କଟକ(ଏନ୍.ଏମ୍): ଆସ୍କାକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବିରେ ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ଆବେଦନକାରୀ ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ପକ୍ଷରୁ ଏହି ମାମଲା ରୁଜୁ ହୋଇଛି । ମାମଲାରେ ଦର୍ଶାଯାଇଛି ଯେ ଆସ୍କା, ଧରାକୋଟ, ଶେରଗଡ, ବୁଗୁଡା, ପୋଲସରା, କବିସୂର୍ଯ୍ୟନଗର, ହିଞ୍ଜିଳିକାଟୁ ଆଦି ୭ଟି ବ୍ଲକ୍କୁ ନେଇ ଆସ୍କା ରାଜସ୍ୱ ଉପଖଣ୍ଡ ଗଠନ କରାଯାଉ । ଆଇନଜୀବୀ ସଂଘ, ବଣିକ ସଂଘ, ନାଗରିକ ସଂଘମାନଙ୍କ ପକ୍ଷରୁ ୨୦୧୭-୧୮ ମସିହାରେ ଆନେ୍ଦାଳନ ପରେ ଆସ୍କାକୁ ରାଜସ୍ୱ ଉପଖଣ୍ଡର ମାନ୍ୟତା ଦେବାକୁ ଭଞ୍ଜନଗର ଉପ ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ ଦିଆ ହୋଇଥିଲା । ଏହା ସତ୍ତ୍ୱେ ମଧ୍ୟ ରାଜ୍ୟ ସରକାର ଆସ୍କାକୁ ରାଜସ୍ୱ ଉପଖଣ୍ଡର ମାନ୍ୟତା ଦିଆଗଲା ନାହିଁ । ଫଳରେ ଆବେଦନକାରୀ ବାଧ୍ୟ ହୋଇ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି । ଏହି ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ମୁଖ୍ୟ ଶାସ ସଚିବ, ପ୍ରମୁଖ ଶାସନ ସଚିବ, ରାଜସ୍ୱ ସଚିବ, ରାଜସ୍ୱ କମିଶନର୍, ବ୍ରହ୍ମପୁର ଜିଲ୍ଲାପାଳ, ଗଞ୍ଜାମ ଉପ ଜିଲ୍ଲାପାଳ ପ୍ରମୁଖଙ୍କୁ ପକ୍ଷଭୁକ୍ତ କରିଛନ୍ତି । ଏହି ମାମଲାକୁ ହାଇକୋର୍ଟରେ ଆଇନଜୀବୀ ଗୋପାଳ ପ୍ରସାଦ ଜେନା ପକ୍ଷଭୁକ୍ତ କରିଛନ୍ତି ।