ଅଣାୟତ ହେଉଛି କରୋନା: ଅସ୍ଥାୟୀ ହସପିଟାଲ ଖୋଲିବାକୁ କେନ୍ଦ୍ରର ପରାମର୍ଶ

ଅଣାୟତ ହେଉଛି କରୋନା: ଅସ୍ଥାୟୀ ହସପିଟାଲ ଖୋଲିବାକୁ କେନ୍ଦ୍ରର ପରାମର୍ଶ

ଅଣାୟତ ହେଉଛି କରୋନା: ଅସ୍ଥାୟୀ ହସପିଟାଲ ଖୋଲିବାକୁ କେନ୍ଦ୍ରର ପରାମର୍ଶ


ନୂଆଦିଲ୍ଲୀ (ଏଜେନ୍ସି): ସମ୍ପ୍ରତି ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଦ୍ରୁତ ଗତିରେ ସଂକ୍ରମଣ ବଢ଼ିବା ସହ ଅଣାୟତ ହେବାରେ ଲାଗିଛି । ଗତ ୭୦ ଦିନ ଭିତରେ ଦେଶରେ ଉଦବେଗଜନକ ଭାବେ ବଢ଼ିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ତେଣୁ ପରିସ୍ଥିତିକୁ ଦେଖି କେନ୍ଦ୍ର ଚିନ୍ତାପ୍ରକଟ କରିଛି । ଏଥିପାଇଁ କେନ୍ଦ୍ର ପକ୍ଷରୁ ରାଜ୍ୟମାନଙ୍କୁ ଆଡଭାଇଜରି ଜାରି କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମସ୍ତ ରାଜ୍ୟର ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ମୁଖ୍ୟଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି । କରୋନା ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି । ଉକ୍ତ ଚିଠିରେ ଅସ୍ଥାୟୀ ଡାକ୍ତରଖାନା ଖୋଲିବା ପ୍ରକ୍ରିୟା ଆରମ୍ଭ କାରିବାକୁ କୁହାଇଛି । ଏଥିସହ କୋଭିଡ୍ ମାମଲାକୁ ପରିଚାଳନା ପାଇଁ କୋଭିଡ୍ କଣ୍ଟ୍ରୋଲ ରୁମ୍ ଖୋଲିବାକୁ କୁହାଯାଇଛି । ସେହିପରି ଜିଲ୍ଲା ଏବଂ ଉପ ଜିଲ୍ଲାସ୍ତରରେ କୋଭିଡ୍ କଣ୍ଟୋଲ ରୁମକୁ ଖୋଲିବା ପରାମର୍ଶ ଦିଆଯାଇଛି । ସେହିପରି କୋଭିଡ୍ ପାଇଁ ଉର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟ ଭିତ୍ତିଭୂକୁ ଗୁଡ଼ିକର ତଦାରଖ ପାଇଁ ପରାମର୍ଶ ଦିଆଯାଇଛି । ହଠାତ୍ କୋଭିଡ୍ ମାମଲା ବଢ଼ିଥିବାରୁ ଏହା ସ୍ୱାସ୍ଥ୍ୟଭିତ୍ତିଭୂମି ଉପରେ ଚାପ ପକାଇପାରେ । ତେଣୁ ଏହାର ମୁକାବିଲା ପାଇଁ ଗ୍ରାମାଞ୍ଚଳରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଏଥିସହ ଏହି ହସପିଟାଲ ଗୁଡ଼ିକୁ ବେକକୁ ବେଳ ଯାଞ୍ଚ କରାଯିବା ଉଚିତ୍ ବୋଲି ସେ କହିଛନ୍ତି । ଡିସେମ୍ବର ୩୧ରେ ଦେଶରେ ୧୬,୭୬୪ଟି କୋଭିଡ୍ ମାମଲା ରେକର୍ଡ଼ କରାଯାଇଛି । ଏହି ସଂଖ୍ୟା ଗତ ୭୦ଦିନରେ ସର୍ବାଧିକ ବୋଲି କୁହାଯାଉଛି । ରାଜେଶ ଭୂଷଣ ଏବଂ ଆଇସିଏମଆର ମୁଖ୍ୟ ବଳରାମ ଭାର୍ଗଭ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳକୁ ବିଭିନ୍ନ ସ୍ଥାନରେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ବୁଥ୍ ଖୋଲିବାକୁ କହିଛନ୍ତି । ଏଥିରେ ମେଡିକାଲ୍ ଏବଂ ପାରାମେଡିକାଲ୍ କର୍ମଚାରୀଙ୍କୁ ନିୟୋଜିତ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ