ଅଲିମ୍ପିକରେ ପଦକ ଜିତିଲେ ଓଓଏ ପକ୍ଷରୁ ମିଳିବ ଆର୍ଥିକ ପୁରସ୍କାର

ଅଲିମ୍ପିକରେ ପଦକ ଜିତିଲେ ଓଓଏ ପକ୍ଷରୁ ମିଳିବ ଆର୍ଥିକ ପୁରସ୍କାର

ଅଲିମ୍ପିକରେ ପଦକ ଜିତିଲେ ଓଓଏ ପକ୍ଷରୁ ମିଳିବ ଆର୍ଥିକ ପୁରସ୍କାର


କଟକ(ଏନ୍‌.ଏମ୍‌.): ଆସନ୍ତା ୨୩ରୁ ଅଗଷ୍ଟ ୮ତାରିଖ ପର୍ଯ୍ୟନ୍ତ ଟୋକିଓ ଅଲିମ୍ପିକରେ ପ୍ରତିଯୋଗିତା ଆୟୋଜିତ ହେବ । ଏହି ପ୍ରତିଯୋଗିରେ ୬ ଜଣ ଓଡ଼ିଆ ଆଥଲେଟ ଭାଗ ନେଇଛନ୍ତି । ଟୋକିଓ ଅଲିମ୍ପିକରେ ରାଜ୍ୟର ୬ଜଣ ଖେଳାଳି ଅଂଶଗ୍ରହଣ କରିଛନ୍ତି । ଜାତୀୟ ପୁରୁଷ ହକି ଦଳରୁ ପ୍ରତିନିଧିତ୍ୱ କରିବେ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ । ସେହିପରି ଜାତୀୟ ମହିଳା ହକି ଦଳରୁ ପ୍ରତିନିଧିତ୍ୱ କରିବେ ଦୀପଗ୍ରେସ ଏକ୍କା, ନମିତା ଟପ୍ପୋ, ଧାବିକା ଦୂତୀ ଚାନ୍ଦ ଓ ପାରାଅଲିମ୍ପିକ ଖେଳାଳି ପ୍ରମୋଦ ଭଗତଙ୍କୁ ଆଗାମୀ ଅଲିମ୍ପିକ ସଂସ୍କରଣରେ ଦେଖିବାକୁ ମିଳିବ । ଏହି ଓଡ଼ିଆ ଖେଳାଳି ପଦକ ଜିତିଲେ ଆର୍ôଥକ ପୁରସ୍କାର ପ୍ରଦାନ କରିବ ଓଡ଼ିଶା ଅଲିମ୍ପିକ ଆସୋସିଏସନ(ଓଓଏ) ଘୋଷଣା କରିଛି । ଏ ନେଇ ରବିବାର ଓଓଏ ପକ୍ଷରୁ ପ୍ରେସବିବୃତ୍ତି ମାଧ୍ୟମରେ ଘୋଷଣା କରାଯାଇଛି । ସମ୍ମାନଜନକ ଖେଳରେ ସ୍ୱର୍ଣ୍ଣ ପଦକ ଜିତିଲେ ୫ଲକ୍ଷ ପ୍ରଦାନ କରାଯିବା ଲାଗି ଘୋଷଣା କରାଯାଇଥିବା ବେଳେ ରୌପ୍ୟ ଓ ବ୍ରୋଞ୍ଜ ପଦକ ବିଜେତାଙ୍କୁ ଯଥାକ୍ରମେ ୩ ଲକ୍ଷ ଓ ୧ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଓଓଏ ସମ୍ପାଦକ ଅଭିଜିତ ପାଲ ଓ ସଭାପତି ଜଗମୋହନ ପଟ୍ଟନାୟକ ଓଡ଼ିଆ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ