ଆଠଗଡ଼ରେ ଧଳାଜହର କାରବାର:ଜଣେ ଗିରଫ ୧୦୫ଗ୍ରାମ ବ୍ରାଉନସୁଗର ଜବତ

ଆଠଗଡ଼ରେ ଧଳାଜହର କାରବାର:ଜଣେ ଗିରଫ ୧୦୫ଗ୍ରାମ ବ୍ରାଉନସୁଗର ଜବତ

ଆଠଗଡ଼ରେ ଧଳାଜହର କାରବାର:ଜଣେ ଗିରଫ ୧୦୫ଗ୍ରାମ ବ୍ରାଉନସୁଗର ଜବତ

News by Maheswar Behera (Athagarh)

#ଆଠଗଡ(ଏନ୍‌.ଏମ୍‌.): ସମ୍ପ୍ରତି ରାଜ୍ୟରେ ବେଆଇନ ନିଶାକାରବାର ବୃଦ୍ଧି ପାଇବାରେ ଲାଗିଛି । ନିଶା ମାଫିଆମାନଙ୍କ ଟାର୍ଗେଟରେ ଏବେ ଯୁବପୀଢ଼ି । ବିଶେଷ କରି ଯୁବପୀଢ଼ିଙ୍କୁ ନିଶାଶକ୍ତ କରାଇ ସେମାନଙ୍କ ଦ୍ୱାରା ବିପୁଳ ଅର୍ଥ ରୋଜଗାର କରିବା ଏମାନଙ୍କ ଉଦ୍ଦେଶ୍ୟ । ତେଣୁ ବିଭିନ୍ନ ମହାବିଦ୍ୟାଳୟ, ବିଶ୍ୱ ବିଦ୍ୟାଳୟ, ଛାତ୍ରାବାସ ତଥା ବଡ଼ବଡ଼ ସହର ନିକଟରେ ଏହି ବ୍ୟବସାୟ ଅଧିକ ଚାଲୁଥିବାର ଅଭିଯୋଗ ହେଉଛି । ଏବେ ନିଶାମାଫିଆମାନଙ୍କ ଟାର୍ଗେଟ ରହିଛି କଟକ ଜିଲ୍ଲା ଉପରେ । ଏଠାରେ ନିଜର ନିଶା ବେପାରର ସାମ୍ରାଜ୍ୟ ଚଳାଇବା ସହ ନୀରିହ ଯୁବକ-ଯୁବତୀମାନଙ୍କୁ ନିଶା କବଳିତ କରି ଲକ୍ଷାଧିକ ଟଙ୍କା ରୋଜଗାର କରିବା ପାଇଁ ଲାଗିପଡ଼ିଛନ୍ତି ନିଶାବେପାରୀ । ତେବେ ଏମାନଙ୍କୁ କମିଶନରେଟପୁଲିସ ଠାରୁ ଆରମ୍ଭ କରି ଅବକାରୀ ବିଭାଗ ଘନଘନ ଚଢ଼ାଉ କରିବା ଦ୍ୱାରା କଟକରେ ଏହି ବ୍ୟବସାୟ ଟିକେ ଧିମା ପଡ଼ିଯାଇଛି । ତେବେ ବେପାରୀମାନେ ଏବେ କଟକ ସହର ଅପେକ୍ଷା ବିଭିନ୍ନ ଉପଖଣ୍ଡ ଅଞ୍ଚଳକୁ ଟାର୍ଗେଟ କରୁଥିବା ଜଣାପଡ଼ିଛି । କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରୁ ଜଣେ ବ୍ରାଉନସୁଗର ବ୍ୟବସାୟୀ ଧରାହେବା ପରେ ଏମାନଙ୍କ କଳାକାରନାମାର ପର୍ଦ୍ଦାଫାସ ହୋଇଛି ।
ସୂଚନା ଅନୁଯାୟୀ, ଧଳା ଜହରରେ କବଳିତ ଏବେ ଯୁବପୀଢି କଟକ ଓ ଏହାର ଆଖ ପାଞ୍ଚ ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦିନକୁ ଦିନ ଆଠଗଡ଼ ଓ ଆଖ ପାଖ ଅଞ୍ଚଳରେ ଚାଲିଛି ଧଳା ଜହର ଭଳି ନିଶା କାରବାର । କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ତାରିଣୀ ଛକ ନିକଟରୁ ଆଜି ଜଣେ ବ୍ୟକ୍ତିଙ୍କୁ ଧଳା ଜହର ବିକ୍ରି କରିବା ସମୟରେ ଅବକାରୀ ବିଭାଗ ମାଡ଼ିବସିଥିଲା । ଉକ୍ତ ବ୍ୟବସାୟୀ ଜଣକ ବାଙ୍କୀଥାନା ଅନ୍ତର୍ଗତ ନୂଆଗାଁ ଅଞ୍ଚଳର ପ୍ରତାପ ରାଉତ ବୋଲି ଜଣାପଡ଼ିଛି । ଅବକାରୀ ବିଭାଗ ତା’ ନିକଟରୁ ୧୦୫ ଗ୍ରାମ ବ୍ରାଉନସୁଗର ସହ ଏକ ସ୍କୁଟିକୁ ଜବତ କରିଛି । ଜବତ ବ୍ରାଉନସୁଗର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଏ ସମ୍ପର୍କରେ ଅଧିକ ଖୋଳତାଡ କରି ତଦନ୍ତ ଆରମ୍ଭ କରିବା ସହିତ ଆଗକୁ ଆହୁରି ବଡ଼ ରାକେଟ ଠାବ କରାଯିବ ବୋଲି ଆଠଗଡ଼ ଡେପୁଟି ସୁପରିଟେଣ୍ଡଣ୍ଟ ପ୍ରମୋଦ କୁମାର ପଣ୍ଡା କହିଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ