ଆତଙ୍କବାଦୀ ଷଡଯନ୍ତ୍ର ମାମଲା: ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଅବଦୁର ରେହମାନ ସମେତ ୪ ଜଣଙ୍କୁ ମିଳିଲା ଜେଲ୍ ଦଣ୍ଡ

ଆତଙ୍କବାଦୀ ଷଡଯନ୍ତ୍ର ମାମଲା: ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଅବଦୁର ରେହମାନ ସମେତ ୪ ଜଣଙ୍କୁ ମିଳିଲା ଜେଲ୍ ଦଣ୍ଡ

ଆତଙ୍କବାଦୀ ଷଡଯନ୍ତ୍ର ମାମଲା: ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଅବଦୁର ରେହମାନ ସମେତ ୪ ଜଣଙ୍କୁ ମିଳିଲା ଜେଲ୍ ଦଣ୍ଡ


ନୂଆଦିଲ୍ଲୀ(ଏଜେନ୍ସି): ଭାରତ ବିରୋଧରେ ଆତଙ୍କବାଦୀ ଷଡଯନ୍ତ୍ର ତଥା ଦେଶଦ୍ରୋହ ମାମଲାରେ ଲିପ୍ତ ଥିବା ଚାରିଜଣଙ୍କୁ ଦୋଷୀ ସାବ୍ୟସ୍ତ ପରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ସଜା ଶୁଣାଇଛନ୍ତି । ସେମାନଙ୍କ ମଧ୍ୟରେ ଓଡ଼ିଶା କଟକ ଜିଲ୍ଲା ଜଗତପୁର ଅଞ୍ଚଳରୁ ଗିରଫ ହୋଇଥିବା ମହମ୍ମଦ ଅବଦୁର ରେହମାନ ମଧ୍ୟ ରହିଛି । ଅବଦୁର ଦୀର୍ଘ ବର୍ଷ ଧରି କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଦ୍ରାସା ଚଳାଇବା ସହ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତଥିବା ଦିଲ୍ଲୀ ପୁଲିସ ଓ ଗୁଇନ୍ଦା ବିଭାଗ ସୂଚନା ପାଇଥିଲା । ଫଳରେ ଅଚାନକ ଚଢ଼ାଉ କରି ରେହମାନକୁ ଗିରଫ କରିବା ସହ ଏ ନେଇ ତଦନ୍ତ ଚଳାଇଥିଲା । ତେବେ ଦିଲ୍ଲୀପୁଲିସ ଗିରଫ କରିବା ପରେ ପଟିଆଲା ହାଉସ କୋର୍ଟରେ ତା’ର ବିଚାର ଚାଲିଥିଲା । ତେବେ ରେହେମାନ ସହିତ ଅନ୍ୟ ତିନିଜଣଙ୍କ ମଧ୍ୟ ସଜା ଘୋଷଣା ହୋଇଛି ।
ପ୍ରତ୍ୟେକ ଦୋଷୀଙ୍କୁ ୭ ବର୍ଷ ୫ ମାସ ଲେଖାଏଁ ଜେଲ୍ ଓ ୨୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଦଣ୍ଡାଦେଶ ହୋଇଛି । ଦୋଷୀ ସାବ୍ୟସ୍ତ ଅନ୍ୟମାନେ ହେଲେ ମହମ୍ମଦ ଆସିଫ, ଜାଫର ମାସୁଦ ଏବଂ ଅବଦୁଲ ସାମି ବୋଲି ଜଣାପଡ଼ିଛି । ତେବେ ଦିଲ୍ଲୀ ପୁଲିସ ସୂଚନାନୁଯାୟୀ, ଓଡ଼ିଶାର କଟକ ଜିଲ୍ଲାରୁ ଗିରଫ ହୋଇଥିବା ଅବଦୁର ରେହମାନ ବେଆଇନ ଭାବେ ପାକିସ୍ତାନ ଗସ୍ତ କରିଥିଲା । ସେଠାରେ ସେ ଆତଙ୍କବାଦୀ ପ୍ରଶିକ୍ଷଣ ନେଇଥିଲା । ପରେ ଭାରତ ଫେରି ଆତଙ୍କବାଦୀ ଷଡଯନ୍ତ୍ରରେ ଜଡ଼ିତ ଥିଲା । ୨୦୧୫ ମସିହାରେ ଦିଲ୍ଲୀ ପୁଲିସ ଖୋଳତାଡ଼ କରି ଆତଙ୍କବାଦୀ ଲିଙ୍କ ଥିବା ଅବଦୁର ରେହମାନ ସମେତ ଅନ୍ୟ ୩ ଜଣଙ୍କୁ ଗିରଫ କରିଥିଲା । ଜେଲ ଦଣ୍ଡ ଶୁଣାଣି ସରିବା ପରେ ଅବଦୁଲର ଓକିଲ ଆକ୍ରମ୍ ଖାନ୍ କହିଛନ୍ତି, ସମସ୍ତ ମୁଦାଲାଙ୍କୁ କମ୍ ଦଣ୍ଡ ଶୁଣାଇବାକୁ କୋର୍ଟରେ ଅପିଲ କରାଯାଇଥିଲା । କାରଣ ସେମାନଙ୍କ ଘରେ ଏବେ ରୋଜଗାରକ୍ଷମ କେହି ନାହାନ୍ତି । ସେମାନେ ହିଁ ପରିବାରର ଏକମାତ୍ର ଭରସା । ତେଣୁ କୋର୍ଟ ନିବେଦନକୁ ବିଚାର କରି ଜେଲ ଦଣ୍ଡ ଶୁଣାଇଛନ୍ତି । ଏବେ ଦୋଷୀମାନେ ପ୍ରାୟ ୭ ବର୍ଷ ୨ ମାସ ଜେଲ ଦଣ୍ଡ ଭୋଗି ସାରିଲେଣି । ତେଣୁ ଖୁବ୍‌ଶୀଘ୍ର ସେମାନେ ଜେଲରୁ ମୁକୁଳିବେ । ମୁଦାଲା ପକ୍ଷ ଚାହିଁଲେ ଏହି ମାମଲା ନେଇ ଉଚ୍ଚ କୋର୍ଟର ମଧ୍ୟ ଦ୍ୱାରସ୍ଥ ହେବୁ ବୋଲି କହିଛନ୍ତି ।

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ