ଆଇଏମ୍‌ଆଇ ଭୁବନେଶ୍ୱରର ୯ତମ ଦୀକ୍ଷାନ୍ତ ସମାରୋହ

ଆଇଏମ୍‌ଆଇ ଭୁବନେଶ୍ୱରର ୯ତମ ଦୀକ୍ଷାନ୍ତ ସମାରୋହ

ଆଇଏମ୍‌ଆଇ ଭୁବନେଶ୍ୱରର ୯ତମ ଦୀକ୍ଷାନ୍ତ ସମାରୋହ

News by B.Mishra (BBSR)

ଭୁବନେଶ୍ୱର(ଏନ.ଏମ) : ଭୁବନେଶ୍ୱର ସ୍ଥିତ ଇଣ୍ଟରନ୍ୟାସନାଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ (ଆଇଏମ୍‌ଆଇ) ପକ୍ଷରୁ ଏହାର ୯ତମ ଦରକ୍ଷାନ୍ତ ସମାରୋହ ପାଳିତ ହୋଇଯାଇଛି । ଏହି ଅବସରରେ ପୋଷ୍ଟ ଗ୍ରାଜୁଏଟ ଡିପ୍ଲୋମାଟୋ ପିଜିଡିଏମ୍ ୨୦୧୯-୨୧ ଏବଂ ପିଜିଡିଏମ୍ ୨୦୧୮-୨୧ ବ୍ୟାଚ ସ୍ନାତକୋତ୍ତର ଛାତ୍ରମାନଙ୍କୁ ନେଷ୍ଟଲେ ଇଣ୍ଡିଆ ଲିମିଟେଡ୍‌ର ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ମୁଖ୍ୟ ଅତିଥି ଭାବରେ ସମାରୋହରେ ଯୋଗଦେଇ ପ୍ରଦାନ କରିଥିଲେ । ଭି.ସି. ଅଗ୍ରୱାଲ, ସଭାପତି- କର୍ପୋରେଟ ଏଚ୍‌ଆର୍ ଏବଂ ବୋର୍ଡ ସଦସ୍ୟ ଆପିଏସଜି ଗ୍ରୁପ ସ୍ନାତକୋତ୍ତର ଛାତ୍ରମାନଙ୍କୁ ଡିପ୍ଲୋମା ପ୍ରଦାନ କରିଥିଲେ । ଆରମ୍ଭରେ ଭୁବନେଶ୍ୱର ଆଇଏମ୍‌ଆଇର ନିର୍ଦ୍ଦେଶକ ପ୍ରଫେସର ରମେଶ ବେହଲ, ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ଏବଂ ବାର୍ଷିକ ଏକାଡେମିକ ରିପୋର୍ଟ ଉପସ୍ଥାପନ କରିଥିଲେ । ପ୍ରଫେସର ବେହଲ ଆଇଏମ୍‌ଆଇ ଏନଆଇଅରଏଫ ର‌୍ୟାଙ୍କ ୬୨ ହାସଲ କରି ଗତ ଏକ ବର୍ଷ ମ୍ମରେ ଉପଲବ୍ଧ କରିଥିବା ସ‘ଳତା ସମ୍ପର୍କରେ ଆଳୋକପାତ କରିଥିଲେ । ଆସୋସିଏଶନ ଅଫ ଏମବିଏ(ଏଏମବିଏ) ଦ୍ୱାରା ଅନ୍ତର୍ଜାତୀୟ ମାନ୍ୟତା ଏବଂ ଏନଏଏସି ଦ୍ୱାରା ସ୍ୱୀକୃତି ହାସଲ କରିବା ଆଇଏମ୍‌ଆଇ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ । ଅନୁସନ୍ଧାନ ଏବଂ ପ୍ରକାଶନ ଦିଗରେ ଅ୍ମାପକଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଥିଲେ । ଶିକ୍ଷାର୍ଥୀମାନେ ୧୦୦ ପ୍ରତିଶତ ପ୍ଲେସମେଣ୍ଟ ହାସଲ କରିଥିବାରୁ ସେ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଆଇଏମ୍‌ଆଇ ଉପରେ ବିଶାବାସ ପ୍ରକଟ କରିଥିବାରୁ ସେ ସମ୍ପୃକ୍‌ତ କମ୍ପାନୀଗୁଡିକୁ କୃତଜ୍ଞତା ଜଣାଇଥିଲେ । ମୁଖ୍ୟ ଅତିଥି ସୁରେଶ ନାରାୟଣନ ସୌରଭ ନାୟାରଙ୍କୁ ସ୍ୱର୍ଣ୍ଣ ପଦକ ଏବଂ ପିଜିଡିଏମ୍ ୨୦୧୯-୨୧ ବ୍ୟାଚ ଛାତ୍ର ପ୍ରୀତମ ଘୋଷଙ୍କୁ ରୌପ୍ୟ ପଦକ ପ୍ରଦାନ କରିଥିଲେ । ଏହି ଅବସରରେ ପିଜିଡିଏମ୍ ୨୦୧୮-୨୧ ବ୍ୟାଚର ପୀୟୂଷ ରଞ୍ଜନ ସାହୁ ଏବଂ ତ୍ରିଶାନୁ ଚକ୍ରବର୍ତ୍ତୀଙ୍କୁ ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା । ସୁରେଶ ନାରାୟଣନ ଡ. ରମା ପ୍ରସାଦ ଗୋଏଙ୍କା ଶ୍ରେଷ୍ଠ ଛାତ୍ର ପଦକ ଅମଲ ଜୈନଙ୍କୁ ପ୍ରଦାନ କରିଥିଲେ । ସେହିପରି ସାମଗ୍ରୀକ ଅବଦାନ ପାଇଁ ଶୁଭମ ସିଙ୍ଗଲଙ୍କୁ ଡାଇରେକ୍ଟରର୍ସ ମେଡାଲ ପ୍ରଦାନ କରିଥିଲେ । ସୁରେଶ ନାରାୟଣନ ଦୀକ୍ଷାନ୍ତ ସମାରୋହରେ ପିଜିଡିଏମ୍ ବ୍ୟାଚକୁ ଅଭିନନ୍ଦନ ଜଣାଇଥିଲେ । ସେ ଛାତ୍ରମାନଙ୍କୁ ନିଜ ବୁଦ୍ଧି, ପ୍ରତିଭା ଆଧାରରେ ଜୀବନରେ ବିକାଶ ଧାରାରେ ସ‘ଳତା ହାସଲ ଲାଗି ପରାମର୍ଶ ପ୍ରଦାନ କରିଥିଲେ । ଏକ ସ୍ପଷ୍ଟ ଦର୍ଶନ ଏବଂ ସକାରାତ୍ମକ ମନୋଭାବ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ସେ ନୂତନ ଯୁଗର ପରିଚାଳକମାନଙ୍କୁ ଦୟାଳୁ, ସୃଜନଶୀଳ ଏବଂ ସାହସୀ ହେବାକୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏକାଡେମୀର ୨୦୦ ରୁ ଅଧିକ ମାନ୍ୟଗଣ୍ୟ ବ୍ୟକ୍‌ତି, ସରକାରୀ ବରିଷ୍ଠ ଅଧିକାରୀ, ଅଗ୍ରଣୀ ବ୍ୟବସାୟିକ ବ୍ୟକ୍‌ତିତ୍ୱ, ଆଇଏମଆଇ, ଭୁବନେଶ୍ୱରର ପରିଚାଳନା ପରିଷଦର ସଦସ୍ୟ ଏବଂ ସ୍ନାତକୋତ୍ତତ୍ତର ଛାତ୍ରମାନଙ୍କର ଅଭିଭାବକ ଯୋଗ ଦେଇଥିଲେ ।

Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି