ଶିକ୍ଷକଙ୍କ ମାଡ଼ରେ ଲହୁଲୁହାଣ ସ୍କୁଲ ଛାତ୍ର ଡାକ୍ତରଖାନାରେ ଭର୍ତ୍ତି
ଶିକ୍ଷକଙ୍କ ମାଡ଼ରେ ଲହୁଲୁହାଣ ସ୍କୁଲ ଛାତ୍ର ଡାକ୍ତରଖାନାରେ ଭର୍ତ୍ତି #ପାଟଣାଗଡ଼(ଏନ୍.ଏମ୍.): ସରକାର ସର୍ବଶିକ୍ଷା ଅଭିଯାନ ଜରିଆରେ ସଭିଏଁ ପଢ଼ନ୍ତୁ ସଭିଏଁ ବଢ଼ନ୍ତୁ ବ୍ୟବସ୍ଥା ଲାଗୁ କରିଛନ୍ତି । ଏପରିକି ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ବହି ଆଦି ପାଠ୍ୟୋପକରଣ, ପୋଷାକ ପରିଚ୍ଛଦ ଯୋଗାଇ ଦିଆଯାଉଛି । ସେହିଭଳି ପ୍ରତ୍ୟେକ ସ୍କୁଲ ଦଣ୍ଡ ମୁକ୍ତ ଅଞ୍ଚଳ ଘୋଷଣା କରାଯାଇଛି; ଯେଉଁଠି ଶିକ୍ଷକ ଶିକ୍ଷୟିତ୍ରୀମାନେ ନାଚ, ଗୀତ ଗପ ଆଦି ଜରିଆରେ ଶିକ୍ଷାଦାନ କରିପାରିବେ…
