ନୂଆଦିଲ୍ଲୀ: ଏପ୍ରିଲ୍ ମାସ ପରେ ଏବେ JEE Mainର ମେ ମାସର ପରୀକ୍ଷାକୁ ମଧ୍ୟ ସ୍ଥଗିତ କରିଦିଆଯାଇଛି । ନ୍ୟାଶନାଲ୍ ଟେଷ୍ଟିଂ ସେଣ୍ଟର (ଏନଟିଏ) ଏ ନେଇ ନୋଟିସ୍ ଜାରି କରିଛି । ନୋଟିସ୍ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡା. ରମେଶ ପୋଖରୀୟାଲ୍ ନିଶଙ୍କ ଟ୍ୱିଟ୍ କରି ଏହାର ସୂଚନା ଦେଇଛି ।
ଶିକ୍ଷା ମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତ, କୋଭିଡ୍-୧୯ର ବର୍ତ୍ତମାନ ସ୍ଥିତି ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜେଇଇ (ମେନ୍) ମେ’ ୨୦୨୧ ସେସନକୁ ସ୍ଥଗିତ କରାଯାଉଛି । ଛାତ୍ରଛାତ୍ରୀମାନେ ଏନଟିଏର ଅଫିସିଆଲ୍ ୱେସାଇଟକୁ ଯାଇ ଅନ୍ୟାନ୍ୟ ସୂଚନା ପାଇପାରିବେ ।