ଅବହେଳିତ ନିମପୁର ନୋଡାଲ ଉଚ୍ଚ ବିଦ୍ୟାଳୟ: ୬୫୦ ଜଣରୁ ଉର୍ଦ୍ଧ ଛାତ୍ର ଛାତ୍ରୀଙ୍କ ପାଇଁ ୧୦ ଶିକ୍ଷକ

ଅବହେଳିତ ନିମପୁର ନୋଡାଲ ଉଚ୍ଚ ବିଦ୍ୟାଳୟ: ୬୫୦ ଜଣରୁ ଉର୍ଦ୍ଧ ଛାତ୍ର ଛାତ୍ରୀଙ୍କ ପାଇଁ ୧୦ ଶିକ୍ଷକ

ଅବହେଳିତ ନିମପୁର ନୋଡାଲ ଉଚ୍ଚ ବିଦ୍ୟାଳୟ: ୬୫୦ ଜଣରୁ ଉର୍ଦ୍ଧ ଛାତ୍ର ଛାତ୍ରୀଙ୍କ ପାଇଁ ୧୦ ଶିକ୍ଷକ


ଜଗତପୁର(ଏନ୍‌.ଏମ୍‌.): ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହା ଏକ ପ୍ରହସନ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ବିଶେଷ କରି ସର୍ବଶିକ୍ଷା ଅଭିଯାନ, ମୋ ସ୍କୁଲ ଯୋଜନା, ମିଶନ ଜିରୋ ଏଫ ଭଳି ଅନେକ କଲ୍ୟାଣ ମୂଳକ କାର୍ଯ୍ୟକ୍ରମ ଚାଲିଥିବାବେଳେ ସରକାରୀ ସ୍କୁଲରେ ଶିକ୍ଷା ବ୍ୟବସ୍ଥା ଭୁଷୁଡ଼ି ପଡ଼ୁଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଗୋଟିଏ ପଟେ ସରକାର ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ନିର୍ମାଣ ଉପରେ ଯଥେଷ୍ଟ ଗୁରୁତ୍ୱ ଦେଉଥିଲେ ମଧ୍ୟ ଆବଶ୍ୟକୀୟ ଶିକ୍ଷକ ବ୍ୟବସ୍ଥା ହୋଇ ପାରୁନଥିବା ଯୋଗୁଁ ଶିକ୍ଷାରେ ଉନ୍ନତି ସମ୍ଭବ ହେଉନଥିବା କୁହାଯାଉଛି ।
ଏହିଭଳି ଦେଖିବାକୁ ମିଳିଛି ଜଗତପୁରସ୍ଥିତ ନିମପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ । ଏହି ବିଦ୍ୟାଳୟରେ ୬୪୩ ଜଣ ଛାତ୍ର ଛାତ୍ରୀ ଥିବାବେଳେ ମୋଟ ୧୦ ଜଣ ଶିକ୍ଷକ ଅଛନ୍ତି । କେମିତି ବିଦ୍ୟାଳୟରେ ପିଲାମାନେ ପାଠ ପଢିବେ ୬ଷ୍ଠ ଶ୍ରେଣୀରେ ୯୬ ଜଣ, ୭ମରେ ୧୧୭, ୮ମରେ ୧୩୩, ୯ମ ୧୫୮ ଓ ୧୦ମଶ୍ରେଣୀରେ ୧୩୯ ଜଣ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି । ୬ଷ୍ଠ ଶ୍ରେଣୀ ଠାରୁ ୮ମ ପର୍ଯ୍ୟନ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ସୁଧ୍ୟା ୩୪୨ ଜଣ ଛାତ୍ର ଛାତ୍ରୀଥିବାବେଳେ ମାତ୍ର ୬ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ପିଲାମାନଙ୍କୁ ପାଠ ପଢାଉଛନ୍ତି । ଏବଂ ୯ମ ଏବଂ ୧୦ ଶ୍ରେଣୀ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟରେ ଆଜି ସୁଧ୍ୟା ୨୯୭ ଜଣ ଛାତ୍ର ଛାତ୍ରୀ ଅଛନ୍ତି । ୯ମ ଓ ୧୦ମ ଶ୍ରେଣୀ ପାଇଁ କ୍ରୀଡା ଶିକ୍ଷକଙ୍କୁ ମିଶାଇ ୪ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଅଛନ୍ତି । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଶୋକ କୁମାର ମହାପାତ୍ରଙ୍କ କହିବା ଅନୁଯାଇ ନିମପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଆଉ ୮ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଆବଶ୍ୟକ ହେଉଥିବାବେଳେ ମୋଟ ୧୦ ଜଣ ଅଛନ୍ତି । ଜଗତପୁର ନିମପୁର ଅଞ୍ଚଳରେ ବେସରକାରୀ ଶିକ୍ଷାନୁଷ୍ଠାନରେ ଯେଉଁ ସରକାରଙ୍କ ନିୟମ ଅନୁଯାଇ ୯ମ ଓ୧୦ମ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇପାରିବେ ନାହିଁ ବୋଲି ଜାଣିବା ପରେ ଜଗତପୁର ଅଞ୍ଚଳର ବେସରକାରୀ ବିଦ୍ୟାଳୟରେ ପିଲାମାନଙ୍କର ଟିସି ନେଇ ସରକାରୀ ବିଦ୍ୟାଳୟରେ ନାମ ଲେଖାଉଛନ୍ତି । କଟକ ବଡ ମେଡିକାଲ ସମ୍ପ୍ରସାରଣ ପାଇଁ ସେଠାରୁ ଲୋକମାନଙ୍କୁ ଉଚ୍ଛେଦ କରାଯାଇ ଜଗତପୁରରେ ନିମପୁର ବସ୍ତିରେ ବିସ୍ତାପିତ କରାଯାଇଥିଲା । ସେମାନଙ୍କ ଯାତୟାତ ସମସ୍ୟା ଯୋଗୁ ଅଧିକାଂଶ ଛାତ୍ରଛାତ୍ରୀ ପାଖରେ ଥିବା ନିମପୁର ବିଦ୍ୟାଳୟରେ ନାମ ଲେଖାଉଛନ୍ତି । ଯାହା ଫଳରେ ନିମପୁର ବିଦ୍ୟାଳୟରେ ଆବଶ୍ୟକତାଠାରୁ ଅଧିକ ଛାତ୍ରଛାତ୍ରୀନାମ ଲେଖାଇବା ଫଳରେ ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁଁ ପିଲାମାନଙ୍କୁ ପାଠ ପଢାଇବା ସମ୍ବବ ହୋଇପାରୁ ନାହିଁ । ଏହି ବିଦ୍ୟାଳୟରେ ହିନ୍ଦି ଶିକ୍ଷକ ନଥିଲାବେଳେ ଏକ ପିଅନ ମଧ୍ୟ ଆବଶ୍ୟକ ପଡୁଛି । ୩୫ ଜଣ ପିଲାଙ୍କ ପାଇଁ ଜଣେ ଶିକ୍ଷକ ଆବଶ୍ୟକ ଥିଲା ବେଳେ ପ୍ରାୟ ୬୫୦ ଛାତ୍ର ଛାତ୍ରୀଙ୍କ ପାଇଁ ମୋଟ ୧୦ ଜଣ ଅଛନ୍ତି । ଗତବର୍ଷ ୫୭୦ ଥିଲା ବେଳେ ଚଳିତ ବର୍ଷ ଆଜି ପର୍ଯ୍ୟନ୍ତ ୬୪୩ ଜଣ ନାମ ଲେଖାଇଛନ୍ତି । ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ, ହିନ୍ଦି, ସଂସ୍କୃତଓ କଳା ଶିକ୍ଷକ ଆବଶ୍ୟକ ହେଉଥିବାବେଳେ ଏବଂ ନିମପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ପାଇଁ ୩ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଆବଶ୍ୟକ ହେଉଥିଲା ବେଳେ ଜଣେ ବିଜ୍ଞାନ ଓ ଦୁଇ ଜଣ ଜଣ କଳା ଶିକ୍ଷକ ଆବଶ୍ୟକ ରହିଛି । ଏହି ବିଦ୍ୟାଳୟ ରକ୍ଷଣା ବେକ୍ଷଣା ପାଇଁ ରାତ୍ରୀ ଜଗୁଆଳ, ଏକ ପିଅନ, ଏକ କିରାଣୀ ମଧ୍ୟ ଆବଶ୍ୟକ ଥିବାବେଳେ ପିଲାମାନଙ୍କର ବୃଦ୍ଧି ଯୋଗୁଁ ବେଞ୍ଚ ଡେକ୍ସର ମଧ୍ୟ ଆବଶ୍ୟକତା ରହିଛି । ଅନ୍ୟପକ୍ଷରେ ଅତ୍ୟାଧୁନିକ ବ୍ୟବସ୍ଥା ଯୋଗୁ ଜଣେ କମ୍ପୁଟର ଡାଡା ଏଣ୍ଟ୍ରି ଅପରେଟର ମଧ୍ୟ ଆବଶ୍ୟକ ରହିଛି । ବିଦ୍ୟାଳୟ ପରିଚାଳନା ସମିତିର ଅଧ୍ୟକ୍ଷ ପୟୋଧର ଜେନା, ସିତାରାଣୀ ସ୍ୱାଇଁ, ହଲିମା ବିବି, ମନୋଜ କୁମାର ପୃଷ୍ଟି, କର୍ପୋରେଟର ନଳିନୀ ବେହେରା ସଦସ୍ୟ ଥିବାବେଳେ ବିଦ୍ୟାଳୟ ଏପରି ଭାବରେ ଚାଲିଛି ତାହା ସାଧାରଣରେ ଚର୍ଚ୍ଚା ହେଉଛି । କଳା ଓ ଖେଳ ଶିକ୍ଷକ ପାଟଟାଇମରେ ନିଯୁକ୍ତ ଅଛନ୍ତି । ତେଣୁ ଶିକ୍ଷା କ୍ଷେତ୍ରରେ ବାଧା ଉପୁଜୁଛି । ତୁରନ୍ତ ପାଟଟାଇମ ନିଯୁକ୍ତ ଶିକ୍ଷକମାନଙ୍କୁ ସ୍ଥାୟୀ ଶିକ୍ଷକଭାବେ ନିଯୁକ୍ତି ଦେଲେ ଶିକ୍ଷା କ୍ଷେତ୍ରରେ ନିମପୁର ଛାତ୍ରଛାତ୍ରୀମାନେ ଦୁଇପାଦ ଆଗକୁ ବଢନ୍ତେ ବୋଲି ସାଧାରଣରେ ଦାବି ମଧ୍ୟ ହେଉଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି