ସ୍ୱତନ୍ତ୍ର ସଘନ ସଂଶୋଧନ –୨୦୨୬ର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ

ସ୍ୱତନ୍ତ୍ର ସଘନ ସଂଶୋଧନ –୨୦୨୬ର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ

ସ୍ୱତନ୍ତ୍ର ସଘନ ସଂଶୋଧନ –୨୦୨୬ର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ


#କଟକ(ଏନ୍‌.ଏମ୍‌.): ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର)– ୨୦୨୬ର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟଳୟସ୍ଥିତ ସମ୍ମିଳନୀ କକ୍ଷଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ସୂଚନା ଦେଇଛନ୍ତି ଯେ, ଚୂଡ଼ାନ୍ତ ଭୋଟର ତାଲିକାରେ କଟକ ଜିଲ୍ଲାର ମୋଟ ୧୯, ୫୨, ୬୩୦ ଜଣ ଭୋଟରଙ୍କ ନାମ ସ୍ଥାନ ପାଇଛି। ଏଥିରେ ପୁରୁଷ, ମହିଳା ଓ ତୃତୀୟ ଲିଙ୍ଗର ଭୋଟରମାନେ ଅନ୍ତର୍ଭୁକ୍ତ ଅଛନ୍ତି। ପୁରୁଷ ଭୋଟର ୧୦,୧୧,୮୧୪ ଜଣ ,ମହିଳା ଭୋଟର ୯,୪୦,୬୫୬ଜଣ ଓ ତୃତୀୟ ଲିଙ୍ଗ ୧୮୦ ଜଣ ଭୋଟର ରହିଛନ୍ତି। ଜିଲ୍ଲାରେ ଲିଙ୍ଗ ଅନୁପାତ ୯୩୦ ରହିଛି। ଚିଠା ଭୋଟର ତାଲିକାରେ ମୋଟ ୧୯,୩୦,୬୧୫ ଜଣ ଭୋଟର ଥିଲେ। ଦାବି ଓ ଆପତ୍ତି ଅବଧିରେ ୨୫, ୦୨୦ ଜଣ ଭୋଟରଙ୍କୁ ନୂତନ ଭାବେ ତାଲିକାରେ ସାମିଲ କରାଯାଇଥିବାବେଳେ ୩,୦୦୫ ଜଣଙ୍କ ନାମ ବାଦ ଦିଆଯାଇଛି। ବାଦ ଦିଆଯାଇଥିବା ନାମଗୁଡ଼ିକ ମଧ୍ୟରେ ମୃତ, ସ୍ଥାନାନ୍ତରିତ ଓ ଡୁପ୍ଲିକେଟ ଭୋଟରଙ୍କ ନାମ ରହିଛି। ଦାବି ଓ ଆପତ୍ତି ଅବଧିରେ ଫର୍ମ-୬, ଫର୍ମ–୭ ଓ ଫର୍ମ-୮ ମାଧ୍ୟମରେ ଯଥାକ୍ରମେ ୨୨,୩୭୨ଟି , ୫,୯୮୯ଟି , ଓ ୧୦,୫୬୪ଟି ଆବେଦନ ଗ୍ରହଣ କରାଯାଇଥିଲା। ପ୍ରାପ୍ତ ଆବେଦନଗୁଡ଼ିକର ନିୟମାନୁସାରେ ଯାଞ୍ଚ କରାଯାଇ ଯଥାକ୍ରମେ ୧୬୪୦,୨୮୩୮ ଓ ୧୪୩୪ଟି ଭୋଟରଙ୍କ ନାମ ବାଦ ଦିଆଯାଇଛି। ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଇଆରଓ)ଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ସଂକ୍ରାନ୍ତରେ କୌଣସି ଅଭିଯୋଗ ଥିଲେ ଜିଲ୍ଲାପାଳଙ୍କ ନିକଟରେ ଅପିଲ୍ କରିବାର ବ୍ୟବସ୍ଥା ରହିଛି। ଏହା ରିପ୍ରେଜେଣ୍ଟେସନ ଅଫ ଦ ପିପୁଲ ଆକ୍ଟ,୧୯୫୦ର ଧାରା ୨୪(କ) ଅନୁଯାୟୀ ହୋଇଥାଏ। ସେହିପରି, ଧାରା ୨୪(ଖ) ଅନୁଯାୟୀ ଜିଲ୍ଲାପାଳଙ୍କ ନିଷ୍ପତ୍ତି ସଂକ୍ରାନ୍ତରେ କୌଣସି ଅଭିଯୋଗ ଥିଲେ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ), ଓଡ଼ିଶାଙ୍କ ନିକଟରେ ଦ୍ୱିତୀୟ ଅପିଲ୍ କରିବାର ବ୍ୟବସ୍ଥା ରହିଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପ୍ରକାଶ ପାଇଥିବା ଚୂଡ଼ାନ୍ତ ଭୋଟର ତାଲିକା ନେଇ କୌଣସି ଅଭିଯୋଗ ଥିଲେ ଜିଲ୍ଲାପାଳଙ୍କ ନିକଟରେ ଅପିଲ କରିପାରିବେ। ଏହି ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ରାଜନୈତିକ ଦଳଗୁଡିକର ପ୍ରତିନିଧିଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ତଥା ସାଲେପୁର ନିର୍ବାଚନ ପଞ୍ଜିକରଣ ଅଧିକାରୀ ଡ. ଦିବ୍ୟଲୋଚନ ମହାନ୍ତ, ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ କଟକ ସଦର ନିର୍ବାଚନ ପଞ୍ଜିକରଣ ଅଧିକାରୀ କମଲଜିତ୍ ଦାସ, ଉପଜିଲ୍ଲାପାଳ କଟକ ସଦର ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ବାଙ୍କୀ ଉପଜିଲ୍ଲାପାଳ ମନସ୍ୱିନୀ ଦାସ, ଅତିରିକ୍ତ ଉପଜିଲ୍ଲାପାଳ ଦେବାଶିଷ ମହାପାତ୍ର, କଟକ ମହାନଗର ନିଗମ ଅତିରିକ୍ତ ଆୟୁକ୍ତ ସୋନା ଟୁଡୁ ଏବଂ, ଡେପୁଟୀ କଲେକ୍ଟର, ନିର୍ବାଚନ ଅମ୍ଳାନ ଅପରାଜିତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Slider ପପୁଲାର ନିଓଜ ରାଜ୍ୟ