ଉଦ୍‌ଯାପିତ ହେଲା ତୋରଳ ଗଣେଶ ମହୋତ୍ସବ

ଉଦ୍‌ଯାପିତ ହେଲା ତୋରଳ ଗଣେଶ ମହୋତ୍ସବ

ଉଦ୍‌ଯାପିତ ହେଲା ତୋରଳ ଗଣେଶ ମହୋତ୍ସବ

 

 

News by Smruti Ranjan Tripathy (Cuttack)

ଜଗତପୁର (ଏନ୍‌.ଏମ୍‌.): କଟକ ଜିଲ୍ଲା ଜଗତପୁରସ୍ଥିତ ତୋରଳ ପୂଜା କମିଟି ପକ୍ଷରୁ ୧୬ତମ ଗଣେଶ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ୮ଦିନ ଧରି ଆୟୋଜିତ ଏହି ମହୋତ୍ସବର ଉଦ୍‌ଯାପନୀ ସଂଧ୍ୟା ବେଶ ଚିତାକର୍ଷକ ହୋଇଥିଲା । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ବିଭିନ୍ନ ପ୍ରକାର ସୁଆଦିଆ ଖାଦ୍ୟ ଷ୍ଟଲରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା । ସମ୍ପ୍ରତି ରାଜ୍ୟର ବହୁ ଲୋକକଳା ହଜିବାକୁ ବସିଥିବାବେଳେ ସେ ସବୁକୁ ଉଦ୍‌ଯିବିତ ରଖିବା ପାଇଁ ଏହି ଅନୁଷ୍ଠାନର ନିଆରା ପ୍ରୟାସ ବେଶ ପ୍ରଶଂସନୀୟ ବୋଲି ଉପସ୍ଥିତ ଅତିଥିମାନେ କହିଥିଲେ । ଓଡ଼ିଶାର ଗୌରବ ଓଡ଼ିଶୀ ନୃତ୍ୟରେ କୁନିକୁନି କଳାକାରମାନେ ଦର୍ଶକଙ୍କ ହୃଦୟକୁ ଜିତିପାରିଥିଲେ । ଏଥି ସହିତ ଘୁମୁରା ନାଚରେ ମଧ୍ୟ ଦର୍ଶକ ଝୁମିଥିଲେ । କେବଳ ସେତିକି ନୁହେଁ ମହୋତ୍ସବସ୍ଥଳରେ ଖୋଲାଯାଇଥିବା ସେଲଫି ଜୋନରେ ଭାରତ ମାତାଙ୍କ ପ୍ରତିମୂର୍ତ୍ତି ନିକଟରେ ମୋବାଇଲ ଧରି ଆଜିର ଯୁବ ପୀଢ଼ି ବିଭିନ୍ନ ଢଙ୍ଗରେ ଫଟୋ ମଧ୍ୟ ଉଠାଇଥିଲେ । ପାଗଳ ପ୍ରତିକୂଳ ପରିସ୍ଥିତିରେ ବି ମହୋତ୍ସବର ମଜା ଉଠାଇବାକୁ ହଜାର ହଜାର ଦର୍ଶକ ହାଜର ହୋଇ ଯାଇଥିଲେ ଏହି ମହୋତ୍ସବ ସ୍ଥଳରେ । ବିଭିନ୍ନ ଘରକରଣା ସାମଗ୍ରୀ ସାଙ୍ଗକୁ ସୁନ୍ଦର ସୁନ୍ଦର କଣ୍ଢେଇ କିଣିବା ଓ ପାମ୍ପଡ଼ ଖାଇବାର ମଜା ମଧ୍ୟ ନିଆରା ଥିଲା । ଏଥି ସହିତ ମହୋତ୍ସବରେ ବିଭିନ୍ନ ଦୋଳିର ମଜା ନେଇଥିଲେ ଦର୍ଶକ ।
୧୬ତମ ମହୋତ୍ସବର ଅନ୍ତିମ ସଂଧ୍ୟାରେ ଉଦ୍‌ଘାଟକ ଭାବେ ଜଷ୍ଟିସ ରଘୁବୀର ଦାସ ଯୋଗଦେଇ ଏଭଳି କାର୍ଯ୍ୟକ୍ରମ ରାଜ୍ୟର କଳା ଓ ସଂସ୍କୃତିର ସମନ୍ୱୟର କ୍ଷେତ୍ର ବୋଲି କହିଥିଲେ । ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ଲିନୁ ଚୟନୀ, ଡାକ୍ତର ସାମି ସଲିମ, ନିରଞ୍ଜନ ବିଶ୍ୱାଳ, ଜଗତପୁର ଥାନା ଆଇଆଇସି ରବୀନ୍ଦ୍ରନାଥ ମେହେର ଯୋଗଦେଇଥିଲେ । ଅନୁଷ୍ଠାନର ସାଧାରଣ ସମ୍ପାଦକ ଦୀପେଶ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଅଶୋକ ମିଶ୍ର ମଞ୍ଚ ସଞ୍ଚାଳନ କରିଥିଲେ । କୁଳମଣୀ ବେହେରା, ଅଲେଖ ଚନ୍ଦ୍ର ବେହେରା, ମଳୟ ବିଶ୍ୱାଳ, ବେଣୁଧର ପରିଡା ସହଯୋଗ କରିଥିବାବେଳେ ମାଧବ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ