ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଲେ ତିଗିରିଆର କୁନି ଝିଅ ସ୍ତୁତିପ୍ରିୟା

ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଲେ ତିଗିରିଆର କୁନି ଝିଅ ସ୍ତୁତିପ୍ରିୟା

ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଲେ ତିଗିରିଆର କୁନି ଝିଅ ସ୍ତୁତିପ୍ରିୟା


ତିଗିରିଆ(ଏନ୍‌.ଏମ୍‌.): ଭାରତର କୋଣଅନୁକୋଣରୁ ଲୁକ୍କାୟିତ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ କରୁଥିବା ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି ଆଠଗଡ଼ ଉପଖଣ୍ଡ ତିଗିରିଆ ବ୍ଲକ୍‌ର ଭୋଗଡ଼ା ପଞ୍ଚାୟତର ଜଣେ ସାଢ଼େ ତିନିବର୍ଷର ଶିଶୁକନ୍ୟା । ଭୋଗଡ଼ା ଗ୍ରାମର ବିଜୟ କୁମାର ଦାଶ ଓ ପୁନମ ପ୍ରତ୍ୟାଶ ଦାଶଙ୍କ ଝିଅ ସ୍ତୁତିପ୍ରିୟା ଦାଶ ଗତ ଏପ୍ରିଲ୍ ମାସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି । ସେ ଅନ୍‌ଲାଇନ୍ ପ୍ରତିଯୋଗିତାରେ ଭାଗ ନେଇ ଚମତ୍କାର ପ୍ରତିଭା ପ୍ରଦର୍ଶନ କରିଥିଲେ । ଏହି ଅବସରରେ ସ୍ତୁତିପ୍ରିୟା ୧୭ଟି ଜାତୀୟ ଚିହ୍ନ, ଭାରତର ୧୦ଟି ସ୍ଥାନ, ୧୬ଟି ଶ୍ଳୋକ, ୨ରୁ ୧୨ ପର୍ଯ୍ୟନ୍ତ ପଣିକିଆ, ୧୧ଟି ପକ୍ଷୀଙ୍କ ନାମ, ୧୦ ବନ୍ୟଜନ୍ତୁ, ୧୨ଟି ପର୍ବ, ଶରୀରର ୨୧ଟି ଅଙ୍ଗ, ୧୨ଟି କୀଟପତଙ୍ଗ, ୭ଟି ଜଳଚର ପ୍ରାଣୀ, ୧୨ଟି ପରିବା, ୧୨ଟି ଫୁଲର ନାମ ସହ ଅନ୍ୟ ପ୍ରଶ୍ନଗୁଡ଼ିକର ଠିକ୍ ଉତ୍ତର ଦେଇ ଅନ୍ୟ ପ୍ରତିଯୋଗୀମାନଙ୍କୁ ପଛରେ ପକାଇ ଦେଇଥିଲେ । ଏତେ କମ୍ ବୟସରେ ତାଙ୍କର ପ୍ରତିଭା ଦେଖି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ର ବିଚାରକମାନେ ସ୍ତୁତିପ୍ରିୟାଙ୍କ ଉଚ୍ଚପ୍ରଶଂସା କରିଥିଲେ । ଏଥିପାଇଁ ତାଙ୍କୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ ପକ୍ଷରୁ ପ୍ରମାଣପତ୍ର, ମେଡାଲ ଆଦି ପ୍ରଦାନ କରି ସମ୍ମାନିତ କରାଯାଇଛି । ଏହି ସଫଳତା ପାଇଁ ସ୍ତୁତିପ୍ରିୟା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି ବୋଲି ପରିବାର ଓ ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି