ସଂଗ୍ରାମ କେଶରୀ ସାମନ୍ତରାୟ ପାଇଲେ ଉତ୍କଳ ବାଗ୍ମୀ ଭୂଷଣ ସମ୍ମାନ

ସଂଗ୍ରାମ କେଶରୀ ସାମନ୍ତରାୟ ପାଇଲେ ଉତ୍କଳ ବାଗ୍ମୀ ଭୂଷଣ ସମ୍ମାନ ବାଲେଶ୍ୱର (ଏନ୍‌.ଏମ୍‌.): ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳନ ଅବସରରେ ରାଜ୍ୟସ୍ତରୀୟ ସମର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ସଂଗ୍ରାମ କେଶରୀ ସାମନ୍ତରାୟଙ୍କୁ ଉତ୍କଳ ବାଗ୍ମୀ ଭୂଷଣ ସମ୍ମାନ-୨୦୨୧ ପ୍ରଦାନ କରାଯାଇଛି । ସେ ଜୟଗୁର କଲୋନୀ ବିଡାନାସୀ ନିବାସୀ । ସମ୍ପ୍ରତି ସେ ଓଡ଼ିଶା ଅର୍ଥ ସେବା ଅଧିକାରୀ ରୂପେ କାର୍ଯ୍ୟରତ । ସେ ତାଙ୍କର…

Read More

ଗଣଶିକ୍ଷା ବିଭାଗର ଘୋଷଣା: ଜାନୁଆରୀ ୩ରୁ ଖୋଲିବ ପ୍ରାଥମିକ ସ୍କୁଲ

ଗଣଶିକ୍ଷା ବିଭାଗର ଘୋଷଣା: ଜାନୁଆରୀ ୩ରୁ ଖୋଲିବ ପ୍ରାଥମିକ ସ୍କୁଲ ଭୁବନେଶ୍ୱର (ଏନ୍‌.ଏମ୍‌.): କରେନା ଯୋଗୁଁ ଦୀର୍ଘ ଦିନ ପରେ ଆସନ୍ତା ନୂଆବର୍ଷରୁ ପ୍ରାଥମିକ ସ୍କୁଲ ଖୋଲିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ଜାନୁଆରୀ ୩ ତାରିଖରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବ । ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟାରୁ ପର୍ଯ୍ୟନ୍ତ ସ୍କୁଲ ଚାଲିବ । ପୂର୍ବ ଗାଇଡଲାଇନ୍ ଅନୁସାରେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯିବ ।…

Read More

କଳିଙ୍ଗ ବିଦ୍ୟାପୀଠର ୧୯୯୧ ବ୍ୟାଚ୍‌ର ବନ୍ଧୁମିଳନ ଉତ୍ସବ

କଳିଙ୍ଗ ବିଦ୍ୟାପୀଠର ୧୯୯୧ ବ୍ୟାଚ୍‌ର ବନ୍ଧୁମିଳନ ଉତ୍ସବ ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.) : ଚୌଦ୍ୱାରର ବହୁପୁରାତନ କଳିଙ୍ଗ ବିଦ୍ୟାପୀଠର ୧୯୯୧ ବ୍ୟାଚ୍‌ର ବନ୍ଧୁମିଳନ ଉତ୍ସବ ଟାଙ୍ଗୀ ସ୍ଥିତ ନିଉଗୋଆ ରିସୋର୍ଟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବ୍ୟାଚ୍‌ର ଛାତ୍ର ସୁଧାଂଶୁ ରଂଜନ ପରିଜାଙ୍କ ସହଯୋଗରେ ବହୁ ପୁରାତନ ଛାତ୍ର ଓ ଛାତ୍ରୀ ଏକତ୍ରୀତ ହୋଇ ପୁରୁଣା ଦିନର ସ୍ମୃତିକୁ ମନେ ପକାଇବା ସହ ସ୍କୁଲର ବିତିଥିବା ଛାତ୍ରଜୀବନ ସଂପର୍କରେ ଆଲୋଚନା କରିଥିଲେ । ମହାମାରୀ କରୋନାର ଭୟାବହତା ଥିବାରୁ ୧୯୯୧…

Read More

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବାଦାମବାଡି ଖବରକାଗଜ ବିତରକ ସଂଘ

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବାଦାମବାଡି ଖବରକାଗଜ ବିତରକ ସଂଘ କଟକ(ଏନ୍‌.ଏମ୍‌.): ଖବରକାଗଜ ହକର ମାନଙ୍କ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ସହାୟତା ବ୍ୟବସ୍ଥା କରିବା ପରିପ୍ରେକ୍ଷୀରେ ଆଜି କଟକ ବାଦାମବାଡ଼ି ଖବରକାଗଜ ବିତରକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟଙ୍କ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ବାଦାମବାଡ଼ି ପୁରୁଣା ଏଲଆଇସି କଲୋନୀ କମ୍ୟୁନିଟ ହଲରେ ଆୟୋଜିତ ସାଧାରଣ ସଭାରେ ସମସ୍ତ ହକରମାନେ ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଥିଲେ । ଦୀର୍ଘଦିନର…

Read More

କଟକରେ ଅଖିଳ ଭାରତୀୟ କନ୍‌ଷ୍ଟ୍ରକ୍‌ସନ୍ ମଜଦୁର ମହାସଂଘର ସର୍ବଭାରତୀୟ ସମ୍ମିଳନୀ ମାର୍ଚ୍ଚ ୫ରୁ

କଟକରେ ଅଖିଳ ଭାରତୀୟ କନ୍‌ଷ୍ଟ୍ରକ୍‌ସନ୍ ମଜଦୁର ମହାସଂଘର ସର୍ବଭାରତୀୟ ସମ୍ମିଳନୀ ମାର୍ଚ୍ଚ ୫ରୁ #କଟକ(ଏନ୍‌.ଏମ୍‌.): ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଖିଳ ଭାରତୀୟ କନ୍‌ଷ୍ଟ୍ରକ୍‌ସନ୍ ମଜଦୁର ମହାସଂଘ, ଓଡ଼ିଶା ଶାଖା ପକ୍ଷରୁ ଆସନ୍ତା ୨୦୨୨ ମାର୍ଚ୍ଚ ୫ ଓ ୬ ଦୁଇଦିନ ବ୍ୟାପୀ ନିର୍ମାଣ ଶ୍ରମିକମାନଙ୍କର ସର୍ବଭାରତୀୟ ସମ୍ମିଳନୀ କଟକ ବାରବାଟୀ ଷ୍ଟାଡ଼ିୟମ ଠାରେ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି । ଏହି ସର୍ବଭାରତୀୟ ସମ୍ମିଳନୀରେ ଭାରତର ବିଭିନ୍ନ ରାଜ୍ୟରୁ…

Read More

କଟକରେ ଖବରକାଗଜ ହକରମାନଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ ସହାୟତାର ଶୁଭାରମ୍ଭ

କଟକରେ ଖବରକାଗଜ ହକରମାନଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ ସହାୟତାର ଶୁଭାରମ୍ଭ କଟକ(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଖବରକାଗଜ ହକରମାନଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ ସହାୟତାର ଶୁଭାରମ୍ଭ ଭିଡ଼ିଓ କନ୍‌ଫରେନସିଙ୍ଗ ଜରିଆରେ କରିଛନ୍ତି । ଏହି ଅବସରରେ ପ୍ରତ୍ୟେକ ହକରମାନଙ୍କୁ ୬୦୦୦ଟଙ୍କା ସହାୟତା ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ଜରିଆରେ ପ୍ରଦାନ କରାଯାଇଛି । ଆଜି ଏହି ପରିପ୍ରେକ୍ଷୀରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ସହିଦ ଭବନ ପ୍ରେକ୍ଷାଳୟ ଠାରେ କଟକ ଜିଲ୍ଲାର…

Read More

ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ କର୍ମଶାଳା: ଗବେଷକମାନଙ୍କ ପାଇଁ ଅଧିକ ସୁଯୋଗର ସଂଯୋଗୀକରଣ

ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ କର୍ମଶାଳା: ଗବେଷକମାନଙ୍କ ପାଇଁ ଅଧିକ ସୁଯୋଗର ସଂଯୋଗୀକରଣ ଭୁବନେଶ୍ୱର(ଏନ୍‌.ଏମ୍‌.): ବିଜ୍ଞାନ ଓ କାରିଗରୀ ବିଭାଗ ତଥା କିଟ୍ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଭାରତୀୟ ବିଜ୍ଞାନ, କାରିଗରୀ ତଥା ଯାନ୍ତ୍ରିକ ସୁବିଧା ମ୍ୟାପିଂ (ଆଇଷ୍ଟେମ୍‌) ପୋର୍ଟାଲର ସଂଯୋଗୀକରଣ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ସଂଯୋଗୀକରଣ ଫଳରେ ରାଜ୍ୟର ବିଜ୍ଞାନୀ ତଥା ଗବେଷକମାନେ ରାଜ୍ୟ ଏବଂ ରାଜ୍ୟ ବାହାରେ ବିଭିନ୍ନ ବୈଜ୍ଞାନିକ ପ୍ରତିଷ୍ଠାନ ତଥା ଗବେଷଣା ସଂସ୍ଥାନଗୁଡ଼ିକରେ କାର୍ଯ୍ୟକାରୀ…

Read More

ନିର୍‍ତାର ମାମଲା: ଡେପୁଟେସନ ଅବଧି ସରିଲା ପରେ ଡାକ୍ତର ଏସ୍‍.ପି. ଦାସଙ୍କର ନିର୍ଦ୍ଦେଶକ ରହିବା ଅଧିକାର ନାହିଁ- ହାଇକୋର୍ଟ

ନିର୍‍ତାର ମାମଲା: ଡେପୁଟେସନ ଅବଧି ସରିଲା ପରେ ଡାକ୍ତର ଏସ୍‍.ପି. ଦାସଙ୍କର ନିର୍ଦ୍ଦେଶକ ରହିବା ଅଧିକାର ନାହିଁ- ହାଇକୋର୍ଟ କଟକ(ଏନ୍‌.ଏମ୍‌.): ପାଞ୍ଚବର୍ଷ ଡେପୁଟେସନ ଅବଧି ପୂରିଯିବା ପରେ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ରାଷ୍ଟ୍ରୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥାନ (ନିର୍‍ତାର)ର ନିର୍ଦ୍ଦେଶକ ପଦରେ ରହିବାର ଅଧିକାର ଡାକ୍ତର ଶକ୍ତି ପ୍ରସାଦ ଦାସଙ୍କର ନାହିଁ ବୋଲି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଏସ୍‍. ମୁରଲୀଧର ଓ ବିଚାରପତି ଏ. କେ. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ…

Read More

ରେଭେନ୍ସାର ଜମିକୁ ହସ୍ତାନ୍ତର ପ୍ରତିବାଦରେ ଛାତ୍ର ସଂସଦର ପୂର୍ବତନ ନେତାମାନଙ୍କର ମିଳିତ ବିବୃତି

ରେଭେନ୍ସାର ଜମିକୁ ହସ୍ତାନ୍ତର ପ୍ରତିବାଦରେ ଛାତ୍ର ସଂସଦର ପୂର୍ବତନ ନେତାମାନଙ୍କର ମିଳିତ ବିବୃତି କଟକ (ଏନ୍‌.ଏମ୍‌.): କେବଳ ଦେଶ ନୁହେଁ ସମଗ୍ର ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ଐତିହାସିକ ରେଭେନ୍ସା ବିଶ୍ୱବିଦ୍ୟାଳୟର ୪ଏକର ଜମିକୁ ପରିବା ହାଟ କରିବାର ଘୁଣ୍ୟ ଚକ୍ରାନ୍ତକୁ ରେଭେନ୍ସାର ଛାତ୍ରସଂସଦର ପୂର୍ବତନ ନିର୍ବାଚିତ ପ୍ରତିନିଧିମାନେ ଘୋର ବିରୋଧ କରିଛନ୍ତି । ରେଭେନ୍ସାର ପୂର୍ବତନ ସଭାପତି ଗଣେଶ ତ୍ରିପାଠୀ, ଶିବାଶିଷ ପ୍ରହରାଜ, ନସିମ ସରକାର, ପୂର୍ବତନ ସାଧାରଣ ସମ୍ପାଦକ ପାଭେଲ ପ୍ରିୟଦର୍ଶନ, ଦିଲ୍ଲିପ…

Read More

କବି ସଚ୍ଚି ରାଉତରାୟ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମ

କବି ସଚ୍ଚି ରାଉତରାୟ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମ କଟକ(ଏନ୍‌.ଏମ୍‌.): ସ୍ଥାନୀୟ ବିଜୁପଟ୍ଟନାୟକ ଛକସ୍ଥିତ ସାରସ୍ୱତ ପୀଠ ସାରଳା ଭବନଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସାରଳା ସାହିତ୍ୟ ସଂସଦର ମିଳିତ ସହଯୋଗରେ କବି ସଚ୍ଚି ରାଉତରାୟ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ଓଡ଼ିଶା ହାଇକୋର୍ଟର ପୂର୍ବତନ ନ୍ୟାୟାଧୀଶ ତଥା ବିଶିଷ୍ଟ କବି ଜଷ୍ଟିସ ଅରୁଣ କୁମାର ପରିଚ୍ଛା ଆନୁଷ୍ଠାନିକ ଭାବେ ଉଦଘାଟନ…

Read More

ବରିଷ୍ଠ ପୁଲିସ ଅଧିକାରୀଙ୍କ ସମ୍ମିଳନୀର ଦ୍ୱିତୀୟ ଦିବସ

ବରିଷ୍ଠ ପୁଲିସ ଅଧିକାରୀଙ୍କ ସମ୍ମିଳନୀର ଦ୍ୱିତୀୟ ଦିବସ ଓଡ଼ିଶା ପୁଲିସ୍‌କୁ ଅଧିକ କ୍ରିୟାଶୀଳ ଓ ରୁଦ୍ଧିମନ୍ତ କରାଯିବ କଟକ(ଏନ୍‌.ଏମ୍‌.): ରାଜ୍ୟ ପୁଲିସ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ୬୩ତମ ବରିଷ୍ଠ ପୁଲିସ ଅଧିକାରୀଙ୍କ ବାର୍ଷିକ ସମ୍ମିଳନୀର ଦ୍ୱିତୀୟ ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥବରେ ଡିଜିପି ଅଭୟଙ୍କ ସମେତ ବହୁ ବରିଷ୍ଠ ପୋଲିସ୍ ଅଧିକାରୀ ଉପସ୍ଥିତରହି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଓଡ଼ିଶା ପୁଲିସ୍ ବିଭାଗକୁ କିଭଳି ଅଧିକ କ୍ରିୟାଶୀଳ ଓ ରୁଦ୍ଧିମନ୍ତ କରାଯିବ ସେ…

Read More

ନ୍ୟୁ ଷ୍ଟିୱାର୍ଟ ସ୍କୁଲରେ ବଡ଼ଦିନ କ୍ୟାରେଲ ପାଳିତ

ନ୍ୟୁ ଷ୍ଟିୱାର୍ଟ ସ୍କୁଲରେ ବଡ଼ଦିନ କ୍ୟାରେଲ ପାଳିତ କଟକ(ଏନ୍‌.ଏମ୍‌.): ସ୍ଥାନୀୟ ମିଶନରୋଡ ସ୍ଥିତ ନ୍ୟୁ ଷ୍ଟିୱାର୍ଟ ସ୍କୁଲରେ ବଡ଼ଦିନ କ୍ୟାରେଲ ପାଳିତ ହୋଇଯାଇଛି । ସ୍କୁଲ ଅଧ୍ୟକ୍ଷା ଏମ. ତୃପ୍ତିରାଣୀଙ୍କ ପୌରହିତ୍ୟରେ ବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭର୍ଚ୍ଚୁଆଲ ମୋଡ଼ରେ ଆୟୋଜିତ କାର୍ଯ୍ୟକ୍ରମରେ ରେଭରେଣ୍ଟ ପରିତୋଷ ରାଉତ ପ୍ରାରମ୍ଭିକ ପ୍ରାର୍ଥନା କରିଥିଲେ । ରେଭରେଣ୍ଟ ସୌରଭ ସମ୍ପଦ ନାଗ ବଡ଼ଦିନର ଶୁଭବାର୍ତ୍ତା ପ୍ରଦାନ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ଏମ.ତୃପ୍ତିରାଣୀ ଛାତ୍ରଛାତ୍ରୀମାନଙ୍କୁ ବଡ଼ଦିନ…

Read More