ଆସୁଛି ମୌସୁମୀ ବର୍ଷାଦିନ ପୂର୍ବରୁ ଡ୍ରେନ ନିର୍ମାଣ ପାଇଁ ଦାବି: ଲକ୍ଷ୍ମଣପୁର ରାସ୍ତା ଉପରେ ନର୍ଦ୍ଦମା ପାଣି

ଆସୁଛି ମୌସୁମୀ ବର୍ଷାଦିନ ପୂର୍ବରୁ ଡ୍ରେନ ନିର୍ମାଣ ପାଇଁ ଦାବି: ଲକ୍ଷ୍ମଣପୁର ରାସ୍ତା ଉପରେ ନର୍ଦ୍ଦମା ପାଣି

ଆସୁଛି ମୌସୁମୀ ବର୍ଷାଦିନ ପୂର୍ବରୁ ଡ୍ରେନ ନିର୍ମାଣ ପାଇଁ ଦାବି: ଲକ୍ଷ୍ମଣପୁର ରାସ୍ତା ଉପରେ ନର୍ଦ୍ଦମା ପାଣି


ଜଗତପୁର (ଏନ୍‌.ଏମ୍‌.): ସିଏମସି ଅନ୍ତର୍ଗତ ୪୮ ନମ୍ବର ୱାର୍ଡ଼ ଜଗତପୁର ଲକ୍ଷ୍ମଣପୁର ଗ୍ରାମରେ ଡ୍ରେନେଜ ନିର୍ମାଣକୁ ନେଇ ଗ୍ରାମବାସୀମାନଙ୍କ ଅସନ୍ତୋଷ ବୃଦ୍ଧି ପାଇଛି । ଏହି ଅଞ୍ଚଳପ୍ରତି ସିଏମସିର ସର୍ବଦା ଅବହେଳା ସ୍ଥାନୀୟ ବାସିନ୍ଦାଙ୍କ ପ୍ରତି କାଳ ହୋଇଛି । ସିଏମସି ପ୍ରତି ୱାର୍ଡରେ ପିଇବା ପାଇଁ ଭଲ ପାଣି, ଭଲ ରାସ୍ତା ଓ ଦୁଷିତ ଜଳ ନିଷ୍କାସନ ନିମନ୍ତେ ଡ୍ରେନେଜ ସହିତ ଆଲୋକୀକରଣ ବ୍ୟବସ୍ଥା କରିବାର ନିୟମ ଥିଲେ ମଧ୍ୟ ଏସବୁ ନହେବା ସିଏମସି କର୍ତ୍ତୃପକ୍ଷଙ୍କ ବୈମାତୃକ ମନୋଭାବକୁ ସ୍ପଷ୍ଟ କରୁଛି ବୋଲି ଅଭିଯୋଗ ହେଉଛି । ପୁନଶ୍ଚ କଟକ ମହାନଗର ନିଗମରେ ଜଗତପୁର ସାମିଲ ହେବା ପର ଠାରୁ ଆଜି ପର୍ଯ୍ୟନ୍ତ କୌଣସି ଆଖିଦୃଶିଆ ପ୍ରକଳ୍ପ ହୋଇନଥିବା କୁହାଯାଉଛି । ବିଶେଷ କରି ୪୮ନମ୍ବର ୱାର୍ଡ ଲକ୍ଷ୍ମଣପୁର ଗ୍ରାମ ପ୍ରତି ସିଏମସିର ପ୍ରବଳ ଅବହେଳା ଯୋଗୁଁ ସାଧାରଣ ଲୋକେ ଅତିଷ୍ଟ ହୋଇ ପଡିଲେଣି । ଏହି ୱାର୍ଡର ନିମପୁର ନୂତନ ବସ୍ତିରେ ଡ୍ରେନ ନିର୍ମାଣ କାମ ସରିଯାଇଛି କିନ୍ତୁ ଦୁଷିତ ଜଳର ନିଷ୍କାସନ ବ୍ୟବସ୍ଥା କରାଯାଇ ନାହିଁ ଯାହା ଫଳରେ ରାସ୍ତା ଘାଟ ଡ୍ରେନର ଦୁଷିତ ପାଣିରେ ଲୋକେ ଯାତୟାତ କରୁଥିବା ଦେଖିବାକୁ ମିଳିଛି ତ ଆଉ କେଉଁଠି ଆଦୌ ଡ୍ରେନେଜ ବ୍ୟବସ୍ଥା କରାଯାଇ ନାହିଁ । ଏହିଭଳି ପରିସ୍ଥିତି ସିଏମସି ଅନ୍ତର୍ଗତ ୪୮ନମ୍ବର ୱାର୍ଡର ଲକ୍ଷ୍ମଣପୁର ଗ୍ରାମରେ ଦେଖିବାକୁ ମଳିଛି । ତେବେ ଏହି ୱାର୍ଡରୁ କର୍ପୋରେଟର ଭାବେ ଦୁଇ ଥର ବିଜେପି ବିଜୟ ହୋଇଥିବାବେଳେ ବିଜେଡି ଦଳରୁ ମଧ୍ୟ ଦୁଇ ଥର କର୍ପୋରେଟର ବିଜୟ ହୋଇଛନ୍ତି । ତେବେ ବିଜେଡି ଓ ବିଜେପି ଦଳର ରାଜନୀତି କନ୍ଦଳ ମଧ୍ୟରେ ସାଧାରଣ ଭୋଟରମାନେ ବର୍ଷାଦିନେ ଡ୍ରେନ ପାଣି ପଙ୍କ କାଦୁଅରେ ଘାଣ୍ଟି ଚକଟି ହେଉଛନ୍ତି । ତୁରନ୍ତ ଏହି ଗ୍ରାମରେ ବର୍ଷାଦିନ ପୂର୍ବରୁ ଡ୍ରେନ ନିର୍ମାଣ କରିବାକୁ ଲକ୍ଷ୍ମଣପୁର ଗ୍ରାମବାସୀମାନେ ଦାବି କରିଛନ୍ତି ।

Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ