ଆଠଗଡ଼ରେ ମନ୍ତ୍ରୀଙ୍କୁ ବିରୋଧ, କଳାପତାକା ପ୍ରଦର୍ଶନ ୩ ଗିରଫ

ଆଠଗଡ଼ରେ ମନ୍ତ୍ରୀଙ୍କୁ ବିରୋଧ, କଳାପତାକା ପ୍ରଦର୍ଶନ ୩ ଗିରଫ

ଆଠଗଡ଼ରେ ମନ୍ତ୍ରୀଙ୍କୁ ବିରୋଧ, କଳାପତାକା ପ୍ରଦର୍ଶନ ୩ ଗିରଫ

News by Maheswar Behera (Athagarh)

#ଆଠଗଡ଼(ଏନ୍‌.ଏମ୍‌.): ସମ୍ପ୍ରତି ଧାମନଗର ଉପନିର୍ବାଚନ ଯୋଗୁଁ ରାଜ୍ୟରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି । ଶାସକ ବିଜେଡ଼ି ନିଜର ଦପଦପା ଜାହିର କରିବା ପାଇଁ ଧାମନଗର ଆସନକୁ ନିଜ ଅକ୍ତିଆରକୁ ଆଣିବା ନିମନ୍ତେ ସମସ୍ତ କଳ, ବଳ କୌଶଳ ଲଗାଇ ଦେଇଛି । ସେହିଭଳି ବିଜେପି ଓ କଂଗ୍ରେସ ମଧ୍ୟ ନିଜର ରଣ କୌଶଳ ଜୋରଦାର ଚଳାଇଛନ୍ତି । ଏଭଳି ପରିସ୍ଥିତିରେ ଶାସକ ବିଜେଡିକୁ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଜନବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି । ଗୋଟିଏ ପଟେ ରାଜ୍ୟବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା ଗାନ କରୁଥିବାବେଳେ ତାଙ୍କ ଦଳର ନେତା, ମନ୍ତ୍ରୀ, ବିଧାୟକଙ୍କୁ ବିରୋଧ କରିବା ରାଜନୈତିକ ମହଲରେ ବିଭିନ୍ନ ଦିଗକୁ ଇଙ୍ଗିତ କରୁଛି । ଗୋଟିଏ ପଟେ ନିର୍ବାଚନରେ ବିଜେଡିକୁ ପ୍ରବଳ ଜନମତ ମିଳିଥିବାବେଳେ ବିପୁଳ ସଂଖ୍ୟାରେ ବିଜୟ ଲାଭ କରି ସରକାରକୁ ଆସିଛି । ଅନ୍ୟପକ୍ଷରେ ଏବେ ବିଭିନ୍ନ ସ୍ଥାନରେ ବିଜେଡିର କିଛି ନେତାଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ବିରୋଧାଭାସର ସମ୍ମୁଖୀନ ହେବା ଆଗାମୀ ନିର୍ବାଚନ ପାଇଁ କିଛି ସମସ୍ୟା ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଉଛି ।
ଗତକାଲି କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ନୂତନ ବସଷ୍ଟାଣ୍ଡର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିଜେଡିର ଦୁଇ ମନ୍ତ୍ରୀଙ୍କୁ ହଟ୍ଟହଟ୍ଟା ହେବାକୁ ପଡ଼ିଛି । ବିରୋଧୀଙ୍କ ପକ୍ଷରୁ ତାଙ୍କୁ କଳାପତାକା ପ୍ରଦର୍ଶନ କରାଯିବା ସହ କର୍ମୀମାନଙ୍କ ସହ ଧସ୍ତାଧସ୍ତି ମଧ୍ୟ ହୋଇଛି । ଆଠଗଡ଼ରେ ସ୍ଥାନୀୟ ବିଧାୟକ ତଥା କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଶୋଭାଯାତ୍ରାରେ ଆସି ଚାନ୍ଦବାଲିଛକ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ କଂଗ୍ରେସ କର୍ମୀମାନେ ବିରୋଧ ପ୍ରଦର୍ଶନ ପୂର୍ବକ କଳାପତାକା ଦେଖାଇଥିଲେ । ତେବେ ଏହି ଘଟଣାରେ ପୁଲିସ ୩ଜଣ କଂଗ୍ରେସ କର୍ମୀଙ୍କୁ ମଧ୍ୟ ଗିରଫ କରିଛି । ତେବେ ବସଷ୍ଟାଣ୍ଡ ନିର୍ମାଣରେ ଅନିୟମିତତା ଏବଂ ନିମ୍ନମାନର କାର୍ଯ୍ୟକରି ବିଜେଡି ନେତାମାନେ ରାଜକୋଷକୁ ଲୁଟ କରିଥିବା ବିକ୍ଷୋଭକାରୀମାନେ ଅଭିଯୋଗରେ ଦର୍ଶାଇଥିଲେ ।
ତେବେ ଆଗକୁ କିଭଳି ରହୁଛି ରାଜନୈତିକ ବାତାବରଣ ତାହା ସମୟକୁ ଅପେକ୍ଷା

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ