ଆଗକୁ ବିପର୍ଯୟ ସମୟରେ ସମସ୍ତଙ୍କ ମୋବାଇଲକୁ ମିଳିବ ସୂଚନା
ପରୀକ୍ଷାତ୍ମକ ଭାବେ ଆସୁଛି ଏମରଜେନ୍ସି ଆଲଟ
କଟକ(ଏନ୍.ଏମ୍.): ମୋବାଇଲକୁ ଆସୁଛି ଏମରଜେନ୍ସି ଆଲର୍ଟ । ତେବେ ଏହି ମେସେଜ୍ ଦେଖି ଅନେକ ଆଶଙ୍କାରେ ପଡିଛନ୍ତି । ହଠାତ୍ ଏହି ମେସେଜ ଆସିବା ପରେ ଲୋକଙ୍କ ପଢ଼ିବା ପାଇଁ ଧର୍ଯ୍ୟ ଧରୁନାହାନ୍ତି । ଅଯଥାରେ ଛାନିଆ ହୋଇ ପଡ଼ୁଛନ୍ତି । କିନ୍ତୁ ଏହି ମେସେଜ ମୋବାଇଲ ଧାରୀଙ୍କ ପାଇଁ କୌଣସି ସମସ୍ୟା ସୃଷ୍ଟି କରିବ ନାହିଁ । ବରଂ ବିପର୍ଯ୍ୟୟ ସମୟରେ ସମସ୍ତଙ୍କୁ ସୂଚନା ମିଳି ପାରିବ । ପ୍ରକୃତରେ ଏହା ହେଉଛି ବିପର୍ଯ୍ୟୟ ଆଲର୍ମ ।
ବର୍ତ୍ତମାନ ଫୋନରେ ବାଜୁଛି ବିପର୍ଯ୍ୟୟ ଆଲର୍ମ ଏହା ପରୀକ୍ଷା ମୂଳକ ଭାବେ ଛଡ଼ାଯାଉଛି । ବିପର୍ଯ୍ୟୟ ବେଳେ ଗୋଟିଏ କ୍ଲିକରେ ସବୁ ନାଗରିକଙ୍କ ପାଖରେ ପହଞ୍ଚିବ ସତର୍କ ସୂଚନା । ସାରାଦେଶର ନାଗରିକମାନଙ୍କୁ ସତର୍କ କରାଇବାକୁ ଏକ ବ୍ୟବସ୍ଥା କରାଯାଉଛି । ତେଣୁ ଏଥିପାଇଁ ଫୋନରେ ଆଲର୍ମ ବାଜୁଛି ।
ବିପର୍ଯ୍ୟୟ ବେଳେ ନାଗରିକମାନଙ୍କୁ ଆଲର୍ଟ କରିବାକୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ଏହି ନୂଆ ପଦକ୍ଷେପ ନିଆଯାଇଛି । ଅଲ୍ ଇଣ୍ଡିଆ ଏମର୍ଜେନ୍ସି ଆଲର୍ଟ ସିଷ୍ଟମ ଦ୍ୱାରା ବିପର୍ଯ୍ୟୟ ବେଳେ କିପରି ସଠିକ ସୂଚନା ଦିଆଯାଇ ପାରିବ ଏଥିପାଇଁ ପରୀକ୍ଷା ନିରୀକ୍ଷା ଚାଲିଛି । ଭାରତ ସରକାରଙ୍କ ଟେଲିକମ୍ ବିଭାଗର ସେଲ ବ୍ରଡକାଷ୍ଟିଂ ସିଷ୍ଟମ ମାଧ୍ୟମରେ ନମୂନା ପରୀକ୍ଷା ପଠାଯାଉଛି । ଅଗଷ୍ଟରେ ପ୍ରଥମ ଥର ପାଇଁ ଏଭଳି ପରୀକ୍ଷା କରାଯାଇଥିଲା । ଏବେ ସୁଦ୍ଧା ୬ଥର ଏମିତି ପରୀକ୍ଷା କରାଯାଇଛି । ସେଲ୍ ବ୍ରୋଡକାଷ୍ଟ ଆଲର୍ଟ ସିଷ୍ଟମ୍ ହେଉଛି ଏକ ଅତ୍ୟାଧୁନିକ ଜ୍ଞାନକୌଶଳ, ଯାହା ବନ୍ୟା, ଭୂକମ୍ପ, ସୁନାମି ଭଳି ଗୁରୁତ୍ୱପୂର୍ଣ୍ଣ ଜରୁରୀକାଳୀନ ସୂଚନାକୁ ଯଥାସମ୍ଭବ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ କାର୍ଯ୍ୟ କରିଥାଏ, ଫଳରେ ଠିକ୍ ସମୟରେ ଠିକ୍ ପଦକ୍ଷେପ ନିଆଯାଇ ପାରିବ । ମୁଖ୍ୟତଃ ସରକାରୀ ଏଜେନ୍ସି ଏବଂ ଜରୁରୀକାଳୀନ ସେବା ଜନସାଧାରଣଙ୍କୁ ସମ୍ଭାବ୍ୟ ବିପଦ ବିଷୟରେ ଅବଗତ କରାଇବା ଏବଂ ଜଟିଳ ପରିସ୍ଥିତି ସମୟରେ ମହତ୍ୱପୂର୍ଣ୍ଣ ଅପଡେଟ୍ ଦେବା ପାଇଁ ସେଲ୍ ବ୍ରଡକାଷ୍ଟିଂର ବ୍ୟବହାର କରନ୍ତି ।