ଆନ୍ଦୋଳନରତ କୃଷକମାନଙ୍କ ଉପରେ ଲାଠିଚାର୍ଜ ପ୍ରତିବାଦରେ ଏସ୍‌.ୟୁ.ସି.ଆଇ(ସି)ର ବିକ୍ଷୋଭ

ଆନ୍ଦୋଳନରତ କୃଷକମାନଙ୍କ ଉପରେ ଲାଠିଚାର୍ଜ ପ୍ରତିବାଦରେ ଏସ୍‌.ୟୁ.ସି.ଆଇ(ସି)ର ବିକ୍ଷୋଭ

ଆନ୍ଦୋଳନରତ କୃଷକମାନଙ୍କ ଉପରେ ଲାଠିଚାର୍ଜ ପ୍ରତିବାଦରେ ଏସ୍‌.ୟୁ.ସି.ଆଇ(ସି)ର ବିକ୍ଷୋଭ


କଟକ(ଏନ୍‌.ଏମ୍‌.): ହରିୟାଣାର କର୍ଣ୍ଣଲଠାରେ ଚାଷୀ ବିରୋଧି କେନ୍ଦ୍ର କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା କୃଷକମାନଙ୍କ ଉପରେ ବିଜେପି ଶାସିତ ହରିୟାଣା ସରକାରର ପୋଲିସ ବାହିନୀ ଗତ ୨୮ତାରିଖରେ ଅତ୍ୟନ୍ତ ନିର୍ମମ ଭାବରେ ଲାଠିଚାର୍ଜ କରିଛି । ଫଳରେ ଶତାଧିକ କୃଷକ ଆହତ ହେବା ସହ ଜଣେ କୃଷକ ମୃତ୍ୟୁବରଣ କରିଛନ୍ତି । ଏହି ଲାଠି ଚାର୍ଜ ଘଟଣାରେ ସଂପୃକ୍ତ ଅଧିକାରୀଙ୍କୁ କଠୋର ଶାସ୍ତି ପ୍ରଦାନ କରିବା, ମୃତ କୃଷକଙ୍କର ପରିବାରକୁ ପର୍ଯ୍ୟାପ୍ତ ପରିମାଣର କ୍ଷତିପୂରଣ ପ୍ରଦାନ କରିବା, ଆହତମାନଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବା, ଚାଷୀ ବିରୋଧି ତିନୋଟି କୃଷି ଆଇନ ଓ ବିଦ୍ୟୁତ ସଂଶୋଧନ ବିଲ୍ ୨୦୨୦କୁ ସଂପୂର୍ଣ୍ଣ ବାତିଲ କରିବା ଦାବିରେ ଆଜି ସ୍ଥାନୀୟ କଲେଜ ଛକଠାରେ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) କଟକ ଜିଲ୍ଲା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଏଠାରେ ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କର ଚାଷୀ ବିରୋଧି ତିନୋଟି କୃଷି ଆଇନ ଏବଂ ବିଦ୍ୟୁତ ବିଲ୍‌୨୦୨୦ଲ୍କୁ ପ୍ରତ୍ୟାହାର କରିବା ଦାିବରେ ଦୀର୍ଘ ୯ମାସ ଧରି ସାରା ଦେଶର କୃଷକ ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇ ରଖିଛନ୍ତି । ସେହି ଆନ୍ଦୋଳନରେ ଏକ ଅଂଶ ଭାବରେ ଗତ ୨୮ତାରିଖ ଦିନ ହରିୟାଣା ମୁଖ୍ୟମନ୍ତ୍ରୀଙ୍କର ଏକ ସଭାକୁ ବିରୋଧ କରି କୃଷକମାନେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ଏହି ଶାନ୍ତିପୂର୍ଣ୍ଣ ବିକ୍ଷୋଭ ସଭା ଉପରେ ହରିୟାଣାର ପୋଲିସ ଅତ୍ୟନ୍ତ ବର୍ବର ଭାବରେ ଲାଠିଚାର୍ଜ କରିଛି । ହରିୟାଣା ପୋଲିସର ଏହି ବର୍ବର କାଣ୍ଡକୁ ବିରୋଧ କରିବାସହ ଉପରୋକ୍ତ ଦାବି ପୂରଣ ଉଦ୍ଦେଶ୍ୟରେ ଶକ୍ତିଶାଳୀ ଗଣ ଆନ୍ଦୋଳନ ଗଢିତୋଳିବାପାଇଁ ଦଳ ପକ୍ଷରୁ ଜନସଧାରଣଙ୍କୁ ଆହ୍ୱାନ ଦିଆଯାଇଛି । ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) କଟକ ଜିଲ୍ଲା ସଂପାଦକ କମ୍ରେଡ୍ ବିଶ୍ୱାବସୁ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ ସଭାରେ ଜିଲ୍ଲା କମିଟି ସଭ୍ୟ ବସନ୍ତ ନାୟକ, ରାଜକିଶୋର ମଲ୍ଲିକ, ସିଦ୍ଧାର୍ଥ ରଥ, ସସ୍ମିତା ମହାନ୍ତି, ଦିପକ ଦାସ, ଭାଗ୍ୟରବି ଦାସ, ବିନୋଦ ସେଠୀ, ସଂଗଠକ ଶୋଭା ଦେହୁରୀ, ପ୍ରିୟଦର୍ଶନ ପାଭେଲ, ପ୍ରତାପ ମିଶ୍ର, ଇଶା ଧର, ଶୁଭସ୍ମିତା ସାହୁ, ଅମରେନ୍ଦ୍ର ନାୟକ, ଜ୍ୟୋତ୍ସାରାଣୀ ଦାସ ଓ ସରୋଜ ମାନସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ