ଆର.ଆଇଙ୍କୁ ମାଡ ଘଟଣାରେ ପ୍ରଶାସନିକ ନୀରବତା ନେଇ ଜଗତପୁର ତହସିଲ କାର୍ଯ୍ୟାଳୟର କର୍ମଚାରୀଙ୍କ କଲମଛାଡ଼ ଆନ୍ଦୋଳନ
#ଜଗତପୁର(ଏନ୍.ଏମ୍.): ଜଗତପୁରସ୍ଥିତ ଟାଙ୍ଗୀ ଚୌଦ୍ୱାର ତହସିଲ କାର୍ଯ୍ୟଳୟର ଜଣେ କାର୍ଯ୍ୟରତ ଆର.ଆଇଙ୍କୁ ମାଡ଼ମାରିବା ଘଟଣାରେ ନ୍ୟାୟ ନମିଳିବା ପ୍ରତିବାଦରେ ଆଜି ସମସ୍ତ ଆର.ଆଇ ଏବଂ ତହସିଲ କର୍ମଚାରୀ କଲମଛାଡ଼ ଆନ୍ଦୋଳନ କରିଛନ୍ତି । ଏହି ଆନ୍ଦୋଳନରେ ଟାଙ୍ଗୀ-ଚୌଦ୍ୱାର ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଦୀର୍ଘ ସମୟ ଧରି ଧାରଣାରେ ବସିବା ସହ କଲମଛାଡ଼ ଆନ୍ଦୋଳନ କରିଥିଲେ । ଏଥି ସହିତ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁଯାୟୀ ଟାଙ୍ଗୀ-ଚୌଦ୍ୱାର ତହସିଲ ଅନ୍ତର୍ଗତ ଜଗନ୍ନାଥପୁର ସର୍କଲର ଆର.ଆଇ ବସନ୍ତ ଦେଉରୀଙ୍କୁ ଗତ ୨୧ ତାରିଖ ଦିନ ଲିଗାଲ ହାୟାର ସାର୍ଟିଫିକେଟକୁ କେନ୍ଦ୍ର କରି ମରଣାତ୍ମକ ଆକ୍ରମଣ କରାଯାଇଛି । ଟାଙ୍ଗୀ ଥାନା ଅଧିକାରୀ, ତହସିଲଦାର ଏବଂ ଉପ ଜିଲ୍ଲାପାଳଙ୍କୁ ଏ ବିଷୟରେ ଅବଗତ କରାଇଥିଲେ ମଧ୍ୟ ପ୍ରସାସନ ତରଫରୁ କୌଣସି ପ୍ରକାର ପଦକ୍ଷେପ ନିଆଯାଇ ନଥିଲା । ତେଣୁ ଆଜି ଟାଙ୍ଗୀ-ଚୌଦ୍ୱାର ତହସିଲର ସମସ୍ତ କର୍ମଚାରୀ ଓ ତହସିଲଦାର ନିଜେ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ସୂଚନା ଅନୁସାରେ ତହସିଲଦାର ଚୌଧୁରୀ ପ୍ରଜ୍ଞାନନନ୍ଦ ଦାସ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଏହାର ଆଶୁ ସମାଧାନ କରିବା ସହିତ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବା ପ୍ରର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ସୁଚନା ପ୍ରଦାନ କରିଛନ୍ତି । ତତ୍ ସହିତ ଆହାତ ଆର.ଆଇଙ୍କ ଚିକିତ୍ସା ବ୍ୟବସ୍ଥା ଓ ଦୁଇ ଜଣିଆ ପ୍ରତିନିଧି ଦଳ ଉପ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରାଯାଇଥିଲା । ଏହି କଲମ ଛାଡ ଆନ୍ଦୋଳନରେ ବରଦା ପ୍ରସାଦ ଦୀକ୍ଷିତ, ଅକ୍ଷୟ କୁମାର ବେହେରା, ସୁବ୍ରତ ନାୟକ, ଦିଲ୍ଲିପ ପ୍ରଧାନ, ସୋମ୍ୟ ରଞ୍ଜନ ସ୍ୱାଇଁ, ଗୋକୁଳାନନ୍ଦ ବେହେରା, ସରୋଜ କୁମାର ସେଠୀ ଓ ଜ୍ଞାନେନ୍ଦ୍ର ପଣ୍ଡା ପ୍ରମୁଖ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ ନକରିବା ପ୍ରର୍ଯ୍ୟନ୍ତ ଏହି କଲମ ଛାଡ ଆନ୍ଦୋଳନ ବଳବତ୍ତର ରହିବ ବୋଲି ପ୍ରକାଶ କରିଛନ୍ତି ।