ଆଫଗାନକୁ ନେଇ କେନ୍ଦ୍ରର ସର୍ବଦଳୀୟ ବୈଠକ ୨୬ରେ: ବିରୋଧୀଙ୍କୁ ଦିଆଯିବ ସବୁ ତଥ୍ୟ

ଆଫଗାନକୁ ନେଇ କେନ୍ଦ୍ରର ସର୍ବଦଳୀୟ ବୈଠକ ୨୬ରେ: ବିରୋଧୀଙ୍କୁ ଦିଆଯିବ ସବୁ ତଥ୍ୟ

ଆଫଗାନକୁ ନେଇ କେନ୍ଦ୍ରର ସର୍ବଦଳୀୟ ବୈଠକ ୨୬ରେ: ବିରୋଧୀଙ୍କୁ ଦିଆଯିବ ସବୁ ତଥ୍ୟ


ନୂଆଦିଲ୍ଲୀ(ଏଜେନ୍ସି): ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ସେଠାରେ ଅରାଜକତା ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ହିଂସା ଗ୍ରସ୍ତ ଆଫଗାନରେ ଫସି ରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଏବେ ସରକାରଙ୍କ ଆଗରେ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏସବୁ ଭିତରେ ଭାରତୀୟ ବାୟୁସେନା ପ୍ରାୟ ୭୦୦ ଜଣ ଭାରତୀୟ ଓ ଆଫଗାନ ନାଗରିକଙ୍କୁ ନୂଆଦିଲ୍ଲୀକୁ ଆଣି ସାରିଲାଣି । ଆଗକୁ ଆଫଗାନ ଉପରେ ଭାରତର ରଣନୀତି କ’ଣ ରହିବ ଓ ପୂରା ଘଟଣା ଉପରେ ବିସ୍ତୃତ ତଥ୍ୟ ଦେବାକୁ କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକିଛନ୍ତି । ଆସନ୍ତା ୨୬ ତାରିଖରେ ହେବାକୁ ଥିବା ଏହି ବୈଠକରେ ବୈଦେଶିକ ମନ୍ତ୍ରାଣାଳୟ ତରଫରୁ ବିରୋଧୀ ଦଳର ନେତାମାନଙ୍କୁ ଆଫଗାନ ସ୍ଥିତି ସମ୍ପର୍କରେ ସୂଚନା ଦିଆଯିବ । ଏପରି ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ ବୈଦେଶିକ ମନ୍ତ୍ରଣାଳୟକୁ କହିଥିଲେ । ଏହାପରେ ମନ୍ତ୍ରଣାଳୟ ଉଭୟ ସଦନର ବିରୋଧୀ ଦଳର ନେତାମାନଙ୍କୁ ସ୍ଥିତି ସମ୍ପର୍କରେ ଅବଗତ କରିବାକୁ ନିଷ୍ପତ୍ତି ନେଇଛି । ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଟ୍ୱିଟ କରି କହିଛନ୍ତି, ‘ଆଫଗାନିସ୍ତାନରେ ଘଟୁଥିବା ଘଟଣାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜନୀତିକ ଦଳର ନେତାମାନଙ୍କୁ ତଥ୍ୟ ଦେବାକୁ ବୈଦେଶିକ ମନ୍ତ୍ରଣାଳୟକୁ କହିଛନ୍ତି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେବେ ।’ ଅଗଷ୍ଟ ୨୬ ତାରିଖ ଦିନ ୧୧ଟା ବେଳେ ବିରୋଧୀ ଦଳର ନେତାମାନଙ୍କୁ ଆଫଗାନ ସ୍ଥିତି ସମ୍ପର୍କରେ ବିସ୍ତୃତ ତଥ୍ୟ ଦିଆଯିବ ବୋଲି ଶ୍ରୀ ଯୋଶୀ ଟ୍ୱିଟ କରି କହିଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ