କୋଣାର୍କ ହାଇସ୍କୁଲ ୧୯୮୮ ମାଟ୍ରିକ୍ ବ୍ୟାଚର ବନ୍ଧୁ ମିଳନ ଉତ୍ସବ: ‘ଫେରିଆସନ୍ତାକି ସେ ଛାତ୍ରଜୀବନ’

କୋଣାର୍କ ହାଇସ୍କୁଲ ୧୯୮୮ ମାଟ୍ରିକ୍ ବ୍ୟାଚର ବନ୍ଧୁ ମିଳନ ଉତ୍ସବ: ‘ଫେରିଆସନ୍ତାକି ସେ ଛାତ୍ରଜୀବନ’

କୋଣାର୍କ ହାଇସ୍କୁଲ ୧୯୮୮ ମାଟ୍ରିକ୍ ବ୍ୟାଚର ବନ୍ଧୁ ମିଳନ ଉତ୍ସବ: ‘ଫେରିଆସନ୍ତାକି ସେ ଛାତ୍ରଜୀବନ’

News by Ajit Kumar Mallick (Konark)

#କୋଣାର୍କ(ଏନ୍‌.ଏମ୍‌.): ସ୍ଥାନୀୟ ଯାତ୍ରୀନିବାସ ଠାରେ କୋଣାର୍କ ହାଇସ୍କୁଲର ୧୯୮୮ ମସିହା ମାଟ୍ରିକ୍ ବ୍ୟାଚ ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁ ମିଳନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୩୫ବର୍ଷ ପରେ ପ୍ରଥମ ଥର ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୦୦ରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ସପରିବାର ଯୋଗଦେଇ ଛାତ୍ର ଜୀବନର ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଆୟୋଜିତ ଗୁରୁପୂଜନ କାର୍ଯ୍ୟକ୍ରମରେ କୋଣାର୍କ ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବଂଶୀଧର ସେଠ, ଅବସରପ୍ରାପ୍ତ ଶିକ୍ଷକ ଶେଖ ଅମାନୁଲା, ନରେନ୍ଦ୍ର କୁମାର ପାତ୍ର, ଉପେନ୍ଦ୍ର ଭୋଳ, ବିଦ୍ୟାଧର ଜେନା, ସନାତନ ବିଶ୍ୱାଳ, ପ୍ରବୋଧ କୁମାର ସାମନ୍ତରାୟ ଏବଂ ବରିଷ୍ଠ ଶିକ୍ଷା୍ୱିତ କୁଳମଣି ମହାନ୍ତି ଓ କୋଣାର୍କ ସାହିତ୍ୟ ସଂସଦ ସମ୍ପାଦକ ରବୀନ୍ଦ୍ରନାଥ ବାହିନୀପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମାଜର ବିବିଧ କ୍ଷେତ୍ରରେ ପ୍ରତିଷ୍ଠିତ ପୁରାତନ ଛାତ୍ରଛାତ୍ରୀମାନେ ନିଜ ନିଜର ଜୀବନାନୁଭୂତିକୁ ଏକ ସୁସଜ୍ଜିତ ମଞ୍ଚରେ ସପରିବାର ଉପସ୍ଥିତ ରହି ପରିପ୍ରକାଶ କରିଥିବାବେଳେ ଫେରି ଆସନ୍ତାକି ସେ ଛାତ୍ର ଜୀବନକୁ ମନେ ପକାଇ ଭାବ ବିହ୍ୱଳ ହୋଇଥିଲେ । ପୁରାତନ ଛାତ୍ର ପଣ୍ଡିତ ଅମରେଶ୍ୱର ପାଢ଼ୀଙ୍କ ପୌରୋହିତ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାକୁ ପୁରାତନ ଛାତ୍ର ପୂର୍ଣ୍ଣଚନ୍ଦ୍ର ମୁଦୁଲି ସଂଯୋଜନା କରିଥିଲେ । ପୁରାତନ ଛାତ୍ର ଅବନୀ ଭୂଷଣ ବାରିକଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଆଇନଜୀବୀ ବିଜୟ କୁମାର ମହାନ୍ତି, ମିଟୁ ପ୍ରଧାନ, ନିଗମାନନ୍ଦ ପରିଡ଼ା, ସୁଷମା ପୃଷ୍ଟି, ପୀତବାସ ବେଉରା, ରମେଶ ଚନ୍ଦ୍ର ବେହେରା ଓ ସୁଶାନ୍ତ କୁମାର ବେଉରା, ଦିଲ୍ଲୀପ କୁମାର ଜେନା, ଶରତ ସାହୁ, ମାନସ ପଣ୍ଡିଆ, ମନୋଜ ନାୟକ, ନଟବର ନାୟକ, ଝରଣା ରାଉତରାୟ ପ୍ରମୁଖ ପରିଚାଳନା କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି