ବାତ୍ୟା ୟାସ ନେଇ ଆଇଏମଡିର ସୂଚନା : ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ!

ଭୁବନେଶ୍ୱର(ଏନ୍.ଏମ୍.): ସାମୁଦ୍ରିକ ଝଡ଼ ‘ୟାସ୍’ ବାତ୍ୟାର ରୂପନେଇ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ଆକଳନ କରାଯାଇଛି । ଆଇଏମ୍ଡି ମହାନିଦେ୍ର୍ଦଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଆଜି ଲଘୁଚାପ କ୍ଷେତ୍ରଟି ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ଏହା ବାଲେଶ୍ୱର ପାଖରୁ ପାଖାପାଖି ୭୦୦ କିଲୋମିଟର ଦୂରରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଅଛି । ଆସନ୍ତାକାଲି ସକାଳ ସୁଦ୍ଧା ବାତ୍ୟାରେ ପରିଣତ ହୋଇପାରେ…

Read More

ସାମୁଦ୍ରିକ ଝଡ଼ ‘ୟାସ୍’ ପାଇଁ ୯୦ଟି ଟ୍ରେନ ବାତିଲ

ଭୁବନେଶ୍ୱର(ଏନ୍.ଏମ୍.): ସାମୁଦ୍ରିକ ଝଡ଼ ‘ୟାସ୍’ ପାଇଁ ରେଳ ବିଭାଗ ପୂର୍ବରୁ ୭୪ଟି ଟ୍ରେନ୍କୁ ବାତିଲ କରି ଥିବାବେଳେ ଏବେ ଆଉ ୧୬ଟି ଟ୍ରେନ୍କୁ ବାତିଲ କରିଛି । ତେବେ ବାତ୍ୟା ୟାସ ପାଇଁ ରେଳ ବିଭାଗ ମୋଟ୍ ୯୦ ଟ୍ରେନ୍ ଚଳାଚଳ ବାତିଲ କରିଥିବା ଜଣାପଡ଼ିଛି । ରେଳବିଭାଗର ସୂଚନା ଅନୁଯାୟୀ, ଆସନ୍ତା ୨୫ ତାରିଖରେ ହାଓଡା-ଭାସ୍କୋଡ଼ାଗାମା-ହାଓଡ଼ା ଟ୍ରେନ୍ ଉଭୟ ପାର୍ଶ୍ୱରୁ ବାତିଲ ହୋଇଛି । ମେ’ ୨୩ ତାରିଖ ମୟିସୁରରୁ ଛାଡ଼ୁଥିବା ମୟିସୁର-ହାଓଡ଼ା ସ୍ପେଶାଲ୍ ଟ୍ରେନ୍କୁ…

Read More

ୟସ ମୁକାବିଲା ପାଇଁ ବିଭିନ୍ନ ଜିଲ୍ଲାକୁ ଯିବେ ଓଡ଼୍ରାଫ ଟିମ୍‌

ଭୁବନେଶ୍ୱର (ଏନ୍‌.ଏମ୍‌.): ସାମୁଦ୍ରିକ ଝଡ଼ ୟସ ବାତ୍ୟା ମୁକାବିଲା ପାଇଁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରଶାସନ ପକ୍ଷରୁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାକୁ ଯିବେ ଏନଡିଆରଏଫ୍, ଓଡ୍ରାଫ ଓ ଅଗ୍ନିଶନ ବିହାନୀ ଟିମ୍ ପଠାଯିବ । ସ୍ୱତନ୍ତ୍ର ରିଳିଫ କମିଶନଋଙ୍କ କାର୍ଯ୍ରାଳୟ ସୂତି୍ରରୁ ଜଣାପଡ଼ିଛି ଯେ, ୨୨ଟି ଏନଡିଆରଏଫ୍ ଟିମରୁ ବାଲେଶ୍ୱର ଜିଲ୍ଲାକୁ ୭ଟି ଟିମ୍ ଯିବେ । ସେହିପରି ଭଦ୍ରକକୁ ୪, କେନ୍ଦ୍ରାପଡ଼ାକୁ ଯିବେ ୩ଟି ଟିମ୍, ଯାଜପୁରକୁ ୨ଟି,…

Read More

ଗିରଫ ହେଲେ ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାର

ନୂଆଦିଲ୍ଲୀ (ଏନ୍‌.ଏମ୍‌.) : ଏକ ହତ୍ୟା ମାମଲାରେ ଫେରାର୍ ଥିବା ଅଲିମ୍ପିକ ପଦକ ବିଜେତା ତଥା କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ସୁଶୀଲର ସହଯୋଗୀଙ୍କୁ ବି କବଜାକୁ ନେଇଛି । କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ଏକ ହତ୍ୟା ମାମଲାରେ ଗିରଫ କରିବା ପାଇଁ ପୋଲିସ ପଞ୍ଜାବର…

Read More

ମଣିପୁରରେ ମୃଦୁ ଭୂମିକମ୍ପ

କଟକ,(ଏନ୍‌.ଏମ୍‌.): ଆଜି ସକାଳୁ ମଣିପୁର ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପର ତିବ୍ରତା ରିକ୍ଟରସ୍କେଲରେ ୪.୩ ରହିଥିଲା । ତେବେ ଏହି ଭୂମିକମ୍ପ ହାଲୁକା ରହିଥିବା କୁହାଯାଉଛି । ସୂଚନା ଅନୁଯାୟୀ ଆଜି ସକାଳ ୬ଟା ୫୬ମିନିଟ ସମୟରେ ହଠାତ୍‌ ହାଲୁକା ଝଟକା ଅନୁଭବ ହୋଇଥିଲା । ତେବେ ଏହି ଭୂମିକମ୍ପ ଯୋଗୁଁ ଲୋକେ ଭୟଭୀତ ହୋଇପଡ଼ିଥିଲେ ମଧ୍ୟ କାହାରି କିଛି କ୍ଷତି ହୋଇ ନଥିବା ଜଣାପଡ଼ିଛି ।

Read More

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୨୬ରେ ଛୁଇଁବ ଉପକୂଳ

ଭୁବନେଶ୍ୱର (ଏନ୍‌.ଏମ୍‌.): ବଙ୍ଗୋପ ସାଗରରେ ସମ୍ଭାବ୍ୟ ବାତ୍ୟା ‘ୟାସ’କୁ ନେଇ ଆଇଏମଡିର ପୂର୍ବ ଆକଳନ ଠିକ୍ ସାବ୍ୟସ୍ତ ହୋଇଛି । ଆଜି ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ଲଘୁଚାପ କ୍ରମେ ଘନୀଭୂତ ହୋଇ ଆସନ୍ତା୨୪ ତାରିଖରେ ବାତ୍ୟାରେ ପରିଣତ ହେବ । ଆଇଏମ୍ଡି ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ, ଏହି ବାତ୍ୟା କ୍ରମେ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି…

Read More

ଲାଲୁଙ୍କୁ କ୍ଲିନଚିଟ ଦେଲା ସିବିଆଇ !

ନୂଆଦିଲ୍ଲୀ (ଏଜେନ୍ସି): ପୂର୍ବତନ ରେଳମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଡିଏଲଏଫ ଲାଞ୍ଚ କାରବାର ମାମଲାରେ ସିବିଆଇ କ୍ଲିନଚିଟ୍ ଦେଇଥିବା ଜଣାପଡ଼ିଛି । ସିବିଆଇ ସୂତ୍ରରୁ ଏଭଳି ତଥ୍ୟ ମିଳିଥିବା ଜଣାପଡ଼ିଛି । ସେ ରେଳବାଇ ମନ୍ତ୍ରୀ ଥିବା ବେଳେ ଡିଏଲଏଫ ଲାଞ୍ଚ କାରବାର ମାମଲା ଘଟିଥିଲା । ଶ୍ରୀ ଯାଦବ ଏଥିରେ ସାମିଲ ଥିବା ସନେ୍ଦହ କରି ସିବିଆଇ ତଦନ୍ତ ଆରମ୍ଭ କରିଥିଲା । ସୂଚନା ଅନୁଯାୟୀ, ସିବିଆଇର ଅର୍ଥନୀତି ଅପରାଧ ଶାଖା…

Read More

କୋଭିସିଲ୍ଡ ଟିକାର ପ୍ରଥମ ଓ ଦ୍ୱିତୀୟ ଡୋଜ୍ ମଧ୍ୟରେ ବ୍ୟବଧାନ ବଢ଼ିବା ରହସ୍ୟ

ଭୁବନେଶ୍ୱର(ଏନ୍.ଏମ୍.): ରାଜ୍ୟରେ କରୋନା ମାହାମାରୀର ଦ୍ୱିତୀୟ ପର୍ଯ୍ୟାୟ ଜାରି ରହିଛି । କରୋନା ନିୟନ୍ତ୍ରଣ ପାଇଁ ଟିକାକୁ ମୁଖ୍ୟ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଛି । କିନ୍ତୁ ଆଜିବି ଜନସାଧାରଣଙ୍କ ମନରେ ଟିକାକୁ ନେଇ ଅନେକ ଦ୍ୱନ୍ଦ୍ୱ ରହିଛି । ବିଶେଷକରି କୋଭିସିଲ୍ଡ ଟିକାର ଦୁଇ ଡୋଜ୍ ମଧ୍ୟରେ ବୃଦ୍ଧି କରାଯାଇଥିବା ଅବଧିକୁ ନେଇ ଉଠିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିଦେ୍ର୍ଦଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ…

Read More

ଘୋଷଣା କଲା ମାଇକ୍ରୋସଫ୍ଟ: ଇତିହାସ ପାଲଟିବ ଇଣ୍ଟରନେଟ ଏକ୍ସପ୍ଲୋରର

ନୂଆଦିଲ୍ଲୀ (ଏଜେନ୍ସି): କାଳର ପରିବର୍ତ୍ତନରେ ଇତିହାସ ପାଲଟିବ ଇଣ୍ଟରନେଟ ଏକ୍ସପ୍ଲୋରର । ଏହି ୱେବ୍ ବ୍ରାଉଜର ଆସନ୍ତା ୨୦୨୨ମସିହାରେ ବନ୍ଦ ହୋଇଯିବ । ମାଇକ୍ରୋସଫ୍ଟ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ୨୦୨୧ ମସିହା ଜୁନରେ ଇଣ୍ଟରନେଟ୍ ଏକ୍ସପ୍ଲୋରରକୁ ବନ୍ଦ କରାଯିବ ବୋଲି ଗତବର୍ଷ ଅଗଷ୍ଟରେ ଶୁଣିବାକୁ ମିଳିଥିଲା । ମାତ୍ର ଏବେ ମାଇକ୍ରୋସଫ୍ଟ ନିଜେ ଏ ସମ୍ପର୍କରେ ଘୋଷଣା କରିବା ସହିତ ୨୫ ବର୍ଷ ପୁରୁଣା ଏହି ୱେବ୍ ବ୍ରାଉଜରକୁ ବନ୍ଦ…

Read More

‘ବ୍ଲାକ୍ ଫଙ୍ଗସ୍’ ଗୋଟାଏ ନୂଆ ଚାଲେଞ୍ଜ୍ : ଆଗୁଆ ପ୍ରସ୍ତୁତି ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ(ଏଜେନ୍ସି): ସମ୍ପ୍ରତି କରୋନା ଦେଶର ମେରୁଦଣ୍ଡକୁ ଦୋହଲାଇ ଦେଇଥିବାବେଳେ ‘ବ୍ଲାକ୍ ଫଙ୍ଗସ୍’ ଗୋଟାଏ ନୂଆ ଚାଲେଞ୍ଜ୍ ଭାବେ ଉଭା ହୋଇଛି । ତେଣୁ ଏଥିପାଇଁ ଆଗୁଆ ପ୍ରସ୍ତୁତି ଆବଶ୍ୟକ ବୋଲି ଆଜି ଉତ୍ତର ପ୍ରଦେଶ ଅନ୍ତର୍ଗତ ବାରାଣସୀର ସ୍ୱାସ୍ଥ୍ୟକର୍ମୀଙ୍କୁ ଭର୍ଚ୍ୟୁଆଲ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ସେ ପୁଣି କହିଛନ୍ତି ଯେ, କୋଭିଡ୍ ସଂକ୍ରମଣରୁ ସୁସ୍ଥ ହେଉଥିବା ବ୍ୟକ୍ତିମାନେ କ୍ରମଶଃ ଏହି ମାରାତ୍ମକ ରୋଗଦ୍ୱାରା ଅଧିକ ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି । କରୋନାଭାଇସ୍ ଗୋଟାଏ…

Read More

ମହାରାଷ୍ଟ୍ରର ଗଢ଼ଚିରୌଲୀରେ ପୁଲିସ ସହିତ ଗୁଳିବିନିମୟ: ୧୩ ମାଓବାଦୀ ନିହତ

ମୁମ୍ବାଇ(ଏଜେନ୍ସି): ମହାରାଷ୍ଟ୍ର ଅଞ୍ଚଳରେ ମାଓବାଦୀଙ୍କ ଆତଙ୍କ ବଢ଼ିବାରେ ଲାଗିଛି । ତେବେ ଏହାକୁ ମୁକାବିଲା କରିବା ପାଇଁ ମହାରାଷ୍ଟ୍ର ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ଜଣାପଡ଼ିଛି । ଗଢ଼ଚିରୌଲୀ ଜିଲ୍ଲା ଅନ୍ତର୍ଗତ ଜଙ୍ଗଲରେ ମହାରାଷ୍ଟ୍ର ପୁଲିସର ‘ସି-୬୦’ କମାଣ୍ଡୋମାନଙ୍କ ସହ ଗୁଳି ବିନିମୟ କରି ଅନ୍ୟୂନ ୧୩ଜଣ ମାଓବାଦୀ ନିହତ ହୋଇଥିବା କଥା ଶୁକ୍ରବାର ଦିନ ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି । ସଭା କରିବା ଲାଗି ମାଓବାଦୀମାନେ କୋତମି ଫାଣ୍ଡି ନିକଟବର୍ତ୍ତୀ…

Read More

କୋଭିସେଲ୍ଫକୁ ଆଇସିଏମଆର ଅନୁମୋଦନ : ଏଥର ଘରେ କରିପାରିବେ କରୋନା ପରୀକ୍ଷା,

ନୂଆଦିଲ୍ଲୀ (ଏଜେନ୍ସି): ଦେଶରେ କୋଭିଡ ଆକ୍ରାନ୍ତ ସଂଖ୍ୟା ଅହେତୁକ ବୃଦ୍ଧି ପାଇବା ଯୋଗୁଁ ସରକାରଙ୍କ ଚିନ୍ତା ବଢ଼ିଯାଇଛି । ତେବେ କରୋନା ସଂକ୍ରମଣକୁ ହ୍ରାସ କରିବା ପାଇଁ ପଜେଟିଭ ରୋଗୀଙ୍କୁ ଚିହ୍ନଟ କରିବା ଉପରେ ସରକାର ଯଥେଷ୍ଟ ଗୁରୁତ୍ୱ ଦେଇଛନ୍ତି । ରୋଗୀଙ୍କୁ ଚିହ୍ନଟ କରିବା ପାଇଁ ଭାରତ ଦିନକୁ ୧୬-୧୯ ଲକ୍ଷ ନମୁନା ପରୀକ୍ଷା କରୁଛି । ତଥାପି, ଆହୁରି ଅଧିକ ନମୂନା ପରୀକ୍ଷାର ଆବଶ୍ୟକତା ରହିଛି । ଲ୍ୟାବ ଦ୍ୱାରା କୋଭିଡ -୧୯ ପାଇଁ…

Read More