ଆକାଶ ପଥ ସହ ଯୋଡ଼ିହେଲା ମାଲକାନଗିରି

ଆକାଶ ପଥ ସହ ଯୋଡ଼ିହେଲା ମାଲକାନଗିରି

ଆକାଶ ପଥ ସହ ଯୋଡ଼ିହେଲା ମାଲକାନଗିରି


ମାଲକାନାଗିରି(ଏନ୍‌.ଏମ୍‌.): ଆକାଶ ପଥ ସହ ଯୋଡ଼ି ହୋଇଛି ମାଲକାନଗିରି । ଲୋକାର୍ପିତ ହୋଇଛି ମାଲକାନଗିରି ଏୟାରପୋର୍ଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଠାରେ ନୂତନ ବିମାନବନ୍ଦରକୁ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ ମାଲକାନଗିରିରେ ପହଞ୍ଚି ଉଦ୍‌ଘାଟନ କରିଥିଲେ । ଏହାଛଡ଼ା ପରିବହନ ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି । ଲୋକାର୍ପଣ ପରେ ମୁଖ୍ୟମନ୍ତ୍ରୀ ଟର୍ମିନାଲ-୨ ପରିଦର୍ଶନ କରିଥିଲେ । ନୂତନ ବିମାନବନ୍ଦରରେ ବିମାନସେବାର ଶୁଭାରମ୍ଭ ପରେ ଜିଲ୍ଲାବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଛି । ୫୪.୧୫ କୋଟି ଟଙ୍କା ବ୍ୟୟରେ ୧୦୬ ହେକ୍ଟର ଜମିରେ ନିର୍ମିତ ଏହି ବିମାନ ବନ୍ଦରରେ ୧ ହଜାର ୬୦୨ ମିଟର ଲମ୍ବ ଓ ୩୦ ମିଟର ଓସାରର ରନୱେ ନିର୍ମାଣ କରାଯାଇଛି । ସୂଚନାଯୋଗ୍ୟ, ଗତ ରବିବାର ପ୍ରଥମ ଥର ପାଇଁ ମାଲକାନଗିରି ଏୟାରଷ୍ଟ୍ରିପରେ ପରୀକ୍ଷାମୂଳକ ଭାବେ ବିମାନ ଅବତରଣ କରିଥିଲା । ଜଣେ ପାଇଲଟ ଓ ୨ ଜଣ କ୍ରୁ ମେମ୍ବରଙ୍କୁ ନେଇ ୭ଟି ସିଟ୍ ବିଶିଷ୍ଟ ଭିଟି ୧୦୦ ଏୟାରକ୍ରାଫ୍ଟ ଅବତରଣ କରିଥିଲା ।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ହଜାର ହଜାର ଲୋକ ଏହି ଉଦଘାଟନ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଉଦଘାଟନୀ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ବିଶାଲ ସିଂ ବୁଲି ଦେଖିବା ସହ କାର୍ଯ୍ୟର ସମୀକ୍ଷା କରିଥିଲେ । ମାତ୍ର ୧୪ ମାସରେ ଏହି ବିମାନବନ୍ଦର କାମ ଶେଷ ହେଲା । ବିମାନବନ୍ଦର ଟେଣ୍ଡର ପ୍ରକ୍ରିୟାରେ ଜୟପୁର ତାରାତାରିଣୀ କନଷ୍ଟ୍ରକସନ୍ ପ୍ରାଇଭେଟ ଲିମିଟେଡ୍ କାମ ପାଇଥିଲା । ଜମି ଅଧିଗ୍ରହଣ ହୋଇସାରିଥିବା ବେଳେ ୨୦୨୨ ମସିହା ନଭେମ୍ବର ୧ ତାରିଖରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୦୨୩ ଅକ୍ଟୋବର ୩୧ ତାରିଖରେ ସମୟ ରହିଥିଲା । କିନ୍ତୁ ତାହାକୁ ଚଳିତ ମାସରେ ଶେଷ କରିଥିଲେ । ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ଗତ ବର୍ଷ ମାର୍ଚ୍ଚ ମାସରେ ମାଲାକନଗିରି ଏୟାରପୋର୍ଟ ଗସ୍ତ କରି ନୂତନ ବର୍ଷ ପୂର୍ବରୁ କାମ ଶେଷ କରିବା ପାଇଁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ