ଆମ ଓଡ଼ିଶା ନବୀନ ଓଡିଶା ଅଧକ୍ଷଙ୍କୁ ଭେଟିଲା ଇପିଏଫ ପେନସନର୍ସ ସଂଘ

ଆମ ଓଡ଼ିଶା ନବୀନ ଓଡିଶା ଅଧକ୍ଷଙ୍କୁ ଭେଟିଲା ଇପିଏଫ ପେନସନର୍ସ ସଂଘ

ଆମ ଓଡ଼ିଶା ନବୀନ ଓଡିଶା ଅଧକ୍ଷଙ୍କୁ ଭେଟିଲା ଇପିଏଫ ପେନସନର୍ସ ସଂଘ

News by B.Mishra (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କୁ ଇପିଏଫ ପେନସନର୍ସ ସଂଘ ଭେଟିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛି । ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନର ଷଷ୍ଠ ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଜ୍ୟର ୩୦ଟି ଜିଲ୍ଲାରୁ ଶତାଧିକ ପ୍ରତିନିଧି ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡେମିର ସଭାଗୃହରେ ଏକାଠି ହୋଇଥିଲେ ।ଏହି କାର୍ଯ୍ୟକ୍ରମର ସମାପନ ପରେ ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆସୋସିଏସନର ରାଜ୍ୟ ତଥା ଜିଲ୍ଲାରୁ ଆସିଥିବା ନେତୃତ୍ୱମାନେ ନବୀନ ନିବାସ ଠାରେ ‘ଫାଇପ-ଟି’ ଏବଂ ‘ଆମ ଓଡ଼ିଶା ନବୀନ ଓଡିଶା’ର ନବ ନିଯୁକ୍ତ ଅଧକ୍ଷ ଭି.କେ. ପାଣ୍ଡିଆନଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଆଲୋଚନାବେଳେ ଓଡ଼ିଶାରେ ଥିବା୨ଲକ୍ଷ କୋଡିଏ ହଜାର ଇପିଏଫ ପେନସନ ଭୋଗି ବରିଷ୍ଠ ନାଗରିକମାନେ କିଭଳି ସ୍ୱଳ୍ପ ପେନସନ ପାଇ ଦୁଃଖ କଷ୍ଟରେ ଦିନ କାଟୁଛନ୍ତି ସେ ବିଷୟରେ ପ୍ରତିନିଧି ମଣ୍ଡଳୀ ଶ୍ରୀ ପାଣ୍ଡିଆନଙ୍କୁ ଅବଗତ କରାଇଥିଲେ । ଏହି ଆର୍ôଥକ ଅନଗ୍ରସର ବରିଷ୍ଠ ନାଗରିକ ମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରି ନିଃଶୁଳ୍କ ଚିକିତ୍ସା ସୁବିଧା ଯୋଗାଇଦେବାକୁ ଅନୁରୋଧ କରାଯାଇଛି । ଏଥିସହ ଭୁବନେଶ୍ୱର ଠାରେ ରାଜ୍ୟ କାର୍ଯ୍ୟାଳୟ ପାଇଁ ଏକ ସରକାରୀ ଘର ଯୋଗାଇଦେବାକୁ ପ୍ରତିନିଧି ମଣ୍ଡଳୀ ଅନୁରୋଧ କରିଥିଲେ । ଏହି ସାକ୍ଷାତ ଆଲୋଚନା ସମୟରେ ଆସୋସିଏସନର ମାର୍ଗଦର୍ଶକ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଉପସ୍ଥିତ ରହି ଆଲୋଚନାରେ ଭାଗନେଇଥିବା ବିଷୟ ଆସୋସିଏସନର ରାଜ୍ୟ ସାଧାରଣ ସମ୍ପାଦକ ଭାଗ୍ୟଧର ବ୍ରହ୍ମା ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

ADVERTISEMENT
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ