ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଖୋଲିବ ସି.ଏସ୍‌.ପି (ପ୍ଲସ୍‌) ବ୍ୟାଙ୍କିଙ୍ଗ ଆଉଟ୍‌ଲେଟ୍‌

ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଖୋଲିବ ସି.ଏସ୍‌.ପି (ପ୍ଲସ୍‌) ବ୍ୟାଙ୍କିଙ୍ଗ ଆଉଟ୍‌ଲେଟ୍‌

ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଖୋଲିବ ସି.ଏସ୍‌.ପି (ପ୍ଲସ୍‌) ବ୍ୟାଙ୍କିଙ୍ଗ ଆଉଟ୍‌ଲେଟ୍‌
୬ଟି ପବ୍ଲିକ୍ ସେକ୍ଟର ବ୍ୟାଙ୍କ ସରକାରଙ୍କ ସହ ଭାଗୀଦାରିରେ ବ୍ୟାଙ୍କ ନଥିବା ଗ୍ରାମପଞ୍ଚାୟତଗୁଡ଼ିକରେ ବ୍ୟାଙ୍କ ସେବା ଉପଲବ୍ଧ କରାଇବେ

News by I&PR Odisha

#ଭୁବନେଶ୍ୱର(ଏନ୍‌.ଏମ୍‌.): ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରୁଥିବାରୁ ସର୍ବତ୍ର ବ୍ୟାଙ୍କିଙ୍ଗ୍ ସୁବିଧା ଉପଲବ୍ଧ କରିବା ଅପରିହାର୍ଯ୍ୟ ହୋଇଛି । ରାଜ୍ୟର ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ସ୍ଥାୟୀ ବ୍ୟାଙ୍କ ନଥିବାରୁ ଜନସାଧାରଣଙ୍କୁ ନିରବଚ୍ଛିନ୍ନ ବ୍ୟାଙ୍କିଙ୍ଗ ସେବା ତଥା ସରକାରଙ୍କ ଦ୍ୱାରା ହିତାଧିକାରୀମାନଙ୍କୁ ଦିଆଯାଉଥିବା ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଠିକ୍ ସମୟରେ ଉପଲବ୍ଧ କରାଇବା ପାଇଁ ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ବ୍ୟାଙ୍କ ସେବା ଆବଶ୍ୟକ ହେଉଛି । ତେଣୁ ରାଜ୍ୟ ସରକାର ବ୍ୟାଙ୍କ ନଥିବା ଗ୍ରାମପଞ୍ଚାୟତରେ ସି.ଏସ୍‌.ପି (ପ୍ଲସ୍‌) ବ୍ୟାଙ୍କିଙ୍ଗ ଆଉଟ୍‌ଲେଟ୍ ମାଧ୍ୟମରେ ବ୍ୟାଙ୍କ ସେବା ଯୋଗାଇବା ପାଇଁ ଏକ ଉଚ୍ଚାଭିଳାଷୀ ଲକ୍ଷ୍ୟ ରଖି ଆର୍ôଥକ ଅନ୍ତର୍ଭୁକ୍ତିକରଣ ଲକ୍ଷ୍ୟ ହାସଲ ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି ।
ଏସ୍‌ବିଆଇ, ପିଏନ୍‌ବି, ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ଇଣ୍ଡିଆ, ୟୁକୋ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍ ବରୋଦା ପ୍ରମୁଖ ୬ଟି ପବ୍ଲିକ୍ ସେକ୍ଟର ବ୍ୟାଙ୍କ ସରକାରଙ୍କ ସହ ଭାଗୀଦାରିରେ ବ୍ୟାଙ୍କ ନଥିବା ଗ୍ରାମପଞ୍ଚାୟତଗୁଡ଼ିକରେ ବ୍ୟାଙ୍କ ସେବା ଉପଲବ୍ଧ କରାଇବେ । ସିଏସ୍‌ପି ପ୍ଲସ୍ ଆଉଟ୍‌ଲେଟ୍‌ରେ ବିନାଦେୟରେ ନାଗରିକମାନଙ୍କୁ ବ୍ୟାଙ୍କିଙ୍ଗ କ୍ୟାଲେଣ୍ଡର ଅନୁସରଣ କରାଯାଇ ସେବା ଯୋଗାଇ ଦେଉଛି । ସଞ୍ଚୟ ବ୍ୟାଙ୍କ ଜମା ଖାତା/ ନଗଦ କାରବାର/ ଟଙ୍କା ପଠାଇବା ସୁବିଧା/ ପିଏମ୍‌ଜେଜେବିୱାଇ, ପିଏମ୍‌ଏସ୍‌ବିୱାଇ, ଏପିୱାଇ ଏନ୍‌ରୋଲ୍‌ମେଣ୍ଟ, ନବୀକରଣ ଏବଂ ରକ୍ଷଣାବେକ୍ଷଣ/ ଆରଡି ଏବଂ ସ୍ଥାୟୀ ଜମା/ ଆଧାର ସକ୍ଷମ ଦେୟ ବ୍ୟବସ୍ଥା/ ପିପିଏଫ୍ ଖାତା ଖୋଲିବା/ ଲିଡ୍ ଜେନେରେସନ୍‌/ ସୁକନ୍ୟା ଯୋଜନା/ ଭାରତ ବିଲ୍ ପେମେଣ୍ଟ ଯୋଜନା (ବିଦ୍ୟୁତ, ମୋବାଇଲ୍‌, ବ୍ରଣ୍ଡବ୍ୟାଣ୍ଡ, ଗ୍ୟାସ୍‌, ପାଣି ଓ ଡିଟିଏଚ୍‌ବିଲ୍‌)/ ଚେକ୍‌ବୁକ୍‌, ଷ୍ଟପ୍ ପେମେଣ୍ଟ, ଜୀବନ ପ୍ରମାଣପତ୍ର, ପାସ୍‌ବୁକ୍ ଅପ୍‌ଡେଟ୍‌, ଡେବିଟ୍ କାର୍ଡ ଇତ୍ୟାଦି ପାଇଁ ଅନୁରୋଧ/ କରେଣ୍ଟ ଆକାଉଣ୍ଟ ଖୋଲିବା/ ଏସ୍‌ଏଚ୍‌ଜି/ଜେଏଲ୍‌ଜିଙ୍କୁ କ୍ରେଡିଟ୍ ଲିଙ୍କେଜ୍‌/ ନୂତନ କେସିସି ପ୍ରସ୍ତାବ, ନବୀକରଣ, ପୁନଃସଂଚାଳନ/ କେସିସି ଏବଂ ଖୁଚୁରା ଋଣ ଆଦାୟ/ ଏନ୍‌ପିଏ ଖାତାର ପୁନରୁଦ୍ଧାର/ ବରିଷ୍ଠ ନାଗରିକ, ଭିନ୍ନକ୍ଷମ ବ୍ୟକ୍ତି, ଗର୍ଭବତୀ ମହିଳାଙ୍କ ପାଇଁ ଘରପାଖରେ ବ୍ୟାଙ୍କିଙ୍ଗ ସେବା ଯୋଗାଇବା ଆଦି ସମସ୍ତ ବ୍ୟାଙ୍କ ସେବା ସିଏସ୍‌ପି ପ୍ଲସ୍ ବ୍ୟାଙ୍କିଂ ଆଉଟ୍‌ଲେଟ୍‌ରେ ଉପଲବ୍ଧ ହେବ । ପର୍ଯ୍ୟାୟ କ୍ରମେ ଚଳିତ ୨୦୨୩-୨୪ ଆର୍ôଥକ ବର୍ଷରେ ସ୍ଥାୟୀ ବ୍ୟାଙ୍କ ସେବା ନଥିବା ସମସ୍ତ ଗ୍ରାମପଞ୍ଚାୟତରେ ସିଏସ୍‌ପି ପ୍ଲସ୍ ବ୍ୟାଙ୍କ ସେବା କାର୍ଯ୍ୟକାରୀ ହେବ । ସିଏସ୍‌ପି ପ୍ଲସ୍ ବ୍ୟାଙ୍କିଙ୍ଗ ଆଉଟ୍‌ଲେଟ୍ ସ୍ଥାପିତ ହେବା ପରେ ଅର୍ଥ ବିଭାଗ, ଓଡ଼ିଶା ରାଜ୍ୟସ୍ତରୀୟ ବ୍ୟାଙ୍କିଂ କମିଟି, ସିଡିଓ-ତଥା- ଇଓଏସ୍‌, ବିଡ଼ିଓ ପ୍ରମୁଖ ଏହାର କାର୍ଯ୍ୟକୁ ସୁନିଶ୍ଚିତ କରିବା ପାଇଁ କ୍ଷେତ୍ର ପରିଦର୍ଶନ କରିବେ । ସାଧାରଣ ଜନତାଙ୍କ ପାଇଁ ଅଭିଯୋଗ ଶୁଣାଣିର ବ୍ୟବସ୍ଥା ରହିବ । ସିଏସ୍‌ପି ପ୍ଲସ୍ ବ୍ୟାଙ୍କିଙ୍ଗ ସେବାରେ ତ୍ରୁଟି ବା ଅସୁବିଧା ଦେଖାଦେଲେ ରାଜ୍ୟ ସରକାରଙ୍କ ଜନଶୁଣାଣି ପୋର୍ଟାଲରେ ଜନସାଧାରଣ ସେମାନଙ୍କ ଅଭିଯୋଗ ଦରଜ କରିପାରିବେ । ଏହାବ୍ୟତୀତ ନାଗରିକମାନେ ଜିଲ୍ଲାପାଳ, ସଂପୃକ୍ତ ବ୍ୟାଙ୍କର ପରିଚାଳକ କିମ୍ବା ବ୍ୟାଙ୍କ ମୁଖ୍ୟ ନିୟନ୍ତ୍ରକଙ୍କ ନିକଟରେ ଅଭିଯୋଗ କରିପାରିବେ ବୋଲି ସୂଚନା ଦିଆଯାଇଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ