ଆସନ୍ତାକାଲି ଠାରୁ ଦିଲ୍ଲୀରେ ଖୋଲଯିବ ଦୋକାନ ; ଜାଣନ୍ତୁ କ’ଣ ହେବ କଟକଣା ମୁକ୍ତ
ନୂଆଦିଲ୍ଲୀ (ଏଜେନ୍ସି) : ଦେଶରେ କରୋନା ମହାମାରୀର ଦୈନିକ ସଂକ୍ରମଣ ଏବେ ହ୍ରାସ ପାଉଥିବା ପରିପ୍ରେକ୍ଷୀରେ ଦିଲ୍ଲୀରେ ଏଥର ବିଭିନ୍ନ ଦୋକାନ ଖୋଲିବା ଉପରେ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିବାରୁ ଦୀର୍ଘ ୭୧ ଦିନ ପରେ ଦୈନିକ ସଂକ୍ରମଣ ସବୁଠାରୁ କମ ରେକର୍ଡ କରାଯାଇଛି । ଏହାସହ ବିଭିନ୍ନ ରାଜ୍ୟରେ କରୋନା କଟକଣା, ତାଲାବନ୍ଦ, ସପ୍ତାହନ୍ତ ସଟଡାଉନ ଜାରି ରହିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସୂଚନା ଅନୁଯାୟୀ, ଆସନ୍ତାକାଲି ସକାଳ ୫ଟା ପର ଠାରୁ କିଛି କ୍ଷେତ୍ରରେ କଟକଣା କୋହଳ କରାଯିବ । ବିଶେଷ କରି ଆସନ୍ତା କାଲି ଠାରୁ ଦିଲ୍ଲୀର ସମସ୍ତ ଦୋକାନ ବଜାର, ରେସ୍ତୋରାଁ, ହୋଟେଲ ଆଦି ଖୋଲାଯିବ । ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଏହି ସବୁ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବ । ମାତ୍ର ବିଦ୍ୟାଳୟ, ମହାବିଦ୍ୟାଳୟ, ତାଲିମପ୍ରାପ୍ତ କେନ୍ଦ୍ର, ସାମାଜିକ ବା ରାଜନୈତିକ ସଭା, କ୍ରୀଡ଼ା, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ ଅନୁଷ୍ଠାନ ସହିତ ସିନେମା ଥିଏଟର, ପାର୍କ, ପାର୍ଲର ଆଦି ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ କେଜରିୱାଲ ସୂଚନା ଦେଇଛନ୍ତି ।