*ଆଉ ନାହାନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ*

*ଆଉ ନାହାନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ*

ଆଉ ନାହାନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ

ଭୁବନେଶ୍ୱର(ଏନ୍.ଏମ୍): ପରଲୋକରେ ଆଇପିଏସ୍ ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ପାଣିଗ୍ରାହୀ । କରୋନାରେ ଆକ୍ରାନ୍ତ ହୋଇ କୋଲକାତାରେ ତାଙ୍କ ଇକମୋ ଚିକିତ୍ସା ଚାଲିଥିବା ବେଳେ ଆଜି ରାତି ୧୦ ଟା ୧୫ ସମୟରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା । ଗତ ୮ ତାରିଖରେ ତାଙ୍କୁ କଟକର ଅଶ୍ୱିନୀ ଘରୋଇ ହସ୍ପିଟାଲରୁ କୋଲକାତା ଏୟାରଲିଫ୍ଟ କରାଯାଇଥିଲା ।

୧୯୬୫ ମସିହା ଅଗଷ୍ଟ ୨୯ ତାରିଖରେ ବାଲେଶ୍ୱରରେ ଜନ୍ମଗ୍ରହଣ କରିଥିଲେ ଡକ୍ଟର ପାଣିଗ୍ରାହୀ । ରାଜନୀତି ବିଜ୍ଞାନରେ ସ୍ନାତକ କରିବା ପରେ ଦିଲ୍ଲୀ ଜେଏନ୍‌ୟୁରୁ ଏମଫିଲ କରିଥିଲେ । ଏହା ପରେ ସେ ପିଏଚଡି ଡିଗ୍ରୀ ହାସଲ କରିଥିଲେ । ୧୯୯୧ ମସିହାରେ ଆଇପିଏସ୍ ଅଫିସର ଭାବେ ଯୋଗ ଦେଇଥିଲେ ।

ବିଭିନ୍ନ ଜିଲ୍ଲାର ଏସପି ଭାବେ କାମ କରିବା ସହ ବର୍ତ୍ତମାନ ସେ ଭିଜିଲାନ୍ସ ବିଭାଗରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିଲେ ।ଜଣେ ଖ୍ୟାତନାମା ଗାଳ୍ପିକ ଭାବେ ସେ ଥିଲେ ବେଶ୍ ଜଣାଶୁଣା ।।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ