ଉଚ୍ଚତର ପ୍ରଶିକ୍ଷଣ ପାଇଁ ବେଙ୍ଗାଲୁରୁ ଗଲେ ୮୮ ଶିକ୍ଷକ

ଉଚ୍ଚତର ପ୍ରଶିକ୍ଷଣ ପାଇଁ ବେଙ୍ଗାଲୁରୁ ଗଲେ ୮୮ ଶିକ୍ଷକ

ଉଚ୍ଚତର ପ୍ରଶିକ୍ଷଣ ପାଇଁ ବେଙ୍ଗାଲୁରୁ ଗଲେ ୮୮ ଶିକ୍ଷକ


ଭୁବନେଶ୍ୱର (ଏନ୍‌.ଏମ୍‌.): ବିଜ୍ଞାନ ଓ କାରିଗରୀ ବିଭାଗ ଆନୁକୂଲ୍ୟରେ ବିଜ୍ଞାନ ଓ ଗଣିତ ବିଷୟରେ ଉଚ୍ଚତର ପ୍ରଶିକ୍ଷଣ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ୮୮ ଜଣ ଶିକ୍ଷକ ବେଙ୍ଗାଲୁରୁ ଯାଇଛନ୍ତି । ସେମାନେ ୨୯ ତାରିଖ ପର୍ଯ୍ୟନ୍ତ ୧୦ ଦିନ ପାଇଁ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ ଅଧୀନସ୍ଥ ପ୍ରତିଭା ବିକାଶ କେନ୍ଦ୍ରରେ ପ୍ରଶିକ୍ଷିତ ହେବେ । ରାଜ୍ୟର ବିଭିନ୍ନ ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ବିଜ୍ଞାନ ଓ ଗଣିତ ଶିକ୍ଷକ ଭାବେ କାର୍ଯ୍ୟରତ ଏହି ଶିକ୍ଷକମାନେ ନୂତନ ଧାରାରେ ଶ୍ରେଣୀ ପରିଚାଳନା କରିବାର ଦକ୍ଷତା ହାସଲ କରିବା ସହିତ ଶ୍ରେଣୀ ପାଠ୍ୟଦାନରେ ପରୀକ୍ଷା, ସିଦ୍ଧାନ୍ତ ଓ ତତ୍ତ୍ୱର ପ୍ରୟୋଗ କରିପାରିବେ । ଶିକ୍ଷକମାନଙ୍କ ପ୍ରଶିକ୍ଷଣ ନିମନ୍ତେ ସମସ୍ତ ବ୍ୟୟ ବିଜ୍ଞାନ ଓ କାରିଗରୀ ବିଭାଗ ବହନ କରିବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟରେ ୧୧୪ ଜଣ ଶିକ୍ଷକ ଏହି ପ୍ରଶିକ୍ଷଣ ନେଇଛନ୍ତି । ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବେଙ୍ଗାଲୁରୁଠାରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍‌ଘାଟନ କରିଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି