ଯୌତୁକ ଲାଗି ସଇତାନ ପାଲଟିଗଲା ସ୍ୱାମୀ : ୨ ଲକ୍ଷ ଟଙ୍କା ନଆଣିବାରୁ ସ୍ତ୍ରୀକୁ ଗୋଡାଇ ଗୋଡାଇ ହାଣିଲା

ଯୌତୁକ ଲାଗି ସଇତାନ ପାଲଟିଗଲା ସ୍ୱାମୀ ୨ ଲକ୍ଷ ଟଙ୍କା ନଆଣିବାରୁ ସ୍ତ୍ରୀକୁ ଗୋଡାଇ ଗୋଡାଇ ହାଣିଲା କଟକ (ଏନ୍‌.ଏମ୍‌.): ଯୌତୁକ ପାଇଁ ସ୍ୱାମୀ ପାଲଟିଗଲା ସଇତାନ । ବାପଘରୁ ୨ଲକ୍ଷ ଟଙ୍କା ନଆଣିବାରୁ ସ୍ତ୍ରୀଙ୍କୁ ଫିଲ୍ମ ଷ୍ଟାଇଲରେ ଗୋଡାଇ ଗୋଡ଼ାଇ ହାଣିଲା ସ୍ୱାମୀ । ଏଭଳି ଘଟଣା ଦେଖିବାକୁ ମିଳିଛି ସ୍ଥାନୀୟ ଲାଲବାଗ ଥାନା ଅଞ୍ଚଳରେ । ତନ୍ତିସାହିର ୱାଇ. ଜଗନ୍ନାଥ ନିକଟ ସ୍ଥାନୀୟ କାଜିବଜାରର ୱାଇ.ସିରିଶା(୨୮)ଙ୍କୁ ପ୍ରେମ ବିବାହ କରିଥିଲେ । ବିବାହକୁ ପ୍ରାୟ…

Read More

ପୁରୀ ବ୍ୟତୀତ ଅନ୍ୟ ଅଞ୍ଚଳରେ ହେବନି ରଥଯାତ୍ରା: ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ

ପୁରୀ ବ୍ୟତୀତ ଅନ୍ୟ ଅଞ୍ଚଳରେ ହେବନି ରଥଯାତ୍ରା: ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ କଟକ(ଏନ୍‌.ଏମ୍‌.): ଶ୍ରୀକ୍ଷେତ୍ର ପୁରୀ ବ୍ୟତୀତ ଅନ୍ୟ ଅଞ୍ଚଳରେ ରଥଯାତ୍ରା ପାଇଁ ଆବେଦନ ପ୍ରସଙ୍ଗ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଦେଇଛନ୍ତି । ଏ ସମ୍ପର୍କୀତ ସରକାରୀ ନିର୍ଦ୍ଦେଶନାମାରେ ହସ୍ତକ୍ଷେପ ପାଇଁ ହାଇକୋର୍ଟ ମନାକଲେ । ରାଜ୍ୟର କେନ୍ଦ୍ରାପଡ଼ା ଓ ଭଟଲୀରେ ରଥଯାତ୍ରା ପାଇଁ ୫ଟି ମାମଲା ହୋଇଥିଲା । କେନ୍ଦ୍ରାପଡ଼ା ପାଇଁ ୪ଟି ଓ ଭଟଲୀ ପାଇଁ ଗୋଟିଏ ମାମଲା ହୋଇଥିଲା…

Read More

ନକଲି ଔଷଧ କାରବାର: ଏସଟିଏଫ ଦ୍ୱାରା ୩ ଗିରଫ

ନକଲି ଔଷଧ କାରବାର: ଏସଟିଏଫ ଦ୍ୱାରା ୩ ଗିରଫ କଟକ(ଏନ୍‌.ଏମ୍‌.): ନକଲି ଔଷଧ ବିକ୍ରି କରିବା ଅଭିଯୋଗରେ ଏସ୍‌ଟିଏଫ୍ ୩ଜଣଙ୍କୁ ଗିରଫ କରିଛି । ନକଲି ଔଷଧ ବିକ୍ରିକରୁଥିବା ‘ମେଡିଲୋୟଡ୍ ମେଡିକମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍‌’ର ୩ଜଣଙ୍କୁ ଗିରଫ ଏବଂ କୋର୍ଟଚାଲାଣ କରାଯାଇଛି । ବର୍ତ୍ତମାନ ସୁଦ୍ଧା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ କରାଯାଇଥିବାବେଳେ ତଦନ୍ତ ଜାରିରହିଛି ବୋଲି କ୍ରାଇମ୍‌ବ୍ରାଞ୍ଚ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଯଶୋୱନ୍ତ ଜେଠୱା ସୂଚନା ଦେଇଛନ୍ତି । କ୍ରାଇମ୍‌ବ୍ରାଞ୍ଚ…

Read More

ସେପ୍ଟେମ୍ବରରୁ ୨ବର୍ଷରୁ ଅଧିକ ବୟସର ପିଲାଙ୍କୁ ମିଳିବ କୋଭାକ୍ସିନ ଟିକା

ସେପ୍ଟେମ୍ବରରୁ ୨ବର୍ଷରୁ ଅଧିକ ବୟସର ପିଲାଙ୍କୁ ମିଳିବ କୋଭାକ୍ସିନ ଟିକା ନୂଆଦିଲ୍ଲୀ (ଏଜେନ୍ସି): ଦେଶରେ କୋଭିଡ ଟିକାକରଣ ଅଭିଯାନକୁ ବ୍ୟାପକ କରାଯାଇଥିବାବେଳେ ପିଲାଙ୍କ ପାଇଁ କୋଭିଡ ଟିକା ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଉପଲବ୍ଧ ହେବାର ଆଶା କରାଯାଉଛି । ଭାରତ ବାୟୋଟେକ୍ ପକ୍ଷରୁ ପିଲାଙ୍କ ପାଇଁ କୋଭାକ୍ସିନ ଟିକା ପ୍ରସ୍ତୁତି ଚାଲିଛି । ସେପ୍ଟେମ୍ବର ସୁଦ୍ଧା ତିନି ପର୍ଯ୍ୟାୟ ବିଶିଷ୍ଟ କ୍ଲିନିକାଲ ପରୀକ୍ଷଣ ମଧ୍ୟରୁ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ରିପୋର୍ଟ ମିଳିବା ଆଶା କରାଯାଉଛି । ଏହାପରେ…

Read More

ମହାନଦୀ ବ୍ରିଜରେ ଦୁର୍ଘଟଣାଗ୍ରସ୍ତ ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

ମହାନଦୀ ବ୍ରିଜରେ ଦୁର୍ଘଟଣାଗ୍ରସ୍ତ ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଥାନା ଅନ୍ତର୍ଗତ ମହାନଦୀ ବ୍ରିଜ ଉପରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଏକ ଟ୍ରକରୁ ଜଗତପୁର ପୋଲିସ ବିପୁଳ ପରିମାଣର ଚୋରା ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇର ପରିମାଣ ୫. କ୍ୱିଣ୍ଟାଲ୍‌ରୁ ଅଧିକ ବୋଲି ଜଣାପଡ଼ିଛି । ଜବତ ଟ୍ରକ ଆଧାରରେ ତଦନ୍ତ ଜୋରଦାର ଚାଲିଛି ବୋଲି ଜଗତପୁର ଥାନା ଆଇଆଇସି ରବିନ୍ଦ୍ର ନାଥ ମେହେର ସୂଚନା ଦେଇଛନ୍ତି । କଟକ ଦେଇ…

Read More

କରୋନା ଟିକା ନେଇଥିଲେ ରିହାତି ମିଳିବ ବିମାନ ଭଡ଼ା

କରୋନା ଟିକା ନେଇଥିଲେ ରିହାତି ମିଳିବ ବିମାନ ଭଡ଼ା ନୂଆଦିଲ୍ଲୀ (ଏଜେନ୍ସି): କରୋନା ମୁକାବିଲା ନିମନ୍ତେ ଜୁନ୍ ୨୧ ପାଖରୁ ସାରା ଦେଶରେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଏହି ଚତୁର୍ଥ ପର୍ଯ୍ୟାୟରେ ସମସ୍ତ ପ୍ରାପ୍ତ ବୟସ୍କ ମାଗଣାରେ ଟିକା ନେଉଛନ୍ତି । ଏଥିପାଇଁ କେନ୍ଦ୍ର ସରକାର ସମସ୍ତ ଖର୍ଚ୍ଚ ଭରଣ କରୁଛନ୍ତି । ଏହାରି ଭିତରେ ଟିକାକରଣକୁ ଆହୁରି ପ୍ରୋତ୍ସାହନ ଯୋଗାଇବା ପାଇଁ ବିମାନ ଭଡାରେ ରିହାତି ଦେବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି ।…

Read More

କ୍ରୀଡ଼ାରେ ଓଡ଼ିଆ ପୁଅର ଦପ୍‌ଦପା : ଅଲିମ୍ପିକ୍ସରେ ହକି ଟିମର ଉପ ଅଧିନାୟକ ହେଲେ ବୀରେନ୍ଦ୍ର ଲାକ୍ରା

କ୍ରୀଡ଼ାରେ ଓଡ଼ିଆ ପୁଅର ଦପ୍‌ଦପା : ଅଲିମ୍ପିକ୍ସରେ ହକି ଟିମର ଉପ ଅଧିନାୟକ ହେଲେ ବୀରେନ୍ଦ୍ର ଲାକ୍ରା ନୂଆଦିଲ୍ଲୀ (ଏଜେନ୍ସି): କ୍ରୀଡ଼ା ଜଗତରେ ଓଡ଼ିଆ ପୁଅଙ୍କ ଦପ୍‌ଦପା ବଢ଼ିବାରେ ଲାଗିଛି । ପୁଣିଥରେ ଜାତୀୟ ପୁରୁଷ ହକି ଟିମରେ ଓଡ଼ିଆ ପୁଅକୁ ଉପଯୁକ୍ତ ସମ୍ମାନ ମିଳିଛି । ଟୋକିଓ ଅଲିମ୍ପିକ୍ସରେ ଖେଳିବାକୁ ଥିବା ଭାରତୀୟ ପୁରୁଷ ହକି ଟିମର ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା ଉପ ଅଧିନାୟକ ଭାବେ ମନୋନୀତ ହୋଇଛନ୍ତି । ଲାକ୍ରା ଓ ହରମନପ୍ରୀତି…

Read More

ଏଫସିଆଇ ଗୋଦାମରୁ ପିଡିଏସ ସାମଗ୍ରୀରେ ଗେଟି, ପଥର ଓ ମାଟି ମିଶିବା ଅଭିଯୋଗ

ଏଫସିଆଇ ଗୋଦାମରୁ ପିଡିଏସ ସାମଗ୍ରୀରେ ଗେଟି, ପଥର ଓ ମାଟି ମିଶିବା ଅଭିଯୋଗ ଯୋଗାଣ ବିଭାଗ ଉପରେ ଉପଭୋକ୍ତାଙ୍କ ତୁଟୁଛି ଭରସା କଟକ(ଏନ୍‌.ଏମ୍‌.): ଗରିବ ଲୋକମାନଙ୍କୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଖାଦ୍ୟ ସାମଗ୍ରୀରେ ମିଶିଛି ଗେଟି ପଥର ଓ ମାଟି । ଏ ନେଇ ଉପଭୋକ୍ତାମାନେ ସମ୍ପୃକ୍ତ ଡିଲରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିବାବେଳେ ଡିଲର ମଧ୍ୟ ଲୋକଙ୍କ ସମ୍ମୁଖରେ ଅନ୍ୟ ପ୍ୟାକେଟ ଖୋଲିବା ବେଳକୁ ସେଥିରୁ ମଧ୍ୟ ମାଟି ବାହାରିଥିଲା । ଫଳରେ ଉପଭୋକ୍ତାମାନେ…

Read More

ବିନା ଶ୍ରଦ୍ଧାଳୁଙ୍କ ସମାବେଶରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା: ୨୩ରୁ ୨୫ ତାରିଖ ୧୪୪ ଧାରା ଲାଗୁ

ବିନା ଶ୍ରଦ୍ଧାଳୁଙ୍କ ସମାବେଶରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା: ୨୩ରୁ ୨୫ ତାରିଖ ୧୪୪ ଧାରା ଲାଗୁ ପୁରୀ(ଏନ୍‌.ଏମ୍‌.): ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନ ଯାତ୍ରାରେ ମଧ୍ୟ କଟକଣା ଲାଗୁ କରାଯାଇଛି । ତେବେ ବିନା ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଶ୍ରୀ ଜୀଉଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହୋବ । ତେଣୁ ଶ୍ରୀକ୍ଷେତ୍ର ପୁରୀରେ ହେବାକୁ ଥିବା ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପାଇଁ ୧୪୪ ଧାରା ଲାଗୁ କରାଯିବା ପାଇଁ ପ୍ରଶାସନ ପକ୍ଷରୁ…

Read More

ପୁଲିସ୍ ଏସ୍‌.ଆଇ. ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ପୁଲିସ୍ ଏସ୍‌.ଆଇ. ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ଅଗଷ୍ଟ ୬ରୁ ୧୬ ହେବ କମ୍ପ୍ୟୁଟର ବେସ୍‌ଡ ପରୀକ୍ଷା କଟକ (ଏନ୍‌.ଏମ୍‌.): ଆଜିଠାରୁ ଓଡ଼ିଶା ପୁଲିସ୍ ପକ୍ଷରୁ ୪୭୭ଟି ପୁଲିସ୍ ଏସ୍‌. ଆଇ. ପଦବୀ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ଅନ୍ଲାଇନରେ ଆବେଦନପତ୍ର ଆହ୍ୱାନ କରାଯାଇଛି । ନିଯୁକ୍ତି ପଦ୍ଧତି ସମ୍ପର୍କରେ ସୂଚନା ଦେଇ ଏଡିଜି ଯଶୋବନ୍ତ ଜେଠୱା କହିଛନ୍ତି ଯେ, ଅନଲାଇନ ଆବେଦନ ପାଇଁ ଆଜିଠୁ ପୋର୍ଟାଲ ଖୋଲା ଯାଇଛି । ବର୍ତ୍ତମାନ…

Read More

ଭିଡିଓ କନଫରେନ୍ସିରେ କଟକ ଜିଲ୍ଲା ପରିଷଦର ଦଶମ ବୈଠକ : ବନ୍ୟା ମୁକାବିଲା ନେଇ ଗୁରୁତ୍ୱ

ଭିଡିଓ କନଫରେନ୍ସିରେ କଟକ ଜିଲ୍ଲା ପରିଷଦର ଦଶମ ବୈଠକ : ବନ୍ୟା ମୁକାବିଲା ନେଇ ଗୁରୁତ୍ୱ କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲା ପରିଷଦର ଦଶମ ବୈଠକ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଜ୍ୟୋତିରେଖା ନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିଡିଓ କନଫରେନସିଙ୍ଗ ହଲରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ସମେତ ଜିଲ୍ଲା ପରିଷଦର ଉପାଦକ୍ଷ ସୁନୀଲ ପରିଡା, ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ, ନିଆଳି ବିଧାୟକ ତଥା ଜିଲ୍ଲା…

Read More

ଦେବାଶିଷ ପାଣିଗ୍ରାହୀଙ୍କ ଉଦ୍ଦେଶ୍ୟରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଶୋକ

ଦେବାଶିଷ ପାଣିଗ୍ରାହୀଙ୍କ ଉଦ୍ଦେଶ୍ୟରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଶୋକ କଟକ(ଏନ୍‌.ଏମ୍‌.): ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ସ୍ୱର୍ଗତ ଡକ୍ଟର ଦେବାଶିଷ ପାଣିଗ୍ରାହୀଙ୍କ ଉଦ୍ଦେଶ୍ୟରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ ସମ୍ମିଳନୀ କକ୍ଷରେ ଭିଜିଲାନ୍ସ ଆଇଜି ଘନଶ୍ୟାମ ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶୋକ ସଭାରେ ନିର୍ଦ୍ଦେଶାଳୟ ଓ ସମସ୍ତ ଡିଭିଜନ, ଭୁବନେଶ୍ୱର ଲୋକସେବା ଭବନସ୍ଥିତ ଭିଜିଲାନ୍ସ ସ୍ପେଶାଲ ସେଲ ଓ ଭିଜିଲାନ୍ସ ସେଲ ୟୁନିଟର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ କୋଭିଡ ନିୟମାବଳୀ…

Read More