ଇଷ୍ଟ ଜୋନ ଇଣ୍ଟର ୟୁନିଭର୍ସିଟି ପୁରୁଷ ଫୁଟବଲ ଟୁର୍ନାମେଣ୍ଟରେ ଯୋଗ ଦେବାକୁ ଗଲେ ମହମ୍ମଦ ସାକେଲିନ

ଇଷ୍ଟ ଜୋନ ଇଣ୍ଟର ୟୁନିଭର୍ସିଟି ପୁରୁଷ ଫୁଟବଲ ଟୁର୍ନାମେଣ୍ଟରେ ଯୋଗ ଦେବାକୁ ଗଲେ ମହମ୍ମଦ ସାକେଲିନ

ଇଷ୍ଟ ଜୋନ ଇଣ୍ଟର ୟୁନିଭର୍ସିଟି ପୁରୁଷ ଫୁଟବଲ ଟୁର୍ନାମେଣ୍ଟରେ ଯୋଗ ଦେବାକୁ ଗଲେ ମହମ୍ମଦ ସାକେଲିନ

News by Smrutiranjan Tripathy (Cuttack)

କଟକ(ଏନ୍‌.ଏମ୍‌.): ସମ୍ପ୍ରତି ରାଜ୍ୟରେ କ୍ରୀଡ଼ାର ଦ୍ରୁତ ବିକାଶ ଘଟିଛି । ରାଜ୍ୟସରକାରଙ୍କ ଉଦ୍ୟମ କ୍ରମେ ଏବେ ବହୁ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ଚିହ୍ନଟ କରାଯାଇଛି । ତେବେ ରାଞ୍ଚି ଠାରେ ଅନୁଷ୍ଠିତ ହେବାକୁ ଥିବା ଇଷ୍ଟ ଜୋନ ଇଣ୍ଟର ୟୁନିଭର୍ସିଟି ପୁରୁଷ ଫୁଟବଲ ଟୁର୍ନାମେଣ୍ଟରେ ଖେଳିବାକୁ ଉତ୍କଳ ୟୁନିଭର୍ସିଟି ପକ୍ଷରୁ ମନୋନୀତ ହୋଇଛନ୍ତି । ଏହି ଟିମର ୨୦ ଜଣ ଖେଳାଳି ଆଜି ରାଞ୍ଚିରେ ପହଞ୍ଚିଛନ୍ତି । ତେବେ ଏହି ଖେଳାଳି ତାଲିକାରେ କଟକ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପ୍ରହାରାଜପୁରର ଜଣାଶୁଣା କ୍ରୀଡ଼ାବିତ ମହମ୍ମଦ ଆସ୍ଫାକଙ୍କ ପୁଅ ମହମ୍ମଦ ସାକେଲିନ ସ୍ଥାନ ପାଇଥିବାରୁ ସମଗ୍ର ଅଞ୍ଚଳର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ସାକେଲିନ ଏହି ଟିମରେ ସାମିଲ ହେବାର ସୁଯୋଗ ପାଇଥିବାରୁ ଅଞ୍ଚଳବାସୀ ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା ସହ ଶୁଭେଚ୍ଛା ଜଣାଇଛନ୍ତି ।

Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ