ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ:ୟାସ ପ୍ରଭାବିତ ଅଞ୍ଚଳ କରିବେ ପରିଦର୍ଶନ

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ:ୟାସ ପ୍ରଭାବିତ ଅଞ୍ଚଳ କରିବେ ପରିଦର୍ଶନ

ନୂଆଦିଲ୍ଲୀ (ଏଜେନ୍ସି): ସାମୁଦ୍ରିକ ଝଡ଼ ୟାସ ଓଡ଼ିଶାର ବହୁ ଅଞ୍ଚଳକୁ ପ୍ରଭାବିତ କରିଛି । ଏଥି ସହିତ ପଶ୍ଚିମବଙ୍ଗ ଅଞ୍ଚଳରେ ମଧ୍ୟ କ୍ଷୟକ୍ଷତି ଘଟାଇଛି । ତେବେ ବାତ୍ୟା ୟାସର କ୍ଷୟକ୍ଷତି ପରିଦର୍ଶନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଥିବା ଜଣାପଡ଼ିଛି । ସେ ଆକାଶମାର୍ଗରୁ ବାତ୍ୟା ‘ୟାସ’ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କରିବାପରେ ଭୁବନେଶ୍ୱରରେ ବାତ୍ୟା କ୍ଷୟକ୍ଷତି, ରିଲିଫ ଏବଂ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିବେ । ସେହିପରି ପ୍ରଧାନମନ୍ତ୍ରୀ ଆକାଶମାର୍ଗରୁ ପଶ୍ଚିମବଙ୍ଗର ବାତ୍ୟା କ୍ଷୟକ୍ଷତି ଅଞ୍ଚଳ ମଧ୍ୟ ପରିଦର୍ଶନ କରି କ୍ଷୟକ୍ଷତିର ସମୀକ୍ଷା କରିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ