଷ ତଳେ ରାଜ୍ୟ କୃଷି ବଜେଟ ଯେତିକିଥିଲା ଆଜି ତାହା ତିନିଗୁଣ ବୃଦ୍ଧି କରାଯାଇଛି । କୃଷକମାନଙ୍କର ସାମଗ୍ରିକ ବିକାଶ ସରକାରଙ୍କର ମୁଖ୍ୟ ଲକ୍ଷ୍ୟ, ଏହି ଯନ୍ତ୍ରପାତି ମେଳା ତିନିଦିନ ଧରି ଚାଲିଥିଲା । ଏହି ମେଳାରେ ଚାଷୀ ଭାଇଭଉଣୀ ମାନେ ସିଧା ସଳଖ କୃଷି ଯନ୍ତ୍ରପାତି ରିହାତି ଦରରେ କିଣିଥିଲେ ।
ଏହି ଉତ୍ସବରେ ଜ଼ିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ ବିଭୁ ରଞ୍ଜନ ଦାସ, ଜ଼ିଲ୍ଲା ମତ୍ସ୍ୟ ଅଧିକାରିଣୀ ଇତିଶ୍ରୀ ରଥ, ଜିଲ୍ଲା କୃଷି ନିର୍ବାହୀ ଯନ୍ତ୍ରୀ, ଦେବବ୍ରତ ଦାସମହାପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ଜେନା, ରାଜ୍ୟ ବିହନ ଜୈବିକ ପ୍ରାମାଣିକ ସଂସ୍ଥାର ନିର୍ଦ୍ଦେଶକ ନିରାକାର ଲେଙ୍କା, ଆଠଗଡ ଜ଼ିଲ୍ଲା କୃଷି ଅଧିକାରୀ ପର୍ଶୁରାମ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ମେଳାକୁ ଆଠଗଡ କୃଷି ସୂଚନା ପରାମର୍ଶକେନ୍ଦ୍ର ଅଧ୍ୟକ୍ଷ ରବୀନ୍ଦ୍ର ନାଥ ରାଉତ ସଂଯୋଜନା କରିଥିଲେ, ସମ୍ମାନିତ ଅତିଥି ଭାବେ ଏକ ନମ୍ବର ଜ଼ିଲ୍ଲା ପରିଷଦ ସଭ୍ୟା ଶାନ୍ତିଲତା ବେହେରା, ଦୁଇ ନମ୍ବର ଜ଼ିଲ୍ଲା ପରିଷଦ ସଭ୍ୟା ମିନତୀ ଗାଗରାଇ, ତିନିନମ୍ବର ଜ଼ିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ବାଘ, ସମବାୟବିତ ଲଳିତେନ୍ଦୁ ସେନାପତି ପ୍ରମୁଖ ଯୋଗ ଦେଇଥିଲେ ।
ଏହି ଉପଖଣ୍ଡସ୍ତରୀୟ ଯନ୍ତ୍ରପାତି ମେଳା ତିନିଦିନ ଧରି ଚାଲିଥିଲା । ଚାଷ ସମ୍ପର୍କୀୟ ବିଭିନ୍ନ ଯୋଜନାରେ ଅଧିକରୁ ଅଧିକ ସଂଖ୍ଯକ ଚାଷୀ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ରିହାତିର ସୁବିଧା ଯେପରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଅଗ୍ରଣୀ ଚାଷୀମାନେ ନିଅନ୍ତୁ ବୋଲି ମତବ୍ୟକ୍ତ କରିଥିଲେ । ଗୋପାଳନ, କୁକୁଡା ପାଳନ, ଛେଳି, ମେଣ୍ଢା ଚାଷ କରୁଥିବା ଅଗ୍ରଣୀ ଚାଷୀ ଭାଇମାନେ ବ୍ୟବସାୟିକ ଭିତ୍ତିରେ କରିବା ସହିତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ଯୋଗ ଯୋଜନାରେ ଆବେଦନ କରି ସରକାରୀ ରିହାତି ପାଇପାରିବେ ସେ କଥା ମଧ୍ୟ କହିଥିଲେ । ଫୁଲ ଚାଷ, ଫଳ ଚାଷ, ପନିପରିବା ଚାଷ କରି ଆମେ ଉତ୍ପାଦନ ବଢେଇବା ସହିତ ଫଳ ଓ ପନିପରିବା ସଂଗ୍ରହ ପାଇଁ ସୋଲାର ଡ୍ରାୟାର, କୋଲ୍ଡ ଚାମ୍ବର, କୋଲ୍ଡ ରୁମ, ସୋଲାର କୋଲ୍ଡ ରୁମ ପାଇଁ ରିହାତିର ବ୍ୟବସ୍ଥା ଅଛି । ଅଗ୍ରଣୀ ଚାଷୀ ଭାଇମାନେ ଏହାର ସୁଫଳ ପାଇଁ ଆଗେଇ ଆସନ୍ତୁ ବୋଲି କହିବା ସହିତ ଆଠଗଡ ଉପଖଣ୍ଡର କୃଷି ଯନ୍ତ୍ରପାତି ବ୍ୟବହାର କରି ସଫଳ ହୋଇଥିବା ଆଠ ଜଣ ଚାଷୀଙ୍କୁ ମାନ୍ୟବର ମନ୍ତ୍ରୀ ଉପଢୌକନ ଓ ମାନପତ୍ର ପ୍ରଦାନ କରିଥିଲେ । ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ରମଣୀ ରଞ୍ଜନ ବିଶ୍ୱାଳ, ତିଗିରିଆ ବ୍ଲକ କୃଷି ଅଧିକାରୀ ସନାତନ ବେହେରା, ତିଗିରିଆ ସହକାରୀ କୃଷି ଅଧିକାରୀ ଦେବି ପ୍ରସାଦ ପୁଷ୍ଟି, ରାକେଶ କୁମାର ରାଉତ ଆଠଗଡ଼,ବଡମ୍ବା ଓ ନରସିଂହପୁର ପୁର ବ୍ଲକ କୃଷି ଅଧିକାରୀ ଶିବାଶିଷ ମିଶ୍ର ଓ ନିର୍ମଳ କୁମାର ନାୟକ ଧନଞ୍ଜୟ ରାଉତ, ସହକାରୀ ଉଦ୍ୟାନ ଅଧିକାରୀ, ଆଠଗଡ଼, ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରିଣୀ ଡଃ ଶୁଭଶ୍ରୀ ନାୟକ ଉପସ୍ଥିତ ରହି ସେମାନଙ୍କର ମୂଲ୍ୟବାନ ଅଭିଭାଷଣ ପ୍ରଦାନ କରିଥିଲେ । ପରି ଶେଷରେ ଆଠଗଡ ବ୍ଲକ କୃଷି ଅଧିକାରୀ ପ୍ରିୟନାଥ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ମେଳାରେ ଚାଳିଶ ଗୋଟି ଷ୍ଟଲରେ ବିଭିନ୍ନ ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ଉପଲବ୍ଧ ହୋଇଥିଲା । ଚାଷୀମାନଙ୍କ ଚାହିଦା ଅନୁଯାୟୀ ପ୍ରାୟ ଚାଳିଶ ଲକ୍ଷ ସତୁରି ହଜାର କୃଷି ଯନ୍ତ୍ରପାତି ବିକ୍ରି ହୋଇଥିଲା ।