ଆଉ ନାହାନ୍ତି ସାଂସଦ ଅନୁଭବଙ୍କ ବାପା ବିଶିଷ୍ଟ ଶିକ୍ଷାବିତ୍ ଅଭୟ ମହାନ୍ତି

ଆଉ ନାହାନ୍ତି ସାଂସଦ ଅନୁଭବଙ୍କ ବାପା ବିଶିଷ୍ଟ ଶିକ୍ଷାବିତ୍ ଅଭୟ ମହାନ୍ତି

ଆଉ ନାହାନ୍ତି ସାଂସଦ ଅନୁଭବଙ୍କ ବାପା ବିଶିଷ୍ଟ ଶିକ୍ଷାବିତ୍ ଅଭୟ ମହାନ୍ତି


#କଟକ(ଏନ୍‌.ଏମ୍‌.): କେନ୍ଦ୍ରାପଡା ସାଂସଦ ତଥା ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତି (୭୪)ଙ୍କ ପରଲୋକ ହୋଇଯାଇଛି । ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ସେ ଦୀର୍ଘ ଦିନ ଧରି କିଡନୀ ରୋଗରେ ପୀଡ଼ିତ ଥିଲେ ।ତାଙ୍କ ମୃତ୍ୟୁ ଖବର ପାଇବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ମହାନ୍ତିଙ୍କ ମରଶରୀରକୁ ସ୍ଥାନୀୟ ଚୌଧୁରୀ ବଜାର ସ୍ଥିତ ତାଙ୍କ ବାସଭବନକୁ ନିଆଯାଇଥିଲା । ସେଠାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବନ୍ଧୁବାନ୍ଧବ ଶେଷ ଦର୍ଶନ କରିଥିଲେ । ଚଳଚ୍ଚିତ୍ର ଜଗତର ବହୁ କଳାକାର ମଧ୍ୟ ତାଙ୍କର ଶେଷ ଦର୍ଶନ କରିଥିଲେ । ମୃତ୍ୟୁଶଯ୍ୟା ନିକଟରେ ଦୁଇ ପୁଅ ସାଂସଦ ଅନୁଭବ ଓ ଅନୁପ୍ରାସଙ୍କ ସମେତ ତାଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ । ଖାନନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ ବଡପୁଅ ଅନୁଭବ ମୁଖାଗ୍ନୀ ଦେଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ