ଆଇପିଏଲ୍‌: ଶୀର୍ଷକୁ ଫେରିଲା ରାଜସ୍ଥାନ

ଆଇପିଏଲ୍‌: ଶୀର୍ଷକୁ ଫେରିଲା ରାଜସ୍ଥାନ

ଆଇପିଏଲ୍‌: ଶୀର୍ଷକୁ ଫେରିଲା ରାଜସ୍ଥାନ

News by Allhad Kumar Mohanty (Bureau News)

#ଜୟପୁର(ଏନ୍‍.ଏମ୍‍.): ଆଇପିଏଲର ଏହି ସଂସ୍କରଣରେ କ୍ରମାଗତ ଦୁଇଟି ମ୍ୟାଚରେ ପରାସ୍ତ ହେବାପରେ ଅନୁଷ୍ଠିତ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୩୨ରନରେ ବିଜୟୀ ହୋଇ ପଏଣ୍ଟ ଟେବଲର ଶୀର୍ଷକୁ ଫେରିଛି । ଏହି ମ୍ୟାଚରେ ରାଜସ୍ଥାନ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି । ଆହୁରି ମଧ୍ୟ ଚଳିତ ଆଇପିଏଲ୍ରେ ରାଜସ୍ଥାନ କ୍ରମାଗତ ଦ୍ୱିତୀୟ ଥର ପାଇଁ ଚେନ୍ନାଇକୁ ପରାସ୍ତ କରିବାରେ ସଫଳ ହୋଇଛି । ଏହି ମ୍ୟାଚରେ ଚେନ୍ନାଇ ସମ୍ମୁଖରେ ୨୦୩ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବାବେଳେ ନିର୍ଦ୍ଧାରିତ ଓଭରରେ ଦଳ ୬ ୱିକେଟ ହରାଇ ୧୭୦ରନ କରିବାକୁ ସମର୍ଥ ହୋଇଥିଲା । ଚେନ୍ନାଇ ପ୍ରାରମ୍ଭରୁ ଧିମା ବ୍ୟାଟିଂ କରିଥିଲା । ଦୁଇ ଓପନର ଡେଭନ କନୱେ ଓ ଋତୁରାଜ ଗାଏକ୍ୱାଡ଼ ପ୍ରଥମ ୱିକେଟ ପାଇଁ ୬ ଓଭରରୁ ୪୨ରନ ସଂଗ୍ରହ କରିଥିଲେ । ସେହିଭଳି ୧୨ ଓଭରରେ ଦଳ ୪ ୱିକେଟ ହରାଇ ୮୫ରନ ସଂଗ୍ରହ କରିପାରିଥିଲା । ଏହାପରେ ଶୁଭମ ଦୁବେ ଓ ମୋଇନ ଅଲ୍ଲୀ କିଛି ଆକର୍ଷଣୀୟ ସଟ ଖେଳି ରନରେଟରେ ବୃଦ୍ଧି କରିବାରେ ସମର୍ଥ ହୋଇଥିଲେ । ମୋଇନଙ୍କ ୱିକେଟର ପତନ ପରେ ଶୁଭମ ଓ ରବିନ୍ଦ୍ର ଜାଡ଼େଜା ଶେଷ ପର୍ଯ୍ୟନ୍ତ ବ୍ୟାଟିଂ ଜାରି ରଖିଥିଲେ ମଧ୍ୟ ସେମାନଙ୍କର ସମସ୍ତ ପ୍ରୟାସ ନିଷ୍ପ୍ରଭ ରହିଥିଲା । ଶୁଭମ ୩୩ଟି ବଲର ସମ୍ମୁଖୀନ ହୋଇ ୪ଟି ଛକା ସହୟତାରେ ସର୍ବାଧିକ ୫୨ରନ କରି ଇନିଂସର ଶେଷ ବଲରେ ଆଉଟ୍ ହୋଇଥିଲେ । ଜାଡ଼େଜା ୧୫ବଲରୁ ୨୩ରନ କରି ଅପରାଜିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଋତୁରାଜ ୨୯ବଲରୁ ୪୭ ଓ ମୋଇନ ୧୫ ବଲରୁ ୨୩ରନ ସଂଗ୍ରହ କରିଥିଲେ । ରାଜସ୍ଥାନ ପକ୍ଷରୁ ଆଡମ ଜାମ୍ପା ୩ ଓଭର ବୋଲିଂ କରି ୨୨ରନରେ ସର୍ବାଧିକ ୩ଟି ୱିକେଟ ନେଇଥିବାବେଳେ ରବିଚନ୍ଦ୍ରନ ଅଶ୍ୱିନ ୪ ଓଭର ବୋଲିଂ କରି ୩୫ରନରେ ୨ଟି ଓ ପେସ ବୋଲର କୁଲଦୀପ ଯାଦବ ଗୋଟିଏ ୱିକେଟ ନେଇଥିଲେ । ସନ୍ଦୀପ ଶର୍ମା ୱିକେଟ ପାଇ ନଥିଲେ ମଧ୍ୟ ୪ ଓଭରରେ ମାତ୍ର ୨୪ରନ ବ୍ୟୟ କରିଥିଲେ । ଏହି ମ୍ୟାଚରେ ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ଟସ ଜିତି ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ । ଦଳ ପକ୍ଷରୁ ଯଶସ୍ୱୀ ଜୟସ୍ୱଲା ଓ ଜସ ବଟଲର ଇନିଂସ ଆରମ୍ଭ କରିବାକୁ ଆସି ପ୍ରଥମ ୱିକେଟ ପାଇଁ ମାତ୍ର ୮.୨ ଓଭରୁ ୮୬ରନ ସଂଗ୍ରହ କରି ଦଳକୁ ମଜଭୁତ ସ୍ଥିତିରେ ପହଞ୍ଚାଇ ଥିଲେ । ବଟଲର ୨୧ ବଲରୁ ୨୭ରନ ଓ ମ୍ୟାନ ଅଫ ଦି ମ୍ୟାଚ ଜୟସ୍ୱାଲ ୪୩ ବଲରୁ ୮ ଚୌକା ଓ ୪ଟି ଛକା ସହାୟତାରେ ସର୍ବାଧିକ ୭୭ରନ ସଂଗ୍ରହ କରିଥିଲେ । ଅନ୍ତିମ ଭାଗରେ ଧ୍ରୁବ ଜୁରେଲ ୧୫ବଲରୁ ୩୪ ଓ ଦେବଦୂତ ପାଡ଼ିକଲ ୧୩ବଲରୁ ୨୭ରନ ସଂଗ୍ରହ କରିବା ଫଳରେ ରାଜସ୍ଥାନ ନିର୍ଦ୍ଧାରିତ ଓଭରରେ ୨୦୨ରନ ସଂଗ୍ରହ କରିପାରିଥିଲା । ଚେନ୍ନାଇ ପକ୍ଷରୁ ତୁଷାର ଦେଶପାଣ୍ଡେ ସର୍ବାଧିକ ୨ଟି ୱିକେଟ ନେଇଥିଲେ । ଏହି ମ୍ୟାଚରୁ ରାଜସ୍ଥାନ ୨ ପଏଣ୍ଟ ହାସଲ କରି ଟୁର୍ଣ୍ଣାମେଣ୍ଟରେ ମୋଟ ୧୦ ପଏଣ୍ଟ ସହ ପଏଣ୍ଟ ଟେବଲର ଶୀର୍ଷରେ ପହଞ୍ଚିଛି । ଅନ୍ୟପକ୍ଷରେ ଶୀର୍ଷରେ ଥିବା ଚେନ୍ନାଇ ସମାନ ୧୦ ପଏଣ୍ଟ ସହ ନେଟ୍ ରନରେଟ ଅନୁଯାଇ ଟେବଲର ତୃତୀୟ ସ୍ଥାନକୁ ଖସି ଆସିଛି ।

Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ