ଅନୁଭବ ବର୍ଷା ମାମଲାର ତ୍ୱରିତ ଶୁଣାଣି ଆବେଦନ

ଅନୁଭବ ବର୍ଷା ମାମଲାର ତ୍ୱରିତ ଶୁଣାଣି ଆବେଦନ

ଅନୁଭବ ବର୍ଷା ମାମଲାର ତ୍ୱରିତ ଶୁଣାଣି ଆବେଦନ
ଜୁଲାଇ ୩୧ ସୁଦ୍ଧା ସାକ୍ଷ୍ୟଗ୍ରହଣ ଶେଷ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): କଟକର ପରିବାର ଅଦାଲତରେ ଅନୁଭବ-ବର୍ଷା ଛାଡପତ୍ର ମାମଲାର ଶୁଣାଣି ବିଳମ୍ବ ହେଉଥିବା ଦର୍ଶାଇ ଏ ସଂକ୍ରାନ୍ତୀୟ ମାମଲାର ହାଇକୋର୍ଟରେ ଶୁଣାଣି ହୋଇଯାଇଛି । ଅନୁଭବଙ୍କ ପକ୍ଷରୁ ଆଗତ ଆବେଦନର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର୍‌ଙ୍କ ଖଣ୍ଡପୀଠ ଜୁଲାଇ ୩୧ ସୁଦ୍ଧା ବର୍ଷାଙ୍କ ସାକ୍ଷ୍ୟଗ୍ରହଣ ଶୋଷ କରିବାକୁ କଟକର ପାରିବାରିକ ଅଦାଲତକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ସାକ୍ଷ୍ୟଗ୍ରହଣ ଶେଷର ୩ମାସ ମଧ୍ୟରେ ମାମଲାର ରାୟ ପ୍ରକାଶ କରିବାକୁ ହାଇକୋର୍ଟ ପାରିବାରିକ ଆଦେଶ ଦେଇଛନ୍ତି । ଅନ୍ୟପକ୍ଷରେ କଟକର ପାରିବାରିକ ଅଦାଲତରେ ଅନୁଭବ-ବର୍ଷା ଛାଡପତ୍ର ମାମଲାର ବିଳମ୍ବ ହେଉଥିବା ଦର୍ଶାଇ ଏହାକୁ ଖୋର୍ଦ୍ଧା ପାରିବାରିକ ଅଦାଲତକୁ ସ୍ଥାନାନ୍ତର କରିବା ପାଇଁ ଅନୁଭବଙ୍କ ପକ୍ଷରୁ ହାଇକୋର୍ଟରେ ଆବେଦନ କରିଥିଲେ । ଏଥିରେ ଅନୁଭବ କଟକର ପାରିବାରିକ ଅଦାଲତ ବର୍ଷାଙ୍କ ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରୁଥିବା ଦର୍ଶାଇଥିଲେ । ବିଶେଷ କରି ପାରିବାରିକ ଅଦାଲତ ଜାଣିଶୁଣି ବର୍ଷାଙ୍କ ସାକ୍ଷ୍ୟଗ୍ରହଣରେ ମହଲତ ଦେଉଥିବା ଅଭିଯୋଗ କରିଥିଲେ । ତେବେ ଖୋର୍ଦ୍ଧା ପାରିବାରିକ ଅଦାଲତକୁ ମାମଲା ସ୍ଥାନାନ୍ତର ପାଇଁ ଅନୁଭବଙ୍କ ପକ୍ଷରୁ କରାଯାଇଥିବା ଆବେଦନକୁ ଅଗ୍ରାହ୍ୟ କରି ଦେଇଛନ୍ତି । ସୂଚନାଥାଉକି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ତାଙ୍କ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିର‌୍ୟଦଶିୟନୀଙ୍କୁ ଛାଡପତ୍ର ଦେବାକୁ ଦିଲ୍ଲୀର ପଟିଆଲା କୋର୍ଟରେ ଏକ ମାମଲା ରୁଜୁ କରିଥିଲେ । ଶ୍ରୀ ମହାନ୍ତି ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ, ଉଭୟ ଗତ ୨୦୧୪ ଫେବ୍ରୁଆରୀ ୮ ତାରିଖରେ ହିନ୍ଦୁ ରିତୀ ନିତୀ ଅନୁସାରେ ଉଭୟ ପରିବାରର ସହମତିକ୍ରମେ ଏହି ବିବାହ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ବିବାଦରୁ ଗତ ୨୦୧୯ ମଇ ୧ ତାରିଖଠାରୁ ଉଭୟ ଅଲଗା ରହୁଥିଲେ । ବର୍ଷାଙ୍କ ଆବେଦନ ଆଧାରରେ ପରବର୍ତ୍ତୀ ସମୟରେ ପଟିଆଲା କୋର୍ଟରୁ ଏହି ମାମଲା କଟକର ପାରିବାରିକ ଅଦାଲତକୁ ସ୍ଥାନାନ୍ତର ହୋଇଥିଲା । ସୁପ୍ରିମ୍‌କୋର୍ଟଙ୍କ ଏହି ମାମଲାରେ ୬ମାସ ମଧ୍ୟରେ ଏହାର ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କଟକର ପାରିବାରିକ ଅଦାଲତରେ ଏହି ମାମଲାରେ ଅନୁଭବଙ୍କୁ ଜେରା ଶେଷ ହୋଇଥିବାବେଳେ ବର୍ଷାଙ୍କୁ ଜେରା ଚାଲିଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ