ଇପିଏଫ ପେନସନର୍ସ ଆସୋସିଏସନର ରାଜ୍ୟ କମିଟି ବୈଠକ

ଇପିଏଫ ପେନସନର୍ସ ଆସୋସିଏସନର ରାଜ୍ୟ କମିଟି ବୈଠକ

ଇପିଏଫ ପେନସନର୍ସ ଆସୋସିଏସନର ରାଜ୍ୟ କମିଟି ବୈଠକ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ଅଲ୍ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନର ରାଜ୍ୟ କମିଟି ବୈଠକ ସ୍ଥାନୀୟ ଖାନନଗର ଜଗନ୍ନାଥ ମନ୍ଦିର ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି । ବିଜୟ କୁମାର ଜେନାଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ଜାତୀୟ ଉପସଭାପତି ତଥା ରାଜ୍ୟ ସମ୍ପାଦକ ଭାଗ୍ୟଧର ବ୍ରହ୍ମା, ଉପଦେଷ୍ଟା ରଞ୍ଜନ କୁମାର ଖୁଣ୍ଟିଆ ଏବଂ ନଟବର ଆଚାର୍ଯ୍ୟଙ୍କ ସମେତ କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଜଗତସିଂହପୁର, ଯାଜପୁର ଓ କେନ୍ଦୁଝର ଜିଲ୍ଲାରୁ ୪୫ଜଣ ପ୍ରତିନିଧି ଯୋଗ ଦେଇଥିଲେ । ଆସୋସିଏସନ ତରଫରୁ ଇପିଏଫ ପେନସନଭୋଗୀ ବରିଷ୍ଠ ନାଗରିକମାନଙ୍କୁ ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ସାମିଲ କରି ନିଶୁଳ୍କ ଚିକିତ୍ସା ସୁବିଧା ଯୋଗାଇଦେବାକୁ ଆସୋସିଏସନ୍ ତରଫରୁ ରାଜ୍ୟ ସରକାରଙ୍କ ନିକଟରେ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିଲା । ଏ ବାବଦରେ ଆସୋସିଏସନ୍ ତରଫରୁ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ପ୍ରଚେଷ୍ଟାରେ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍‌, ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଏବଂ ବିଜେଡିର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ସାକ୍ଷାତ ଆଲୋଚନା ହୋଇଥିଲା । ରାଜ୍ୟ ସରକାର ଗତକାଲି ଏହି ସ୍ୱାସ୍ଥ୍ୟ ଯୋଜନାରେ ଗ୍ରାମାଞ୍ଚଳରେ ଥିବା ସରକାରୀ କର୍ମଚାରୀ ଏବଂ ଆୟକର ଦାତାଙ୍କୁ ବାଦ୍ ଦେଇ ଅନ୍ୟମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରିବା ପାଇଁ ନିଷ୍ପତ୍ତି ନେଇଥିବାରୁ ବୈଠକରେ ଆନନ୍ଦ ପ୍ରକାଶ ପାଇଥିଲା । ବୈଠକରେ ସରକାରଙ୍କ ଏହି ନିଷ୍ପତ୍ତି ପାଇଁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫-ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା । ସହରାଞ୍ଚଳରେ ଥିବା ଆର୍ôଥକ ଅନଗ୍ରସର ଶ୍ରେଣୀ ବର୍ଗର ସ୍ୱଳ୍ପ ଇପିଏଫ ପେନସନଭୋଗୀମାନଙ୍କୁ ଏହି ସ୍ୱାସ୍ଥ୍ୟ ଯୋଜନାରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବା ଲାଗି ପ୍ରସ୍ତାବ ଗୃହୀତ ହେଲା । ସେହିଭଳି ସର୍ବନିମ୍ନ ପେନସନ ବୃଦ୍ଧି ସହ ମହଙ୍ଗା ଭତ୍ତା ପ୍ରଦାନ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ବର୍ଦ୍ଧିତ ପେନସନ ଦେବା ପାଇଁ କେନ୍ଦ୍ର ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ବୈଠକରେ ଘୋର ଉଦବେଗ ପ୍ରକାଶ ପାଇଥିଲା । କେନ୍ଦ୍ର ସରକାର ତୁରନ୍ତ ଏହି ସମସ୍ୟାର ସମାଧାନ ନକଲେ ଓଡ଼ିଶା ସମେତ ଦେଶରେ ଥିବା ୭୬ ଲକ୍ଷ ଇପିଏଫ ପେନସନଭୋଗୀ ପରିବାର ଯୋରଦାର ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ନିଷ୍ପତ୍ତି ନିଆଯାଇଥିବା ବିଷୟ ରାଜ୍ୟ ସମ୍ପାଦକ ତଥା ଜାତୀୟ ଉପସଭାପତି ଭାଗ୍ୟଧର ବ୍ରହ୍ମା ଜଣାଇଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ