ଉଠାଜଳସେଚନ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ

ଉଠାଜଳସେଚନ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ

ଉଠାଜଳସେଚନ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ


ଜଗତସିଂହପୁର (ଏନ୍‌.ଏମ୍‌.): ଜଗତସିଂହପୁର ଜିଲ୍ଲାରେ ଉଠା ଜଳ ସେଚନ ପ୍ରକଳ୍ପ ପାଇପି ବିଛା ଓ ଘର ନିର୍ମାଣରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହେଉଛି । ତିର୍ତ୍ତୋଲ ଉଠାଜଳସେଚନ ବିଭାଗ ଅଧୀନରେ କରାଯାଉଥିବା ଉଠାଜଳସେଚନ ଯୋଜନରେ ବ୍ୟାପକ ଅନିୟମିତତା ହେଉଥିବା ବିଭିନ୍ନ ପଞ୍ଚାୟତରେ ଅଭିଯୋଗ ହେଉଥିବା ନେଇ ସୂଚନା ମିଳିଛି । ତିର୍ତ୍ତୋଲ ଉଠାଜଳସେଚନ ବିଭାଗ ଅଫିସର ଓ ଠିକାଦାରଙ୍କ ସଲାସୁତୁରାରେ ଅତ୍ୟନ୍ତ ନିମ୍ନମାନର ପାଇପି ବିଛା ହେବ ସହିତ ଘର ମଧ୍ୟରେ ଅତ୍ୟନ୍ତ ନିମ୍ନ ମାନର ହେଉଥିବା ଅଭିଯୋଗ ହେଉଛି । ଚାଷ ଜମିରେ ଯାଉଥିବା ପାଇପି ବିଛା ପାଇଁ ଯେତିକି ଗଭୀର କରାଯିବା କଥା ଠିକାଦାର ସେତିକି ନାଖୋଳି ଅଳ୍ପ ଖୋଳି ପାଇପି ବିଛାଇ ଦେଉଛନ୍ତି । ଅପର ପକ୍ଷରେ ନିମ୍ନ ମାନର ପାଇପି ମଧ୍ୟ ବିଛା ଯାଉଥିବା ଅଭିଯୋଗ ହେଉଛି । ଉଠାଜଳସେଚନ ବୋରିଂ ସ୍ଥାନରେ ଯେଉଁ ପ୍ରକାର ଘର କରିବା କଥା ତାହା ମଧ୍ୟ ହେଉନଥିବା ଅଭିଯୋଗ ହେଉଛି । ଏହି ବ୍ଲକ ଅନ୍ତର୍ଗତ କୋଲର ପଞ୍ଚାୟତରେ ଯେଉଁ ଦୁଇଟି ପ୍ରକଳ୍ପ କରାଯାଇଛି ଅତ୍ୟନ୍ତ ନିମ୍ନମାନର ହୋଇଥିବା ନେଇ ଗ୍ରାମବାସୀ ଓ ଚାଷୀମାନେ ଅଭିଯୋଗ କରୁଥିଲେ ମଧ୍ୟ ଠିକାଦାରଙ୍କ ଦାଦାଗିରି ଓ ଅଫିସରଙ୍କ ଉଦାସୀନତା ପାଇଁ ଚାଷୀମାନେ ଚୁପ ବସୁଛନ୍ତି । ଗୋପାଳପୁର (ଶଙ୍ଖେଶ୍ୱର) ବାତ୍ୟା ଆଶ୍ରୟ ସ୍ଥଳୀ ନିକଟରେ ଏହି ପ୍ରକଳ୍ପ ଅତ୍ୟନ୍ତ ନିମ୍ନ ମାନର ଇଟା, ସିମେଣ୍ଟ ଓ ବାଲିରେ ଭାଗ ସଠିକ ନକରି ଅତ୍ୟନ୍ତ ନିମ୍ନ ମାନର କରୁଥିବା ନେଇ ଅଭିଯୋଗ ହେଉଛି । ସରକାର ଚାଷୀମାନଙ୍କ ଉନ୍ନତି ଓ ସହଜ ଚାଷ ପାଇଁ କୋଟି କୋଟି ଟଙ୍କାର ପ୍ରକଳ୍ପ କରୁଥିବା ବେଳେ ଠିକାଦାର ଓ ଅଫିସରଙ୍କ ସଲାସୁତୁରାରେ ସେଗୁଡିକ ଏକ ପ୍ରକାର ପାଣିରେ ପଡୁଥିବା ସଦୃଶ ପାଲଟିଛି । ନିର୍ମାଣ କରାଯାଉଥିବା ଘରର ଆକାର ଓ ଆକୃତି ରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି । ଏହି ପ୍ରକଳ୍ପ ଚାଷୀ ଓ ଚାଷ ପାଇଁ ନିର୍ମାଣ କରାଯାଉଥିବାବେଳେ ନିର୍ମାଣ ସମୟରେ ଅଫିସର ମାନେ ଚାଷୀମାନଙ୍କୁ ଅବଗତ ନକରାଇ ଠିକାଦାର ମାଧ୍ୟମରେ ନିର୍ମାଣ କରାଇ ଚାଲିଯାଉଥିବା ଦେଖିବାକୁ ମିଳୁଛି । ନିର୍ମାଣ ସମୟରେ ପ୍ରକୃତରେ ଚାଷୀମାନେ ଜାଣିପାରନ୍ତେ ତାହାହେଲେ କାର୍ଯ୍ୟ ସଠିକ ହୋଇପାରନ୍ତା ବୋଲି ସ୍ଥାନୀୟ ଅଞ୍ଚଳ ଚାଷୀମାନେ ଦାବି କରିଛନ୍ତି । କେତେକ ପ୍ରକଳ୍ପ ସମ୍ପୂର୍ଣ କରାଯାଇଥିଲେ ମଧ୍ୟ ତାହା ଅଚଳ ହୋଇପଡ଼ିରହିଥିବାବେଳେ ନୂତନ ପ୍ରକଳ୍ପ କାହା ସ୍ୱାର୍ଥରେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Slider ଅପରାଧ କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି